orissaleads

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ଠକେଇର ମାଧ୍ୟମ ସାଜିଛି ୟୁପିଆଇ ପେମେଣ୍ଟ, ଟଙ୍କା ପଠାଇବା ସମୟରେ ସତର୍କ ରୁହନ୍ତୁ

ଠକେଇର ମାଧ୍ୟମ ସାଜିଛି ୟୁପିଆଇ ପେମେଣ୍ଟ, ଟଙ୍କା ପଠାଇବା ସମୟରେ ସତର୍କ ରୁହନ୍ତୁ

ସ୍ପେସ୍ ଷ୍ଟେସନରେ ପହଞ୍ଚିଲା ମହାକାଶଯାନ ଡ୍ରାଗନ, ଖୁସିରେ ଝୁମିଲେ ସୁନୀତା

ସ୍ପେସ୍ ଷ୍ଟେସନରେ ପହଞ୍ଚିଲା ମହାକାଶଯାନ ଡ୍ରାଗନ, ଖୁସିରେ ଝୁମିଲେ ସୁନୀତା

ବଢ଼ିଲା ଆମେରିକା-ଚୀନ୍‌ ତିକ୍ତତା, ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ- ଆମେରିକା ପ୍ରତିରକ୍ଷା ସଚିବ

ବଢ଼ିଲା ଆମେରିକା-ଚୀନ୍‌ ତିକ୍ତତା, ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ- ଆମେରିକା ପ୍ରତିରକ୍ଷା ସଚିବ

ହମାସକୁ ଟ୍ରମ୍ପଙ୍କ ଧମକ, ବନ୍ଧକ ମାନଙ୍କୁ ଛାଡ଼, ନଚେତ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ

ହମାସକୁ ଟ୍ରମ୍ପଙ୍କ ଧମକ, ବନ୍ଧକ ମାନଙ୍କୁ ଛାଡ଼, ନଚେତ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ

ଭାରତ ସହ ଭଲ ସଂପର୍କ ରଖିବା ଜରୁରୀ ହୋଇଛି: ୟୁନୁସ୍

ଭାରତ ସହ ଭଲ ସଂପର୍କ ରଖିବା ଜରୁରୀ ହୋଇଛି: ୟୁନୁସ୍

Blog Post

orissaleads > ରାଜ୍ୟ > ୧୬୦ କୋଟି ଟଙ୍କା ଦୁର୍ନୀତି ଅଭିଯୋଗରେ ବିଜେଡି ନେତା ରାଜା ଚକ୍ର ଗିରଫ, ଚିନ୍ତାରେ ବିଜେଡି

