ଓଡ଼ିଶା ଲିଡ୍ସ(ବ୍ୟୁରୋ): ନୂଆପଡା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ଜୟ ଢୋଲକିଆ । ଜୟ ବିଜେପି ପକ୍ଷରୁ ନାମାଙ୍କନ ଦାଖଲ କରିଛନ୍ତି । ନୂଆପଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ନାମାଙ୍କନ ଦାଖଲ ହୋଇଥିଲା । ଏହି ଅବସରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ, ମନ୍ତ୍ରୀ ରବି ନାରାୟଣ ନାଏକ, ପୂର୍ବତନ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ଜିଲ୍ଲା ସଭାପତି କମଲେଶ ଦୀକ୍ଷିତଙ୍କ ସମେତ ଅନ୍ୟ ନେତା ନେତ୍ରୀ ଯୋଗଦାନ କରିଥିଲେ ।




















