orissaleads

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ଠକେଇର ମାଧ୍ୟମ ସାଜିଛି ୟୁପିଆଇ ପେମେଣ୍ଟ, ଟଙ୍କା ପଠାଇବା ସମୟରେ ସତର୍କ ରୁହନ୍ତୁ

ଠକେଇର ମାଧ୍ୟମ ସାଜିଛି ୟୁପିଆଇ ପେମେଣ୍ଟ, ଟଙ୍କା ପଠାଇବା ସମୟରେ ସତର୍କ ରୁହନ୍ତୁ

ସ୍ପେସ୍ ଷ୍ଟେସନରେ ପହଞ୍ଚିଲା ମହାକାଶଯାନ ଡ୍ରାଗନ, ଖୁସିରେ ଝୁମିଲେ ସୁନୀତା

ସ୍ପେସ୍ ଷ୍ଟେସନରେ ପହଞ୍ଚିଲା ମହାକାଶଯାନ ଡ୍ରାଗନ, ଖୁସିରେ ଝୁମିଲେ ସୁନୀତା

ବଢ଼ିଲା ଆମେରିକା-ଚୀନ୍‌ ତିକ୍ତତା, ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ- ଆମେରିକା ପ୍ରତିରକ୍ଷା ସଚିବ

ବଢ଼ିଲା ଆମେରିକା-ଚୀନ୍‌ ତିକ୍ତତା, ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ- ଆମେରିକା ପ୍ରତିରକ୍ଷା ସଚିବ

ହମାସକୁ ଟ୍ରମ୍ପଙ୍କ ଧମକ, ବନ୍ଧକ ମାନଙ୍କୁ ଛାଡ଼, ନଚେତ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ

ହମାସକୁ ଟ୍ରମ୍ପଙ୍କ ଧମକ, ବନ୍ଧକ ମାନଙ୍କୁ ଛାଡ଼, ନଚେତ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ

ଭାରତ ସହ ଭଲ ସଂପର୍କ ରଖିବା ଜରୁରୀ ହୋଇଛି: ୟୁନୁସ୍

ଭାରତ ସହ ଭଲ ସଂପର୍କ ରଖିବା ଜରୁରୀ ହୋଇଛି: ୟୁନୁସ୍

Blog Post

orissaleads > ରାଜ୍ୟ > ଉପରାଷ୍ଟ୍ରପତି ନିର୍ବାଚନ, ବିଜେଡିର ରଣନୀତି ପାଇଁ ଦିଲ୍ଲୀରେ ନବୀନ

ଉପରାଷ୍ଟ୍ରପତି ନିର୍ବାଚନ, ବିଜେଡିର ରଣନୀତି ପାଇଁ ଦିଲ୍ଲୀରେ ନବୀନ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆସନ୍ତା କାଲି ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଟିତ ହେବ । ସଂଖ୍ୟା ଗଣନା ଅନୁଯାୟୀ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ବିଜୟୀ ହେବା ନିଶ୍ଚିତ । ଏହା ହେଲେ ଇଣ୍ଡି ମେଣ୍ଟ ପ୍ରାର୍ଥୀ ପରାଜିତ ହେବେ । ହେଲେ ଏନଡିଏ ପ୍ରାର୍ଥୀ କିଭଳି ଅଧିକ ଭୋଟ ପାଇ ବିଜୟୀ ହେବେ ସେ ନେଇ ଏନଡିଏ ପକ୍ଷରୁ ଉଦ୍ୟମ କରାଯାଉଛି । ବିଜେଡି ଭୋଟ ଏନଡିଏ ପ୍ରାର୍ଥୀଙ୍କ ସପକ୍ଷକୁ ନେବାକୁ ଏନଡିଏ ଭରପୁର ଉଦ୍ୟମ କରୁଛି । ଗତକାଲି ଵିରୋଧି ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୪ ଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି । ଦିଲ୍ଲୀ ଗସ୍ତ ଅବସରରେ ସେ ବିଜେପିର ବରିଷ୍ଠ ନେତାଙ୍କ ସହିତ ଆଲୋଚନା କରିବେ ବୋଲି ଚର୍ଚ୍ଚା ହେଉଛି । ଗତକାଲି ମଧ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତ କରିଛନ୍ତି । ନବୀନଙ୍କ ସହିତ ବିଜେପିର ଆଲୋଚନା ବେଳେ ସମ୍ଭବତଃ ମନମୋହନ ସାମଲ ଦଳର ରାଜ୍ୟ ସଭାପତି ଭାବେ ଉପସ୍ଥିତ ରହି ପାରନ୍ତି । ଦଳର ରାଜ୍ୟ ସଭାପତି ଭାବେ ତାଙ୍କ ଉପସ୍ଥିତି ମଧ୍ୟ ଜରୁରୀ । ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଭୋଟ ଗୁରୁତ୍ୱ ବହନ କରୁ ନଥିଲା ବେଳେ ବିଜେପି କିନ୍ତୁ ବିଜେଡି ଭୋଟ ନେବାକୁ ଚାହିଁବ ।

