ଓଡ଼ିଶା ଲିଡ୍ସ(ଯାଜପୁର): ବରୀ ବ୍ଲକ ଗୋପବନ୍ଧୁ ଚୌଧୁରୀ କଲେଜ ନିକଟ ବ୍ରାହ୍ମଣୀ ନଦୀରୁ ଶହ ଶହ ଟ୍ରିପ ବାଲି ଲୁଟ ଦେଉଛି । ରାତିରେ ଟ୍ରାକ୍ଟର ସାହାଯ୍ୟରେ ଏହି ବାଲି ଲୁଟ ହେଉଥିଲା ବେଳେ ବରୀ ତହସିଲ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହେଉଛି । ଏହି ସ୍ଥାନରୁ ଦିନରେ ବାଲି ଉଠୁ ନଥିଲା ବେଳେ ରାତିରେ ବାଲି ଚାଲାଣ ହେଉଛି । ଏହି ସ୍ଥାନ କାହାକୁ ଲିଜ ମଧ୍ୟ ଦିଆ ଯାଇନାହିଁ ବୋଲି ଜଣାଯାଇଛି । ତହସିଲ ପ୍ରଶାସନ ଏ ନେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।



















