ଓଡ଼ିଶା ଲିଡ୍ସ(ବ୍ୟୁରୋ): ଦିଲ୍ଲୀ ଲାଲକିଲ୍ଲାରେ ବିସ୍ପୋରଣ ପରେ ପୁରୀରେ ହାଇ ଆଲର୍ଟ ଜାରି ହୋଇଛି । ସତର୍କ ରହିବାକୁ ପୁରୀର ସମସ୍ତ ଥାନା ଅଧିକାରୀଙ୍କୁ ଏସ୍ପି ପ୍ରତୀକ ସିଂ ନିର୍ଦେଶ ଦେଇଛନ୍ତି । ଶ୍ରୀମନ୍ଦିର ସହିତ ସମୁଦ୍ରକୂଳ, ବେଳାଭୂମି, ରେଳ ଷ୍ଟେସନ, ବସ ଷ୍ଟାଣ୍ଡରେ ମଧ୍ୟ ହାଇ ଆଲର୍ଟ ଜାରି ହୋଇଛି । ପୁରୀର ସମସ୍ତ ପ୍ରବେଶ ପଥରେ ନାକା କରାଯାଇ ବ୍ୟାପକ ଯାଞ୍ଚ କରାଯାଉଛି । ଯଦି କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କ ବିଷୟରେ କିଛି ଖବର ପାଉଛନ୍ତି ତେବେ ତୁରନ୍ତ ପୋଲିସକୁ ଖବର ଦେବାକୁ ଏସ୍ପି ପରାମର୍ଶ ଦେଇଛନ୍ତି ।




















