ଓଡ଼ିଶା ଲିଡ୍ସ(ଯାଜପୁର) : ବରୀରେ ଆଜି ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଛି । ବରୀ ମାଉଣ୍ଡ ସ୍ଥିତ ବୁଢୀ ଜାଗୁଳାଇ ମନ୍ଦିର ପ୍ରାଙ୍ଗଣରେ ଡକ୍ଟର ଅଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରଭାତ କୁମାର ମହାନ୍ତି, ସଞ୍ଜୟ କୁମାର ବେହେରା, ଚୈତନ୍ୟ ଚରଣ ଜେନା, ପ୍ରଶାନ୍ତ କୁମାର ଦ୍ୱିବେଦୀ, ସ୍ନେହାଂଶୁ ମହାନ୍ତି, ସତ୍ୟ ରଞ୍ଜନ କର ପ୍ରମୁଖ ଯୋଗଦେଇ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । କାର୍ଯକ୍ଷେତ୍ରରେ ଗଣମାଧ୍ୟମ ପ୍ରତିନିଧିମାନେ ଦିନକୁ ଦିନ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ସେମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ସରକାରୀ ସ୍ତରରେ କୌଣସି ଆଇନ ପ୍ରଣୟନ କରିନାହାନ୍ତି । ଏପରିକି ପରିଣତ ବୟସରେ ସାମ୍ବାଦିକ ମାନଙ୍କ ପାଇଁ ପେନ୍ସନର ବ୍ୟବସ୍ଥା ମଧ୍ୟ କରୁ ନାହାନ୍ତି । ବିଭିନ୍ନ ସମୟରେ ସରକାର ସାମ୍ବାଦିକ ମାନଙ୍କୁ ବିଭିନ୍ନ ପ୍ରତିଶୃତି ଦେଇ ତାକୁ ପୂରଣ କରି ନାହାନ୍ତି । ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଆଇନ ପ୍ରଣୟନ କରିବା ସହ ପରିଣତ ବୟସରେ ପେନ୍ସନ ପ୍ରଦାନ ପାଇଁ ବରୀଠାରେ ପାଳିତ ଜାତୀୟ ପ୍ରେସ୍ ଦିବସ ଅବସରରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି ।
କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସୁରେଶ କର, ନିହାର ରଞ୍ଜନ ସାମଲ, ବିଶ୍ୱଭୂଷଣ ଜେନା, ଦର୍ଶନ ବେହେରା, ଅରୁଣ କୁମାର ବେହେରା, ଅରବିନ୍ଦ ମହାନ୍ତି, ସନ୍ତୋଷ କୁମାର ରାଉତ, ପ୍ରଭାତ କୁମାର ସାହୁ, ସୌମେନ୍ଦ୍ର ଯେନା, ବିଶ୍ଵଜିତ ମହାନ୍ତି, ଅମର ପଣ୍ଡା ପ୍ରମୁଖ ଯୋଗ ଦେଇଥିବାବେଳେ ଯୁବ ସାମ୍ବାଦିକ ସତ୍ୟଜିତ୍ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।




















