orissaleads

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ଠକେଇର ମାଧ୍ୟମ ସାଜିଛି ୟୁପିଆଇ ପେମେଣ୍ଟ, ଟଙ୍କା ପଠାଇବା ସମୟରେ ସତର୍କ ରୁହନ୍ତୁ

ଠକେଇର ମାଧ୍ୟମ ସାଜିଛି ୟୁପିଆଇ ପେମେଣ୍ଟ, ଟଙ୍କା ପଠାଇବା ସମୟରେ ସତର୍କ ରୁହନ୍ତୁ

ସ୍ପେସ୍ ଷ୍ଟେସନରେ ପହଞ୍ଚିଲା ମହାକାଶଯାନ ଡ୍ରାଗନ, ଖୁସିରେ ଝୁମିଲେ ସୁନୀତା

ସ୍ପେସ୍ ଷ୍ଟେସନରେ ପହଞ୍ଚିଲା ମହାକାଶଯାନ ଡ୍ରାଗନ, ଖୁସିରେ ଝୁମିଲେ ସୁନୀତା

ବଢ଼ିଲା ଆମେରିକା-ଚୀନ୍‌ ତିକ୍ତତା, ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ- ଆମେରିକା ପ୍ରତିରକ୍ଷା ସଚିବ

ବଢ଼ିଲା ଆମେରିକା-ଚୀନ୍‌ ତିକ୍ତତା, ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ- ଆମେରିକା ପ୍ରତିରକ୍ଷା ସଚିବ

ହମାସକୁ ଟ୍ରମ୍ପଙ୍କ ଧମକ, ବନ୍ଧକ ମାନଙ୍କୁ ଛାଡ଼, ନଚେତ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ

ହମାସକୁ ଟ୍ରମ୍ପଙ୍କ ଧମକ, ବନ୍ଧକ ମାନଙ୍କୁ ଛାଡ଼, ନଚେତ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ

ଭାରତ ସହ ଭଲ ସଂପର୍କ ରଖିବା ଜରୁରୀ ହୋଇଛି: ୟୁନୁସ୍

ଭାରତ ସହ ଭଲ ସଂପର୍କ ରଖିବା ଜରୁରୀ ହୋଇଛି: ୟୁନୁସ୍

ଟାଟୁ ବିବାଦ, ଦୁଇ ଗିରଫ

ଟାଟୁ ବିବାଦ, ଦୁଇ ଗିରଫ

ଆର୍ଥିକ ବର୍ଷ-୨୫ରେ ୧.୨୫ ଲକ୍ଷ ନିଯୁକ୍ତି ଦେବ ଭାରତୀୟ ଟେକ୍ ଶିଳ୍ପ

ଆର୍ଥିକ ବର୍ଷ-୨୫ରେ ୧.୨୫ ଲକ୍ଷ ନିଯୁକ୍ତି ଦେବ ଭାରତୀୟ ଟେକ୍ ଶିଳ୍ପ

ଟ୍ରମ୍ପଙ୍କୁ ଲାଲ ଆଖି ଦେଖାଇଲା ହମାସ

ଟ୍ରମ୍ପଙ୍କୁ ଲାଲ ଆଖି ଦେଖାଇଲା ହମାସ

ବାଇକ୍ ଚୋରି ଗ୍ୟାଙ୍ଗ୍‌କୁ ଧରିଲା ପୁଲିସ: ୧୨ ଗାଡ଼ି ସହିତ ଡୁପ୍ଲିକେଟ୍ ଚାବି ଜବତ

ବାଇକ୍ ଚୋରି ଗ୍ୟାଙ୍ଗ୍‌କୁ ଧରିଲା ପୁଲିସ: ୧୨ ଗାଡ଼ି ସହିତ ଡୁପ୍ଲିକେଟ୍ ଚାବି ଜବତ

ଆଗେଇଲା ବ୍ୟାଙ୍କ ଘରୋଇକରଣ: ମର୍ଚାଣ୍ଟ ବ୍ୟାଙ୍କର୍‌ ନିଯୁକ୍ତ କରିବେ ସରକାର

ଆଗେଇଲା ବ୍ୟାଙ୍କ ଘରୋଇକରଣ: ମର୍ଚାଣ୍ଟ ବ୍ୟାଙ୍କର୍‌ ନିଯୁକ୍ତ କରିବେ ସରକାର

୨୬୭ ଡ୍ରୋନ୍‌ ଆକ୍ରମଣ କଲା ରୁଷିଆ

୨୬୭ ଡ୍ରୋନ୍‌ ଆକ୍ରମଣ କଲା ରୁଷିଆ

Blog Post

orissaleads > ରାଜ୍ୟ > ସର୍ବ କନିଷ୍ଠ ଅଙ୍ଗ ଦାତା ଜନ୍ମେଶ,ଅଙ୍ଗଦାନ କରି ଦୁଇ ଜଣଙ୍କୁ ଦେଲେ ନୂଆ ଜୀବନ

