ଓଡ଼ିଶା ଲିଡ୍ସ(ଯାଜପୁର): ରାଁସୋଳ ପଞ୍ଚାୟତର କାଟେପୂର୍ତ୍ତି ନଗରରେ ଆଦିବାସୀ ବଏଜ କ୍ଲବ ଆନୁକୁଲ୍ୟରେ ଆୟୋଜିତ ୨୫ ତମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଇଂ ଘଡାଇଙ୍କୁ ଏକ ଶୋଭାଯାତ୍ରାରେ ଆୟୋଜକ ମାନେ ପଡ଼ିଆକୁ ପାଛୋଟି ନେଇଥିଲେ । ସେଠାରେ ଇଂ ଘଡାଇ ଖେଳାଳି ମାନଙ୍କ ସହିତ ହାତ ମିଳାଇ ସେମାନଙ୍କୁ ଉତ୍ସାହିତ କରିଥିଲେ । ଏହା ସହିତ ଆୟୋଜକ ମାନଙ୍କୁ ଏଭଳି ଆୟୋଜନ ପାଇଁ ସାଧୁବାଦ ଦେଇଥିଲେ ।




















