ଡ଼ିଶା ଲିଡ୍ସ(ବ୍ୟୁରୋ): ଗତକାଲି ମଧ୍ୟ ରାତ୍ରିରେ ପାକିସ୍ତାନର ଆତଙ୍କବାଦୀ ଆଡ୍ଡା ଉପରେ ଭାରତୀୟ ସେନା କରିଥିବା ଆକ୍ରମଣକୁ ଭାରତୀୟ କ୍ରିକେଟର ପ୍ରଶଂସା କରିଛନ୍ତି ।
କ୍ରିକେଟର ମାନେ କହିଛନ୍ତି ପ୍ରତ୍ୟେକ ଭାରତୀୟଙ୍କ ଅପେକ୍ଷାର ଅନ୍ତ ଘଟିଛି । ପ୍ରଶଂସାରେ ଶତମୁଖ ଭାରତର ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ କହିଛନ୍ତି ପାକିସ୍ତାନ ଉପରେ ‘ଅପରେସନ ସିନ୍ଦୂର’ ନାମରେ ହୋଇଥିବା ଆକ୍ରମଣ ଶକ୍ତିଶାଳୀ । ସେ ତାଙ୍କ ସୋସିଆଲ ମିଡିଆ ସାଇଟରେ ଏକ ଜାତୀୟତାବାଦୀ ପୋଷ୍ଟ କରିଛନ୍ତି । ପୋଷ୍ଟରେ ସେ କହିଛନ୍ତି, ‘‘ଯଦି କେହି ଆପଣଙ୍କୁ ପଥର ଫିଙ୍ଗୁଛନ୍ତି, ତାହାଲେ ଆପଣ ତାଙ୍କ ଉପରକୁ ଫୁଲ ଫିଙ୍ଗନ୍ତୁ, କିନ୍ତୁ ଫୁଲ କୁଣ୍ଡ ସହିତ’’
କେବଳ ସେହୱାଗ ନୁହନ୍ତି, ଗୌତମ ଗମ୍ଭୀର, ଆକାଶ ଚୋପ୍ରା, ହରଭଜନ ସିଂହ, ସୁରେଶ ରାଇନା ଏବଂ ଝୁଲଣ ଗୋସ୍ୱାମୀଙ୍କ ଭଳି ପ୍ରମୁଖ କ୍ରିକେଟରମାନେ ସେନାବାହିନୀ ପ୍ରତି ସେମାନଙ୍କ ସମର୍ଥନ ପ୍ରକାଶ କରିଛନ୍ତି । ହରଭଜନ ସିଂହ ଏକ୍ସରେ ଲେଖିଛନ୍ତି, ‘‘ପହଲଗାମରେ ଆମ ନିରୀହ ଭାଇ ଭଉଣୀଙ୍କ ସାଙ୍ଗରେ ଘଟିଥିବା ବର୍ବର କାଣ୍ଡ ବିରୁଦ୍ଧରେ ‘ଅପରେସନ ସିନ୍ଦୂର’ ଭାରତର ଏକ ଦୃଢ ଜବାବ ।’’ ସେହିପରି ଚେତନ ଶର୍ମା ଏକ୍ସରେ ଲେଖିଛନ୍ତି, ଯେତେବେଳେ ଭାରତର ସୁରକ୍ଷା ଉପରକୁ ପ୍ରଶ୍ନ ଆସେ, ସେତେବେଳେ ଭାରତ ଚୁପ୍ ରୁହେନି । ଏହା କେବଳ ଏକ ଜବାବ ନୁହେଁ, ବରଂ ଏକ ବାର୍ତ୍ତା ଅଟେ ।