ଓଡ଼ିଶା ଲିଡ୍ସ(ଯାଜପୁର): ଦାନଗଦୀ ବ୍ଲକ ଧୂଳିଗଡ଼ ପଞ୍ଚାୟତରୁ ନିଜ ଗଡ଼ ସଜଡ଼ା ଆରମ୍ଭ କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ବୈଠକରେ ସଂଗଠନକୁ ସୁଦୃଢ଼ କରିବାର ଦାୟିତ୍ୱ ନେବାକୁ ଅଭିଜ୍ଞ କର୍ମୀ ଓ ସଂଗଠକ ଖୁବ ଆଗ୍ରହ ପ୍ରକାଶ କରିଛନ୍ତି । ଆଜି ଧୂଳିଗଡ଼ ପଞ୍ଚାୟତର ବିଜେଡି କର୍ମକର୍ତ୍ତାଙ୍କ ସହ ବୈଠକ କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ବୈଠକରେ ସର୍ବସମ୍ମତ କ୍ରମେ ନୂତନ ପଦାଧିକାରୀମାନେ ମନୋନୀତ ହୋଇଥିଲେ। ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଇଂ ଘଡାଇ କହିଥିଲେ ଏହି ନୂତନ ପଦାଧିକାରୀ ମାନେ କେବଳ ରାଜନୈତିକ କାର୍ଯ୍ୟକ୍ରମ ନୁହଁ, ଅତୀତରେ ଆମ ଅଞ୍ଚଳରେ ଅନେକ ସାମଜିକ କାର୍ଯ୍ୟକ୍ରମରେ ନିଜକୁ ସମ୍ପୃକ୍ତ କରି ଧୂଳିଗଡ଼ବାସୀଙ୍କ ଆସ୍ଥାଭାଜନ ହୋଇଛି । ଆଗକୁ ମଧ୍ୟ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଲୋକଙ୍କ ଆସ୍ଥା ଭାଜନ ହେବା ସହିତ ବିଜୁ ଜନତା ଦଳ ସଙ୍ଗଠନକୁ ସୁଦୃଢ଼ କରିବେ ବୋଲି ମୁଁ ଦୃଢ଼ ନିଶ୍ଚିତ । ଉପସ୍ଥିତ କର୍ମୀ ମାନେ ନିଜ ବକ୍ତବ୍ୟରେ ବିଗତ ଦଶ ମାସ ମଧ୍ୟରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅଶାନ୍ତ ହେବା ସହିତ ବିକାଶ କାର୍ଯ୍ୟ ଠପ ହୋଇଥିବା କହିଥିଲେ । ସଚ୍ଚା ବିଜେଡି କର୍ମୀମାନେ କେବେ ଲାଭ ଲୋଭର ବଶବର୍ତ୍ତୀ ନ ହୋଇ ଦଳ ପାଇଁ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ବଦ୍ଧ ବୋଲି ମତ ଦେଇଥିଲେ ।
