ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଜି ସଂଧ୍ୟାରେ ଭାରତ ଉପରେ ପାକିସ୍ତାନ ଆକ୍ରମଣ କରିଥିଲା । ଆଉ ଏହାର ଜବାବ ଦେଇ ପାକିସ୍ତାନ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି ଭାରତ । ପାକିସ୍ତାନର ସିଆଲକୋଟ୍, ଲାହୋର ଓ ରାଜଧାନୀ ଇସ୍ଲାମାବାଦ ଉପରେ ଭାରତୀୟ ସେନା ଓ ବାୟୁସେନା ପକ୍ଷରୁ ପ୍ରଚଣ୍ଡ ବୋମା ବର୍ଷଣ କରାଯାଉଛି ।
ଭାରତ ଏହି ଆକ୍ରମଣରେ ଡ୍ରୋନର ବ୍ୟବହାର କରିଛି । ଭାରତ ପୂର୍ବରୁ ଲାହୋରର ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ବଂସ କରିସାରିଛି । ଏହାଛଡ଼ା କିଛି ସମୟ ପୂର୍ବରୁ ଭାରତ ଲାହୋରର ଆଉ ଏକ ଏୟାର ଡିଫେନ୍ସ ସିଷ୍ଟମକୁ ନଷ୍ଟ କରିଦେଇଛି ।
କେତେକ ରିପୋର୍ଟ ଅନୁସାରେ ଭାରତୀୟ ନୌସେନା ବି ସକ୍ରିୟ ହୋଇଯାଇଛି । ଏହା ପରେ ବନ୍ଦର ନଗରୀ କରାଚୀ ଓ ବାହାବଳପୁରରେ ସୁରକ୍ଷା ସାଇରନ ବାଜିଛି ।
ସ୍ଥିତି ବିଗୁଡୁଥିବା ଦେଖି ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ତୁରନ୍ତ ହ୍ରାସ ପାଇଁ ଆମେରିକା ଅପିଲ କରିଛି । ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସହିତ କଥା ହୋଇ ଆକ୍ରମଣ ବନ୍ଦ କରିବାକୁ ପରାମର୍ଶ ଦେଇଛନ୍ତି ।