orissaleads

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

Blog Post

orissaleads > ଜିଲ୍ଲା > ଯାଜପୁର > ସୁକିନ୍ଦା ରାଜନୀତି: ନେତା ଅସ୍ଥିର, କର୍ମୀ ସ୍ଥିର

ସୁକିନ୍ଦା ରାଜନୀତି: ନେତା ଅସ୍ଥିର, କର୍ମୀ ସ୍ଥିର

ଓଡ଼ିଶା ଲିଡ୍ସ(ବ୍ୟୁରୋ): ସାରା ରାଜ୍ୟରେ ବିଜେଡି ନେତା ବିଜେଡି ଛାଡି ବିଜେପିରେ ସାମିଲ ହେବାର ଧାରା ଜାରି ରହିଛି । ସେହି କ୍ରମରେ ଯାଜପୁର ଜିଲ୍ଲାରେ ମଧ୍ୟ ଦଳାନ୍ତିକରଣ ଜାରି ରହିଛି । ବିଗତ ୨୪ ବର୍ଷ ଧରି ବିଜେଡି ସହିତ ସାମିଲ ଥିବା ବ୍ଲକ ଓ ନିର୍ବାଚନ ମଣ୍ଡଳୀ ସ୍ତରୀୟ ନେତା ସରକାର ପରିବର୍ତ୍ତନ ପରେ ଅସ୍ଥିର ହୋଇ ପଡିଛନ୍ତି । ଦୀର୍ଘ ୨୪ ବର୍ଷ ଧରି କ୍ଷମତା ଆହରଣ କରିବା, ବିଭିନ୍ନ ପଦପଦବୀରେ ରହିବା ଓ ବିପୁଳ ଅର୍ଥ ରୋଜଗାର କରିବା ପରେ ସରକାର ବଦଳିବାର ମାତ୍ର ୧୭ ମାସ ପରେ ନେତା ଦଳ ଛାଡି ଦେଉଛନ୍ତି । ବିଜେପି ସରକାରକୁ ନେଇ ତଳ ସ୍ତରରେ ଅସନ୍ତୋଷ ରହିଥିଲା ବେଳେ ସାଧାରଣ ଲୋକେ ଓ କର୍ମୀଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଵିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ଥା ରହିଛି । ନେତା କିନ୍ତୁ ନବୀନଙ୍କ ଉପରୁ ଆସ୍ଥା ହରାଇଛନ୍ତି । ଫଳରେ ବିଜେପି ନେତାଙ୍କ ସହିତ ଯୋଗସୂତ୍ର ସ୍ଥାପନ କରି ସେମାନେ ବିଜେଡି ଛାଡି ବିଜେପିରେ ସାମିଲ ହେଉଛନ୍ତି । ନିଜେ ଦଳରେ ସାମିଲ ହେବା ସମୟରେ ନିଜର ପ୍ରଭାବ ପାଇଁ ବିଭିନ୍ନ କର୍ମୀଙ୍କୁ ମଧ୍ୟ ନିଜ ସହିତ ଆଣି ଦଳରେ ସାମିଲ କରୁଛନ୍ତି । ଏହି ସମୟରେ ତଳ ସ୍ତରର କର୍ମୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଉଥିବା ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି ।

ଯାଜପୁର ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜେଡି ନେତା ଓ କର୍ମୀ ଦଳ ଛାଡୁଥିଲା ବେଳେ ସୁକିନ୍ଦାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ନିର୍ବାଚନ ପରଠାରୁ ବିଜେପି ମିଶ୍ରଣ ପର୍ବ ଆରମ୍ଭ କରିଥିଲା ବେଳେ ବିଜେଡି ସରକାର ସମୟରେ ନିନ୍ଦିତ ହୋଇଥିବା କିଛି ନିର୍ବାଚନ ମଣ୍ଡଳୀ ସ୍ତରୀୟ ନେତାଙ୍କୁ ବିଜେପି ଆଦରି ନେଇଥିଲା । ଏହା ପରେ କିଛି ସାଧାରଣ କର୍ମୀ ମଧ୍ୟ ବିଜେପିରେ ସାମିଲ ହୋଇଥିଲେ । ହେଲେ ସେମାନଙ୍କୁ ବିଭିନ୍ନ ପ୍ରକାର ଧମକ ଦିଆ ଯାଇ ଦଳରେ ସାମିଲ କରାଯାଉଥିବା ନେଇ ଅଭିଯୋଗ ମଧ୍ୟ ରହିଛି । କିଛି ଶ୍ରମିକଙ୍କୁ ଜୋର ଜବରଦସ୍ତ ଦଳରେ ସାମିଲ କରାଯାଉଥିଲା ବେଳେ ଦଳରେ ସାମିଲ ନ ହେଲେ ସେମାନଙ୍କୁ ଛଟେଇ କରାଯିବାକୁ ଧମକ ଦିଆ ଯାଉଥିବା ଅଭିଯୋଗ ହୋଇଛି । ଦଳରେ ସାମିଲ ହୋଇଥିଲେ ମଧ୍ୟ କିଛି ଶ୍ରମିକଙ୍କୁ ଛଟେଇ କରାଯାଇଥିବା ଅଭିଯୋଗ ମଧ୍ୟ ହୋଇଛି ।

ଏ ନେଇ ଦଳର ଯୁବ ନେତା ଦେବୀ ପ୍ରସାଦ ମହାନ୍ତି କହିଛନ୍ତି ସରକାରୀ ଦଳରେ ସାମିଲ ହୋଇ ନେତା ମାନେ କ୍ଷମତା ଆହରଣ କରିବାକୁ ବ୍ୟଗ୍ର ହୋଇ ପଡିଛନ୍ତି । ବିଜେଡି ସରକାର ସମୟରେ ଯେଉଁ ନେତା ମାନେ ସୁକିନ୍ଦାରେ ନିନ୍ଦିତ ହୋଇଥିଲେ ଓ ବିଜେଡି ପରାଜୟର କାରଣ ହୋଇଥିଲେ ସେମାନେ ପ୍ରଥମେ ବିଜେପିରେ ସାମିଲ ହୋଇଛନ୍ତି । ଏହା ସହିତ ବହୁ ନିନ୍ଦିତ ନେତାଙ୍କ ସହିତ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ ସମ୍ପର୍କ ଛିନ୍ନ କରିଛନ୍ତି । ସେମାନେ ଏବେ ବିଜେପିରେ ସାମିଲ ହେଉଛନ୍ତି । ଏହା ଦ୍ୱାରା ଦକର କୌଣସି କ୍ଷତି ହେବ ନାହିଁ ବରଂ ଦଳ ଅଧିକ ସଙ୍ଗଠିତ ହେବ ଓ ଆଗକୁ ବଢିବ । ଆମ ପ୍ରିୟ ନେତା ନିର୍ବାଚନ ପରଠାରୁ ସାଧାରଣ ଲୋକଙ୍କ ସହିତ ଯୋଡି ହୋଇ ରହିଛନ୍ତି । ଯେଉଁ ମାନେ ଦଳର ନିଷ୍ଠାପର କର୍ମୀ ସେମାନେ ଦଳ ସହିତ ଯୋଡି ହୋଇ ରହିଛନ୍ତି ଓ ରହିବେ ମଧ୍ୟ ।

Leave a comment

Your email address will not be published. Required fields are marked *