Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ରାଜ୍ୟ > ନୂଆପଡା ଉପନିର୍ବାଚନ: ବିଜେପି ଓ କଂଗ୍ରେସ ଅଙ୍କ ବିଗାଡି ଦେଇ ପାରନ୍ତି ନବୀନ

ନୂଆପଡା ଉପନିର୍ବାଚନ: ବିଜେପି ଓ କଂଗ୍ରେସ ଅଙ୍କ ବିଗାଡି ଦେଇ ପାରନ୍ତି ନବୀନ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ନୂଆପଡା ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତି ବେଶ ଉଷ୍ମ ହୋଇ ପଡିଛି । ଆଜି ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲା ବେଳେ ଆସନ୍ତା କାଲି ବିଜେଡି ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ । ବିଜେଡିର ଆଗଧାଡ଼ିର ନେତା ଓ ନେତ୍ରୀ ନୂଆପଡ଼ାରେ ଭିଡ଼ ଜମାଇଲେଣି । ନୂଆପଡ଼ାରେ ତ୍ରିମୁଖି ପ୍ରତିଦ୍ୱନ୍ଦିତା ହେଉଥିବା ସ୍ପଷ୍ଟ ହୋଇଛି । ବିଜେଡି ନୂଆପଡା ନିର୍ବାଚନକୁ ଗୁରୁତ୍ୱ ଦେଉନାହିଁ, ବିଜେପି ସହିତ ବିଜେଡି ଡିଲ କରିଛି ବୋଲି ତମାମ ଆଲୋଚନା ରାଜ୍ୟ ରାଜନୀତିରେ ଘୁରି ବୁଲୁଥିଲା ବେଳେ ଦଳର ସର୍ବମାନ୍ୟ ନେତା ତଥା ବିଜେଡି ସଭାପତି ନିର୍ବାଚନରେ କି ଆଭିମୁଖ୍ୟ ଗ୍ରହଣ କରିବେ ତାକୁ ନେଇ ଆଶା ଆଶଙ୍କା ଥିଲା । ହେଲେ ଦଳର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାର ସର୍ବାଗ୍ରେ ନବୀନଙ୍କ ନାଁ ରହିଛି । ଯାହା ନବୀନ ଏହି ଉପନିର୍ବାଚନରେ ପ୍ରଚାର କରିବାକୁ ମଇଦାନକୁ ଓହ୍ଲାଉଥିବା ସ୍ପଷ୍ଟ ହୋଇଛି । ଦୀର୍ଘ ଦିନର ନୀରବତା ଭାଙ୍ଗି ନବୀନ ପ୍ରଚାର ମଇଦାନକୁ ଯିବା ବିଜେଡି ଦଳର ନେତା ଓ କର୍ମୀଙ୍କୁ ବେଶ ଉତ୍ସାହିତ କରିଛି । ଅନ୍ୟ ପକ୍ଷରେ ବିଜେଡି ଏହି ଉପନିର୍ବାଚନକୁ କେତେ ଗୁରୁତ୍ୱ ଦେଉଛି ତାକୁ ମଧ୍ୟ ପ୍ରମାଣିତ କରୁଛି ।

ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ସଭାରେ ନିଜ ବକ୍ତବ୍ୟରେ କହିଥିଲେ ନୂଆପଡ଼ାରେ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢେ଼ଇ ହେବ । ମୋହନ ଏହା ଜାଣି ଶୁଣି କହିଥିଲେ କି ବିଜେଡିର ଲୋକପ୍ରିୟତା କମାଇବାକୁ ଏହା କହିଥିଲେ ତାହା ଭିନ୍ନ କଥା । ହେଲେ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇଲେ ବିଜେପି ଓ କଂଗ୍ରେସର ଅଙ୍କ ବିଗାଡି ଦେବାକୁ ଯେ ସକ୍ଷମ ଏହା ସମସ୍ତେ ଜାଣନ୍ତି । ଗତ ନିର୍ବାଚନରେ ଦଳ ପରାଜିତ ହୋଇଛି ସତ, ଦଳ ମଧ୍ୟରେ ବିଭିନ୍ନ କାରଣକୁ ନେଇ ବିବାଦ ସୃଷ୍ଟି ହୋଇଛି, ହେଲେ ନବୀନଙ୍କ ଲୋକପ୍ରିୟତାରେ କାଣିଚାଏ ଆଞ୍ଚ ଆସିନାହିଁ । ବିଗତ ଦିନ ପରି ଆଜି ବି ରାଜ୍ୟବାସୀଙ୍କ ଶ୍ରଦ୍ଧା ସମ୍ମାନ ନବୀନଙ୍କ ପ୍ରତି ଅତୁଟ ରହିଛି । ତେଣୁ ନବୀନ ଦଳ ବଳ ନେଇ ପ୍ରଚାରକୁ ଓହ୍ଲାଇଲେ ନୂଆପଡା ଚିତ୍ର ବଦଳି ଯିବା ବିଚିତ୍ର ନୁହେଁ । ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ କହିବା ଅନୁଯାୟୀ ନବୀନଙ୍କ ସମୟରେ ନୂଆପଡାବାସୀ ନୂଆ ବିକାଶର ଚିତ୍ର ଦେଖିଥିଲେ । ନବୀନଙ୍କ ଲୋକପ୍ରିୟତା ନୂଆପଡ଼ାରେ ଢେର ଅଧିକ ରହିଛି । ଦଳ ଏଠାରେ ବିଜୟୀ ହେବ । ନବୀନ ପ୍ରଚାର ସମୟରେ ନୂଆପଡା ବିକାଶ ବିଷୟରେ କହିବା ସହିତ ୧୬ ମାସରେ ରାଜ୍ୟରେ ଦେଖା ଦେଇଥିବା ଆଇନ କାନୁନ ବ୍ୟବସ୍ଥା ବିଷୟରେ ନିଶ୍ଚିତ ମତ ଦେବେ ଏଥିରେ ସନ୍ଦେହ ନାହିଁ । ଯାହା ବିଜେପି ଓ କଂଗ୍ରେସକୁ କ୍ଷତି ପହଞ୍ଚାଇ ବିଜେଡିକୁ ଅଧିକ ଗ୍ରହଣୀୟ କରିବା ନିଶ୍ଚିତ ।

Leave a comment

Your email address will not be published. Required fields are marked *