ଏପରି ସ୍ଥଳେ ବିଜେଡି ପାଇଁ ଏହା ଚିନ୍ତା ବଢ଼ାଇ ଦେଇଛି । ଉପରାଷ୍ଟ୍ରପତି ନିର୍ବାଚନ ବିଜେଡି ପାଇଁ ଶିର ନାସ୍ତି, ଶିର ପୀଡା ସଦୃଶ ହୋଇଛି । ଗତ କାଲି ବିଜେଡିର ପିଏସି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସଦସ୍ୟ ମାନେ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ବୈଠକରେ ଉପସ୍ଥିତ ସଦସ୍ୟ ମାନେ ନିର୍ବାଚନରେ ଉଭୟ ପ୍ରାର୍ଥୀଙ୍କୁ ଭୋଟ ନ ଦେବାକୁ ନିଷ୍ପତି ନେଇଥିବା ବିଶେଷ ସୂତ୍ରରୁ ଜଣା ଯାଇଛି । ଉଭୟ ପ୍ରାର୍ଥୀଙ୍କୁ ଭୋଟ ଦେବା ବିଜେଡି ପାଇଁ କ୍ଷତି କାରକ ହେବ ବୋଲି ସଦସ୍ୟ ମାନେ ଆଲୋଚନା କରିଛନ୍ତି । ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେଲେ ବିଜେଡିର ବିଜେପି ସହିତ ଭିତିରି ସମ୍ପର୍କ ଥିବା ରାଜ୍ୟରେ ଚର୍ଚ୍ଚା ହେବ । ଅନ୍ୟ ପକ୍ଷରେ ଇଣ୍ଡି ମେଣ୍ଟ ପ୍ରାର୍ଥୀଙ୍କୁ ଭୋଟ ଦେଲେ ବିଜେଡି କଂଗ୍ରେସ ସହିତ ହାତ ମିଳାଇଥିବା ଚର୍ଚ୍ଚା ମଧ୍ୟ ହେବ ବୋଲି ସଦସ୍ୟ ମାନେ ମତ ଦେଇଥିଲେ । ଆଉ ଏହା ହେଲେ ଦଳ କ୍ଷତି ସହିବ ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା । ଆଲୋଚନା ପରେ ସମସ୍ତ ସଦସ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା ବିଷୟରେ ଅବଗତ କରି ତାଙ୍କ ନିଷ୍ପତି ଶେଷ ନିଷ୍ପତ୍ତି ବୋଲି କହିଥିଲେ ।

ନବୀନ ଦିଲ୍ଲୀ ଗସ୍ତ କରିଥିଲା ବେଳେ ସେ କି ନିଷ୍ପତ୍ତି ନେବେ ତା ଉପରେ ସମସ୍ତଙ୍କ ନଜର ରହିଛି । ପୂର୍ବରୁ ନବୀନ ସବୁ ସମୟରେ ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମ ଦୁରତା କଥା କହିଛନ୍ତି । ହେଲେ କଂଗ୍ରେସ କେନ୍ଦ୍ରରେ ସରକାରରେ ଥିଲା ବେଳେ କଂଗ୍ରେସ ସହିତ ମଧୁର ସମ୍ପର୍କ ରଖିଛନ୍ତି ଓ ବିଜେପି ସରକାର ସମୟରେ ବିଜେପି ସହିତ ମଧ୍ୟ ମଧୁର ସମ୍ପର୍କ ରଖିଛନ୍ତି । ଏବେ ସମୟ ବଦଳିଛି । ବିଜେଡି ଆଉ ସରକାରରେ ନାହିଁ, ଫଳରେ ରାଜ୍ୟର ସ୍ୱାର୍ଥ ପାଇଁ ଆଉ କାହା ନିକଟରେ ନବୀନ ମୁଣ୍ଡ ଝୁଙ୍କାଇବାର ଆଵଶ୍ୟକତା ମଧ୍ୟ ନାହିଁ ବୋଲି ମତ ପ୍ରକାଶ ପାଇଛି । ନବୀନ ମଧ୍ୟ ଆଉ ରାଜ୍ୟ ସ୍ୱାର୍ଥ କଥା କହି ପାରିବେ ନାହିଁ ।

