Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ରାଜ୍ୟ > ଉପରାଷ୍ଟ୍ରପତି ନିର୍ବାଚନ, ବିଜେଡିର ରଣନୀତି ପାଇଁ ଦିଲ୍ଲୀରେ ନବୀନ

ଉପରାଷ୍ଟ୍ରପତି ନିର୍ବାଚନ, ବିଜେଡିର ରଣନୀତି ପାଇଁ ଦିଲ୍ଲୀରେ ନବୀନ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆସନ୍ତା କାଲି ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଟିତ ହେବ । ସଂଖ୍ୟା ଗଣନା ଅନୁଯାୟୀ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ବିଜୟୀ ହେବା ନିଶ୍ଚିତ । ଏହା ହେଲେ ଇଣ୍ଡି ମେଣ୍ଟ ପ୍ରାର୍ଥୀ ପରାଜିତ ହେବେ । ହେଲେ ଏନଡିଏ ପ୍ରାର୍ଥୀ କିଭଳି ଅଧିକ ଭୋଟ ପାଇ ବିଜୟୀ ହେବେ ସେ ନେଇ ଏନଡିଏ ପକ୍ଷରୁ ଉଦ୍ୟମ କରାଯାଉଛି । ବିଜେଡି ଭୋଟ ଏନଡିଏ ପ୍ରାର୍ଥୀଙ୍କ ସପକ୍ଷକୁ ନେବାକୁ ଏନଡିଏ ଭରପୁର ଉଦ୍ୟମ କରୁଛି । ଗତକାଲି ଵିରୋଧି ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୪ ଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି । ଦିଲ୍ଲୀ ଗସ୍ତ ଅବସରରେ ସେ ବିଜେପିର ବରିଷ୍ଠ ନେତାଙ୍କ ସହିତ ଆଲୋଚନା କରିବେ ବୋଲି ଚର୍ଚ୍ଚା ହେଉଛି । ଗତକାଲି ମଧ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତ କରିଛନ୍ତି । ନବୀନଙ୍କ ସହିତ ବିଜେପିର ଆଲୋଚନା ବେଳେ ସମ୍ଭବତଃ ମନମୋହନ ସାମଲ ଦଳର ରାଜ୍ୟ ସଭାପତି ଭାବେ ଉପସ୍ଥିତ ରହି ପାରନ୍ତି । ଦଳର ରାଜ୍ୟ ସଭାପତି ଭାବେ ତାଙ୍କ ଉପସ୍ଥିତି ମଧ୍ୟ ଜରୁରୀ । ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଭୋଟ ଗୁରୁତ୍ୱ ବହନ କରୁ ନଥିଲା ବେଳେ ବିଜେପି କିନ୍ତୁ ବିଜେଡି ଭୋଟ ନେବାକୁ ଚାହିଁବ ।

ଏପରି ସ୍ଥଳେ ବିଜେଡି ପାଇଁ ଏହା ଚିନ୍ତା ବଢ଼ାଇ ଦେଇଛି । ଉପରାଷ୍ଟ୍ରପତି ନିର୍ବାଚନ ବିଜେଡି ପାଇଁ ଶିର ନାସ୍ତି, ଶିର ପୀଡା ସଦୃଶ ହୋଇଛି । ଗତ କାଲି ବିଜେଡିର ପିଏସି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସଦସ୍ୟ ମାନେ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ବୈଠକରେ ଉପସ୍ଥିତ ସଦସ୍ୟ ମାନେ ନିର୍ବାଚନରେ ଉଭୟ ପ୍ରାର୍ଥୀଙ୍କୁ ଭୋଟ ନ ଦେବାକୁ ନିଷ୍ପତି ନେଇଥିବା ବିଶେଷ ସୂତ୍ରରୁ ଜଣା ଯାଇଛି । ଉଭୟ ପ୍ରାର୍ଥୀଙ୍କୁ ଭୋଟ ଦେବା ବିଜେଡି ପାଇଁ କ୍ଷତି କାରକ ହେବ ବୋଲି ସଦସ୍ୟ ମାନେ ଆଲୋଚନା କରିଛନ୍ତି । ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେଲେ ବିଜେଡିର ବିଜେପି ସହିତ ଭିତିରି ସମ୍ପର୍କ ଥିବା ରାଜ୍ୟରେ ଚର୍ଚ୍ଚା ହେବ । ଅନ୍ୟ ପକ୍ଷରେ ଇଣ୍ଡି ମେଣ୍ଟ ପ୍ରାର୍ଥୀଙ୍କୁ ଭୋଟ ଦେଲେ ବିଜେଡି କଂଗ୍ରେସ ସହିତ ହାତ ମିଳାଇଥିବା ଚର୍ଚ୍ଚା ମଧ୍ୟ ହେବ ବୋଲି ସଦସ୍ୟ ମାନେ ମତ ଦେଇଥିଲେ । ଆଉ ଏହା ହେଲେ ଦଳ କ୍ଷତି ସହିବ ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା । ଆଲୋଚନା ପରେ ସମସ୍ତ ସଦସ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା ବିଷୟରେ ଅବଗତ କରି ତାଙ୍କ ନିଷ୍ପତି ଶେଷ ନିଷ୍ପତ୍ତି ବୋଲି କହିଥିଲେ ।

