ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ଚିତାଳୋ କଲେଜର ପୂର୍ବତନ ଅଧ୍ୟକ୍ଷ ଅଦ୍ୱୈତ ପ୍ରସାଦ ମଲ୍ଲିକ ଓ ସଭାପତି ବଦ୍ରୀ ନାରାୟଣ ରାୟଙ୍କୁ ଗିରଫ କରିଛି ଭିଜିଲାନ୍ସ । ୩୨ ଲକ୍ଷ ୭ ହଜାର ୬୨୦ ଟଙ୍କା ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଉଭୟ ଗିରଫ ହୋଇଥିବା ସୂଚନା ମିଳିଛି ।
ଏ ନେଇ ଭିଜିଲାନ୍ସ ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ମଲ୍ଲିକଙ୍କୁ ପଚରାଉଚରା କରିଥିଲେ। ଏହି ଆର୍ଥିକ ଅନିୟମିତତାରେ ମହାବିଦ୍ୟାଳୟର ତତ୍କାଳୀନ ପରିଚାଳନା କମିଟି ସଭାପତି ବଦ୍ରିନାରାୟଣ ରାୟଙ୍କ ସମ୍ପୃକ୍ତି ରହିଥିବା ଶ୍ରୀ ମଲ୍ଲିକଙ୍କଠାରୁ ଭିଜିଲାନ୍ସ ଜାଣିବାକୁ ପାଇଥିଲା।
ଆଜି ଉଭୟଙ୍କୁ ଭିଜିଲାନ୍ସ ସ୍ବତନ୍ତ୍ର ନୋଟିସ ଜରିଆରେ କଟକ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା। ନୋଟିସ କ୍ରମେ ଆଜି ଉଭୟ କଟକ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଉଭୟଙ୍କୁ ଦୀର୍ଘ ସମୟ ପଚରାଉଚରା କରାଯାଇଥିଲା । ପରେ ଉଭୟଙ୍କୁ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।




















