ଓଡ଼ିଶା ଲିଡ୍ସ(ବ୍ୟୁରୋ): ଇସ୍ରାଏଲ ଏବଂ ଆମେରିକାର ମିଳିତ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଖାମେନି ପ୍ରାଣ ହରାଇଛନ୍ତି । ତାଙ୍କ ସହିତ ତାଙ୍କ ପରିବାରର ଅନେକ ସଦସ୍ୟଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଖାମେନିଙ୍କ ମୃତ୍ୟୁ ପରେ ଆମେରିକା ଏବଂ ଇସ୍ରାଏଲର ଏୟାରଷ୍ଟ୍ରାଇକକୁ ପାକିସ୍ତାନରେ ଜୋରଦାର ବିରୋଧ କରାଯାଇଛି । ପାକିସ୍ତାନରେ ଇରାନ ସମର୍ଥନରେ ବାହାରି ଆନ୍ଦୋଳନକାରୀମାନେ ଆମେରିକା ଦୂତାବାସ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି ।
ଆନ୍ଦୋଳନକାରୀଙ୍କୁ ରୋକିବାକୁ ସୁରକ୍ଷାରେ ନିୟୋଜିତ ଆମେରିକା ସେନା ଗୁଳିମାଡ କରିବା ଫଳରେ ୮ ଜଣଙ୍କର ମୃତ୍ୟୁ ହେବା ସହିତ ବହୁ ଆନ୍ଦୋଳନକାରୀ ଆହତ ହୋଇଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁସାରେ, ବିରୋଧ ପ୍ରଦର୍ଶନକାରୀମାନେ ଖାମେନିଙ୍କ ସପକ୍ଷରେ ନାରାବାଜି କରି କରାଚୀରେ ଥିବା ଆମେରିକୀୟ ଦୂତାବାସର ମୁଖ୍ୟ ଗେଟ୍ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ଆମେରିକା ଦୂତାବାସ କାର୍ଯ୍ୟାଳୟ ଉପରକୁ ପଥର ମାଡ କରି ପାଚେରୀ ଭିତରେ ନିଆଁ ଲଗାଇ ଦେଇଥିଲେ । ଏହି ସମୟରେ ସେମାନେ ଆମେରିକା ମୂର୍ଦ୍ଦାବାଦ ନାରା ଦେଇଥିଲେ ।




















