ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚ ସମୟରେ ଆହତ ହୋଇଥିଲେ ଉପ ଅଧିନାୟକ ଶ୍ରେୟସ ଆୟାର । ଏକ କଷ୍ଟ ସାଧ୍ୟ କ୍ୟାଚ ନେଲା ବେଳେ ସେ ଆହତ ହୋଇଥିଲେ । ତାଙ୍କ ପଞ୍ଜରା ହାଡ଼ରେ ଗୁରୁତର ଆଘାତ ଲାଗିଥିଲା । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସେ ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି । ଆଜି ତାଙ୍କୁ ଆଇସିୟୁରୁ ବାହାରକୁ ଆଣା ଯାଇଛି । ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ ପରେ ସେ ଭାରତ ଫେରିବେ ବୋଲି ଜଣା ଯାଇଛି ।




