କଂଗ୍ରେସର କବର ଉପରେ ବିଜେଡି ନିଜକୁ ଗଢି ରାଜ୍ୟ ଶାସନ କରିଥିଲା ଆଉ ଏହି ସମୟରେ ବିଜେଡିକୁ ସହାରା ଦେଇଥିଲା ବିଜେପି । ପର ମୁହୂର୍ତ୍ତରେ ବିଜେପି ଠାରୁ ଦୂରେଇ ଯାଇଥିଲା ବିଜେଡି । କେନ୍ଦ୍ରରେ ବିଜେପି ଶାସନ କ୍ଷମତାକୁ ଆସିବା ପରେ ପୁଣି ବିଜେପି ସହିତ ସମ୍ପର୍କ ଯୋଡିଥିଲେ ନବୀନ । ଏବେ ରାଜ୍ୟରେ ବିଜେପି ଶାସନ କରୁଥିଲା ବେଳେ ବିଜେଡି ରାଜ୍ୟର ମୁଖ୍ୟ ଵିରୋଧି ଦଳ । ଦିନକୁ ଦିନ କଂଗ୍ରେସର ଲୋକପ୍ରିୟତା ରାଜ୍ୟରେ ବଢୁଥିଲା ବେଳେ ଏହାକୁ ନେଇ ବିଜେପି ବିବ୍ରତ ହୋଇ ପଡିଛି । ବିଜେଡିକୁ ଏକ ପ୍ରକାର ଅଧିଗ୍ରହଣ କଲେ ବିଜେପିର ଭୋଟ ବ୍ୟାଙ୍କ ବୃଦ୍ଧି ହେବ ଏବଂ ବିଜେପି ବଳ ଶାଳୀ ହେବ ଏହା ବିଜେପି ଜାଣିଛି ଓ ସେହି ଅନୁଯାୟୀ ରଣ ନୀତି ଅଙ୍କନ କରୁଛି । ତେଣୁ ବିଜେପି ବିଜେଡି ଉପରେ ନଜର ପକାଇଛି ।

ଅନ୍ୟ ପକ୍ଷରେ ବିଜେଡିରେ ବିଦ୍ରୋହର ପଦ ଧ୍ୱନି ଏବେ ବିଜେଡିରେ କମ୍ପନ ସୃଷ୍ଟି କରିଛି । ଦକର ବହୁ ନେତା ଏବେ ଦଳ ପରିଚାଳନା ନେଇ ମୁହଁ ଖୋଲିଛନ୍ତି । ଦଳ ପରିଚାଳନା ଶୈଳୀ ନେତା ଓ ରାଜ୍ୟବାସୀଙ୍କୁ କ୍ଷୁବ୍ଧ କରିଛି । ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତର ଦଳର ଭବିଷ୍ୟତ ନବୀନଙ୍କ ନିଷ୍ପତି ଉପରେ ହିଁ ନିର୍ଭର କରୁଛି । ନବୀନ କି ନିଷ୍ପତ୍ତି ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର । ରାଜନୈତିକ ଗୋଟି ଚାଳନାରେ ସିଦ୍ଧହସ୍ତ ନବୀନ କି ଗୋଟି ଚାଳନା କରୁଛନ୍ତି ତା ଉପରେ ଦଳର ଭବିଷ୍ୟତ ନିର୍ଭର କରୁଛି ।

Leave a comment

Your email address will not be published. Required fields are marked *