ନବୀନ ଦିଲ୍ଲୀ ଗସ୍ତ କରିଥିଲା ବେଳେ ସେ କି ନିଷ୍ପତ୍ତି ନେବେ ତା ଉପରେ ସମସ୍ତଙ୍କ ନଜର ରହିଛି । ପୂର୍ବରୁ ନବୀନ ସବୁ ସମୟରେ ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମ ଦୁରତା କଥା କହିଛନ୍ତି । ହେଲେ କଂଗ୍ରେସ କେନ୍ଦ୍ରରେ ସରକାରରେ ଥିଲା ବେଳେ କଂଗ୍ରେସ ସହିତ ମଧୁର ସମ୍ପର୍କ ରଖିଛନ୍ତି ଓ ବିଜେପି ସରକାର ସମୟରେ ବିଜେପି ସହିତ ମଧ୍ୟ ମଧୁର ସମ୍ପର୍କ ରଖିଛନ୍ତି । ଏବେ ସମୟ ବଦଳିଛି । ବିଜେଡି ଆଉ ସରକାରରେ ନାହିଁ, ଫଳରେ ରାଜ୍ୟର ସ୍ୱାର୍ଥ ପାଇଁ ଆଉ କାହା ନିକଟରେ ନବୀନ ମୁଣ୍ଡ ଝୁଙ୍କାଇବାର ଆଵଶ୍ୟକତା ମଧ୍ୟ ନାହିଁ ବୋଲି ମତ ପ୍ରକାଶ ପାଇଛି । ନବୀନ ମଧ୍ୟ ଆଉ ରାଜ୍ୟ ସ୍ୱାର୍ଥ କଥା କହି ପାରିବେ ନାହିଁ ।

କଂଗ୍ରେସର କବର ଉପରେ ବିଜେଡି ନିଜକୁ ଗଢି ରାଜ୍ୟ ଶାସନ କରିଥିଲା ଆଉ ଏହି ସମୟରେ ବିଜେଡିକୁ ସହାରା ଦେଇଥିଲା ବିଜେପି । ପର ମୁହୂର୍ତ୍ତରେ ବିଜେପି ଠାରୁ ଦୂରେଇ ଯାଇଥିଲା ବିଜେଡି । କେନ୍ଦ୍ରରେ ବିଜେପି ଶାସନ କ୍ଷମତାକୁ ଆସିବା ପରେ ପୁଣି ବିଜେପି ସହିତ ସମ୍ପର୍କ ଯୋଡିଥିଲେ ନବୀନ । ଏବେ ରାଜ୍ୟରେ ବିଜେପି ଶାସନ କରୁଥିଲା ବେଳେ ବିଜେଡି ରାଜ୍ୟର ମୁଖ୍ୟ ଵିରୋଧି ଦଳ । ଦିନକୁ ଦିନ କଂଗ୍ରେସର ଲୋକପ୍ରିୟତା ରାଜ୍ୟରେ ବଢୁଥିଲା ବେଳେ ଏହାକୁ ନେଇ ବିଜେପି ବିବ୍ରତ ହୋଇ ପଡିଛି । ବିଜେଡିକୁ ଏକ ପ୍ରକାର ଅଧିଗ୍ରହଣ କଲେ ବିଜେପିର ଭୋଟ ବ୍ୟାଙ୍କ ବୃଦ୍ଧି ହେବ ଏବଂ ବିଜେପି ବଳ ଶାଳୀ ହେବ ଏହା ବିଜେପି ଜାଣିଛି ଓ ସେହି ଅନୁଯାୟୀ ରଣ ନୀତି ଅଙ୍କନ କରୁଛି । ତେଣୁ ବିଜେପି ବିଜେଡି ଉପରେ ନଜର ପକାଇଛି ।

ଅନ୍ୟ ପକ୍ଷରେ ବିଜେଡିରେ ବିଦ୍ରୋହର ପଦ ଧ୍ୱନି ଏବେ ବିଜେଡିରେ କମ୍ପନ ସୃଷ୍ଟି କରିଛି । ଦକର ବହୁ ନେତା ଏବେ ଦଳ ପରିଚାଳନା ନେଇ ମୁହଁ ଖୋଲିଛନ୍ତି । ଦଳ ପରିଚାଳନା ଶୈଳୀ ନେତା ଓ ରାଜ୍ୟବାସୀଙ୍କୁ କ୍ଷୁବ୍ଧ କରିଛି । ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତର ଦଳର ଭବିଷ୍ୟତ ନବୀନଙ୍କ ନିଷ୍ପତି ଉପରେ ହିଁ ନିର୍ଭର କରୁଛି । ନବୀନ କି ନିଷ୍ପତ୍ତି ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର । ରାଜନୈତିକ ଗୋଟି ଚାଳନାରେ ସିଦ୍ଧହସ୍ତ ନବୀନ କି ଗୋଟି ଚାଳନା କରୁଛନ୍ତି ତା ଉପରେ ଦଳର ଭବିଷ୍ୟତ ନିର୍ଭର କରୁଛି ।

Leave a comment

Your email address will not be published. Required fields are marked *