ସର୍ବ କନିଷ୍ଠ ଅଙ୍ଗ ଦାତା ଜନ୍ମେଶ,ଅଙ୍ଗଦାନ କରି ଦୁଇ ଜଣଙ୍କୁ ଦେଲେ ନୂଆ ଜୀବନ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ମା କୋଳରେ ଖେଳିବା ସମୟରେ ମୃତ୍ୟୁ ତା କୋଳକୁ ନେଇଗଲା ଶିଶୁ ଜନ୍ମେଶକୁ । ଜୀବନ କ’ଣ ଜାଣିବା ପୂର୍ବରୁ ଚାଲିଗଲା ଜୀବନ । ମାତ୍ର ପରିବାର ଲୋକେ ଜନ୍ମେଶକୁ ହରାଇବାର ଦୁଃଖ ଭିତରେ ନେଲେ ଆଉ ଏକ କଠିନ ନିଷ୍ପତ୍ତି । ଯାହା ନିରୀହ ନିଷ୍ପାପ ଶିଶୁ ଜନ୍ମେଶକୁ ବହୁତ ଉଚ୍ଚକୁ ନେଇଗଲା । ଜନ୍ମେଶର କିଡ୍‌ନି ଓ ଲିଭର ଦାନ କରି ୧୬ ମାସର ଶିଶୁ ଜନ୍ମେଶକୁ ଅମର କରିଦେଲେ ବାପା ଆଉ ମା। ଚିର ଦିନ ପାଇଁ ଆଖି ବୁଜିଲେ ବି ନିଜର ସତ୍ତା କିନ୍ତୁ ଛାଡି ଦେଇ ଦୁଇ ଜଣ ନିଷ୍ପାପ ଶିଶୁଙ୍କୁ ବଞ୍ଚାଇ ଦେଇଛନ୍ତି । ଗତ ମାସ ୧୨ ତାରିଖରେ ଶ୍ବାସକ୍ରିୟା ଜନିତ ରୋଗରେ ପୀଡିତ ହୋଇ ଏମ୍ସ ଭୁବନେଶ୍ୱରର ଶିଶୁ ରୋଗ ବିଭାଗରେ ଭର୍ତ୍ତି ହୋଇଥିଲେ ଜନ୍ମେଶ। ଡାକ୍ତରଙ୍କ ତତ୍ୱାବଧାନରେ ଥିଲା ବେଳେ ସିପିଆର ଦିଆଯିବା‌ ପରେ ଦୁଇ ସପ୍ତାହ ଧରି ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ସବୁ ଚେଷ୍ଟା ସତ୍ତ୍ବେ ଗତ ୧ ତାରିଖରେ ତାଙ୍କୁ ବ୍ରେନ୍‌ ଡେଡ ଘୋଷଣା କରିଥିଲେ ଡାକ୍ତର। ଏଭଳି କଠିନ ସମୟରେ ଡାକ୍ତରୀ ଦଳ ନିକଟରୁ ଅଙ୍ଗଦାନ ବିଷୟରେ ପରାମର୍ଶ ପାଇଥିଲେ ପିତା ମାତା । ପରିବାର ଲୋକଙ୍କ ସହିତ ବିଚାର ବିମର୍ଶ ପରେ ଶୋକାକୁଳ ପିତାମାତା ଏଥି ପାଇଁ ସମ୍ମତି ପ୍ରଦାନ ବି କରିଥିଲେ।
ଏକ ବହୁମୁଖୀ ଡାକ୍ତରୀ ଦଳ ଦ୍ବାରା ଜନ୍ମେଷଙ୍କ ଅଙ୍ଗ ପୁନରୁଦ୍ଧାର ପରେ ତାକୁ ପ୍ରତିରୋପଣ କରାଯାଇଥିଲା। ଡାକ୍ତର ବ୍ରହ୍ମଦତ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ଗ୍ୟାଷ୍ଟ୍ରୋ ସର୍ଜରି ଦଳ ଦ୍ୱାରା ଲିଭରକୁ ସଫଳତାର ସହିତ ଉଦ୍ଧାର କରାଯାଇ ଗ୍ରିନ୍‌ କରିଡରରେ ନୂଆଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର୍‌ ଆଣ୍ଡ୍ ବିଲିଆରି ସାଇନ୍ସେସ୍ କୁ ପଠାଯାଇଛି। ଅନୁରୂପ ଭାବେ ୟୁରୋଲୋଜି ବିଭାଗର ମୁଖ୍ୟ ଡାକ୍ତର ପ୍ରଶାନ୍ତ ନାୟକଙ୍କ ନେତୃତ୍ୱରେ ଜନ୍ମେଶଙ୍କ ଦୁଇ କିଡ୍‌ନିକୁ ପୁନରୁଦ୍ଧାର କରାଯାଇ ଏମ୍‌ସ ଭୁବନେଶ୍ୱରର ଜଣେ କିଶୋର ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି।

ଏମ୍‌ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ ଡାକ୍ତରୀ ଦଳକୁ ପ୍ରଶଂସା କରିବା ସହିତ ଜନ୍ମେଶଙ୍କ ପିତାମାତାଙ୍କ ଅସାଧାରଣ ଉଦାରତା ପାଇଁ ଗଭୀର କୃତଜ୍ଞତା ଜଣାଇଛନ୍ତି। ଗତକାଲି ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଜନ୍ମେଶଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଅନ୍ତିମ ସଂସ୍କାର ସମୟରେ ଖଣ୍ଡିଗିରି ଶ୍ମଶାନରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସୂଚନାଯୋଗ୍ୟ, ଜନ୍ମେଶଙ୍କ ପିତା ଅଶୋକ ଲେଙ୍କା ଏମ୍ସ ଭୁବନେଶ୍ୱରରେ ହଷ୍ଟେଲ ୱାର୍ଡେନ ଭାବରେ କାର୍ଯ୍ୟରତ।

Leave a comment

Your email address will not be published. Required fields are marked *