ଓଡ଼ିଶା ଲିଡ୍ସ(ବ୍ୟୁରୋ): ବିଧାନସଭା ପରିସରରେ ଥିବା ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସୁସଙ୍ଗଠକ, ବରିଷ୍ଠ ରାଜନେତା, କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ, ତଥା ସାହିତ୍ୟିକ ଓ ସମ୍ପାଦକ ଭାବରେ ଓଡ଼ିଶା ତଥା ଦେଶ ପାଇଁ ତାଙ୍କର ଅବଦାନ ଅତୁଳନୀୟ । ଓଡ଼ିଶାର ଉନ୍ନତି ପାଇଁ ତାଙ୍କର ନିରନ୍ତର ପ୍ରୟାସ ଏବଂ ରାଜନୈତିକ ଦୂରଦୃଷ୍ଟି ସର୍ବଦା ସ୍ମରଣୀୟ ହୋଇ ରହିବ। ରାଜନୀତି ସଂଗେ ସଂଗେ ସାହିତ୍ୟ, ସଂସ୍କୃତି ଏବଂ ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ସେ ଏକ ଦିଗଦର୍ଶକ ନେତୃତ୍ୱ ଥିଲେ। ତାଙ୍କର ଆଦର୍ଶ, ତ୍ୟାଗ ଏବଂ ଜନସେବା ପ୍ରତି ଅଙ୍ଗୀକାରବଦ୍ଧତା ଆମକୁ ସର୍ବଦା ପ୍ରେରଣା ପ୍ରଦାନ କରୁଥାଉ। ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ପୁଣ୍ୟ ସ୍ମୃତିକୁ ଭକ୍ତିପୂତ ପ୍ରଣାମ।




















