ଓଡ଼ିଶା ଲିଡ୍ସ( ଯାଜପୁର): ଯାଜପୁର ସହରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି । କଲେଜ ଛକରୁ ମାନସା ପୋଲ ପର୍ଯ୍ୟନ୍ତ ରାସ୍ତା ଖାଲ ଖମାରେ ପୂର୍ଣ୍ଣ ହୋଇଛି । ଯାହା ଫଳରେ ଗମନାଗମନରେ ଏହା ବାଧା ସୃଷ୍ଟି ହେଉଛି । ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିବାରୁ ବହୁ ସମୟରେ ଛୋଟ ବଡ଼ ଦୁର୍ଘଟଣା ହେଉଛି । ଏ ନେଇ ଓଡ଼ିଶା ଲିଡ୍ସରେ ଖବର ପ୍ରକାଶ ପରେ ରାସ୍ତା ମରାମତି ହୋଇଛି । ହେଲେ ଏହି ରାସ୍ତା କେବେ ସ୍ଥାୟୀ ଭାବେ ନିର୍ମାଣ ହେବ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତୁରନ୍ତ ଏ ନେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।