୧୬୦ କୋଟି ଟଙ୍କା ଦୁର୍ନୀତି ଅଭିଯୋଗରେ ବିଜେଡି ନେତା ରାଜା ଚକ୍ର ଗିରଫ, ଚିନ୍ତାରେ ବିଜେଡି

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ଆର୍ଥିକ ଅନିୟମିତତା ଘଟଣାରେ କ୍ରାଇମବ୍ରାଞ୍ଚ ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ କରିଛି। ରାଜାଙ୍କ ଗିରଫ ପରେ ବିଜେଡି ଭିତରେ ଛନକା ପସିଛି । ଗତ କାଲି ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି। ରାଜାଙ୍କ ବିରୋଧରେ ୧୬୦ କୋଟି ଟଙ୍କା ଦୁର୍ନୀତି କରିଥିବାର ଅଭିଯୋଗ ଆପାତତଃ ସତ ବୋଲି ଜଣାଯିବା ପରେ ତାଙ୍କୁ ଗିରଫ କରାଯାଇଛି। ରାଜା ଚକ୍ରଙ୍କର ପଲଟିକାଲ ଲିଙ୍କ ନେଇ ମଧ୍ୟ କ୍ରାଇମବ୍ରାଞ୍ଚ ଖୋଳ ତାଡ଼ ଆରମ୍ଭ କରିଛି । ଗତକାଲି ରାଜାଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣା ଯାଇଛି । ଦୁଇଦିନ ତଳେ ହାଇକୋର୍ଟ ରାଜା ଓରଫ ସୌମ୍ୟଶଙ୍କର ଚକ୍ରଙ୍କ ଅନ୍ତରୀଣ ସୁରକ୍ଷାକୁ ହଟାଇଦେବା ପରେ ତାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ଏହାପରେ ତାଙ୍କ ପତ୍ନୀ ଓ ସହଯୋଗୀଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଗିରଫ କରିବ ବୋଲି ସୂଚନା ରହିଛି।
ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଅନିୟମିତତା ଘଟଣାରେ ଏସଟିଏଫ୍ ଓ ଇଓଡବ୍ଲ୍ୟୁ କିଛି ଦିନ ଧରି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା। ଏହି ଘଟଣାରେ ରାଜାଙ୍କ ସହଯୋଗୀ ପ୍ରଭାତ ପଟ୍ଟନାୟକ ଓ ସୁଶାନ୍ତ ସାମଲଙ୍କୁ ଜେରା କରାଯାଇଥିଲା। ରାଜାଙ୍କ ଘର ଏବଂ କିଛି ବ୍ୟାବସାୟିକ ପ୍ରତିଷ୍ଠାନରେ ମଧ୍ୟ ଚଢ଼ଉ ହୋଇଛି। କେନ୍ଦୁଝରସ୍ଥିତ ରାଜାଙ୍କ ଘରେ ଇଓଡବ୍ଲ୍ୟୁର ଜଣେ ଅତିରିକ୍ତ ଏସ୍ପିଙ୍କ ନେତୃତ୍ବରେ ଗଠିତ ଟିମ ଚଢ଼ଉ କରିବା ସହ ପରିବାର ସଦସ୍ୟଙ୍କୁ ପଚରାଉଚରା କରିଥିଲେ। ସେହିପରି କେନ୍ଦୁଝର ସହରରେ ଥିବା ଶଙ୍କର ମିନେରାଲ୍ ଅଫିସରେ ମଧ୍ୟ ଚଢ଼ଉ କରାଯାଇ କାଗଜପତ୍ର ଯାଞ୍ଚ କରାଯାଇଥିଲା। ସେପଟେ ଗୁଆଲିସ୍ଥିତ ଜେଏସ୍ଡବ୍ଲ୍ୟ ଖଣିରେ ପୋଲିସ ଉପସ୍ଥିତିରେ ଇଓଡବ୍ଲ୍ୟୁ ଚଢାଉ କରିଥିଲା। ସେଠାରେ ରାଜାଙ୍କ ମାଲିକାନାରେ ଥିବା ଦୁଇଟି ସ୍କ୍ରିନିଂ ପ୍ଲାଣ୍ଟ ଓ ଗୋଟିଏ ପୋକ୍ଲିନ୍ ମେସିନ୍ ଜବତ କରାଯାଇଥିବା ସୂଚନା ମିଳିଥିଲା।
ଗତ ଦୁଇ ସପ୍ତାହ ଧରି ଇଓଡବ୍ଲ୍ୟୁ ଓ ଏସ୍ଟିଏଫ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଲୋଡିଂ ଏଜେନ୍ସିରେ ଚଢ଼ାଉ କରାଯାଇଥିଲା । ପୂର୍ବରୁ ଏହି ଘଟଣାରେ ଏଜେନ୍ସିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସଂପାଦକ ଉତ୍କଳ ଦାସଙ୍କୁ ଗିରଫ କରାଯାଇଛି। ଏଥିସହିତ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରକୁ ମଧ୍ୟ ଜବତ କରାଯାଇଛି। ସେମାନଙ୍କଠାରୁ ମିଳିଥିବା ତଥ୍ୟ ଆଧାରରେ ରାଜାଙ୍କୁ ଇଓଡବ୍ଳ୍ୟୁ ଜେରା କରିଥିଲା। ଏ ନେଇ ବିଭିନ୍ନ ଲୋକଙ୍କୁ ଜେରା କରାଯାଇଛି ।ଜେରା ବେଳେ ଏଜେନ୍ସିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସଂପାଦକ ଉତ୍କଳ ଦାସ ଆର୍ଥିକ ନେଣଦେଣର ଅନେକ ଗୁମର ଖୋଲିଛନ୍ତି । ରାଜା ଗିରଫ ହେଲା ପରେ ବିଜେଡି ଶିବିରରେ ଛନକା ପସିଛି । ରାଜାଙ୍କ ସହିତ ବିଜେଡିର ବହୁ ନେତାଙ୍କ ଲିଙ୍କ ଥିଲା ବେଳେ ଆଗକୁ ତଦନ୍ତ କେଉଁ ଦିଗକୁ ମୋଡ଼ିବ ତାକୁ ନେଇ ସମସ୍ତେ ସନ୍ଦେହରେ ପଡିଛନ୍ତି । ଅନ୍ୟ ପକ୍ଷରେ ବରିଷ୍ଠ ନେତା ବଦ୍ରୀ ପାତ୍ରଙ୍କ ବୟାନ ଏହି ଘଟଣାକୁ ଅଧିକ ରୋଚକ କରିଛି ।

Leave a comment

Your email address will not be published. Required fields are marked *