orissaleads

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ଠକେଇର ମାଧ୍ୟମ ସାଜିଛି ୟୁପିଆଇ ପେମେଣ୍ଟ, ଟଙ୍କା ପଠାଇବା ସମୟରେ ସତର୍କ ରୁହନ୍ତୁ

ଠକେଇର ମାଧ୍ୟମ ସାଜିଛି ୟୁପିଆଇ ପେମେଣ୍ଟ, ଟଙ୍କା ପଠାଇବା ସମୟରେ ସତର୍କ ରୁହନ୍ତୁ

ସ୍ପେସ୍ ଷ୍ଟେସନରେ ପହଞ୍ଚିଲା ମହାକାଶଯାନ ଡ୍ରାଗନ, ଖୁସିରେ ଝୁମିଲେ ସୁନୀତା

ସ୍ପେସ୍ ଷ୍ଟେସନରେ ପହଞ୍ଚିଲା ମହାକାଶଯାନ ଡ୍ରାଗନ, ଖୁସିରେ ଝୁମିଲେ ସୁନୀତା

ବଢ଼ିଲା ଆମେରିକା-ଚୀନ୍‌ ତିକ୍ତତା, ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ- ଆମେରିକା ପ୍ରତିରକ୍ଷା ସଚିବ

ବଢ଼ିଲା ଆମେରିକା-ଚୀନ୍‌ ତିକ୍ତତା, ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ- ଆମେରିକା ପ୍ରତିରକ୍ଷା ସଚିବ

ହମାସକୁ ଟ୍ରମ୍ପଙ୍କ ଧମକ, ବନ୍ଧକ ମାନଙ୍କୁ ଛାଡ଼, ନଚେତ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ

ହମାସକୁ ଟ୍ରମ୍ପଙ୍କ ଧମକ, ବନ୍ଧକ ମାନଙ୍କୁ ଛାଡ଼, ନଚେତ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ

ଭାରତ ସହ ଭଲ ସଂପର୍କ ରଖିବା ଜରୁରୀ ହୋଇଛି: ୟୁନୁସ୍

ଭାରତ ସହ ଭଲ ସଂପର୍କ ରଖିବା ଜରୁରୀ ହୋଇଛି: ୟୁନୁସ୍

Blog Post

orissaleads > ଜିଲ୍ଲା > ଯାଜପୁର > କାଳିଆ ପାଣି ପୋଲିସର ବର୍ବରତା,ବିଜେଡି ଯୁବ କର୍ମୀଙ୍କୁ ଘରୁ ଟେକି ନେଇ ମାଡ଼, ମେଡିକାଲରେ ପହଞ୍ଚିଲେ ଇଂ ପ୍ରୀତିରଞ୍ଜନ ଘଡାଇ

କାଳିଆ ପାଣି ପୋଲିସର ବର୍ବରତା,ବିଜେଡି ଯୁବ କର୍ମୀଙ୍କୁ ଘରୁ ଟେକି ନେଇ ମାଡ଼, ମେଡିକାଲରେ ପହଞ୍ଚିଲେ ଇଂ ପ୍ରୀତିରଞ୍ଜନ ଘଡାଇ

ଓଡ଼ିଶା ଲିଡ୍ସ(ବ୍ୟୁରୋ): କାଳିଆପାଣି ଥାନା ଅଧିକାରୀଙ୍କ ବର୍ବରତାର ଆଉ ଏକ ଝଲକ ଆଜି ସୁକିନ୍ଦାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଥାନା ଅଧିକାରୀ ଶିବ ଚରଣ ବେହେରା ବିଜୁ ଜନତା ଦଳର ଜଣେ ଯୁବ କର୍ମୀ ସିଦ୍ଧାର୍ଥ ବେହେରାଙ୍କୁ ଘରୁ ଟେକି ନେଇ ଥାନା ଗେଟରେ ତାଲା ପକାଇ ନିର୍ଧୁମ ମାଡ଼ ମାରିଥିବା ଦେଖିବାକୁ ମିଳିଛି । ଯୁବକଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆକ୍ରମଣର ଚିହ୍ନ ଥିବା ଦେଖିବାକୁ ମିଳିଛି । ଏହି ଖବର ପ୍ରକାଶ ପରେ ସୁକିନ୍ଦା ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଦେଖା ଯାଇଛି । ସିଦ୍ଧାର୍ଥଙ୍କ ନାମରେ ମିଛ ଏତଲା କରିଥିବା ଅଭିଯୋଗ ମଧ୍ୟ ହୋଇଛି । ପୋଲିସ ମାଡ଼ରେ ଗୁରୁତର ଆହତ ହେଲା ପରେ ସିଦ୍ଧାର୍ଥଙ୍କୁ ପୋଲିସ ଚିକିତ୍ସା ପାଇଁ ସୁକିନ୍ଦା ଗୋଷ୍ଠୀ ସୁସ୍ଥ୍ୟ କେନ୍ଦ୍ର ଆଣିଲା ବେଳେ ଏହି ଖବର ପାଇ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ସେଠାରେ ପହଞ୍ଚିଥିଲେ । ସିଦ୍ଧାର୍ଥଙ୍କ ସହିତ କଥା ହେଲା ବେଳେ ସିଦ୍ଧାର୍ଥ କାନ୍ଦି କାନ୍ଦି ପୋଲିସ କିଭଳି ତାଙ୍କୁ ନିର୍ମମ ଭାବେ ମାଡ଼ ମାରିଛି ତାକୁ ପ୍ରକାଶ କରି କ୍ଷତ ଚିହ୍ନ ଦେଖାଇଥିଲେ। ଏହା ଦେଖି ଇଂ ଘଡାଇ ମାଡ଼ ମାରିବାକୁ ପୋଲିସକୁ କିଏ ଅଧିକାର ଦେଲା ବୋଲି ଉପସ୍ଥିତ ପୋଲିସଙ୍କୁ ପ୍ରଶ୍ନ କରିଥିଲେ । ପୋଲିସ କୌଣସି ଉତ୍ତର ନ ଦେଇ ନୀରବରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ଏହି ଖବର ପାଇ ଶହ ଶହ ବିଜେଡି ନେତା ଓ କର୍ମୀ ମେଡିକାଲରେ ପହଞ୍ଚିଥିଲେ । ମେଡ଼ିକାଲ ପରିସରରେ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା । ଖବର ଅନୁଯାଇ ଆଜି ସିଦ୍ଧାର୍ଥ ଘରେ ଖାଇବାକୁ ବସିଥିବା ବେଳେ ହଠାତ ପୋଲିସ ସିଦ୍ଧାର୍ଥ ବେହେରାଙ୍କ ଘରେ ଦିନ ୧୧ଟା ସମୟରେ ପହଞ୍ଚି କବାଟ ବାଡେଇଥିଲା | ସିଦ୍ଧାର୍ଥଙ୍କ ମା କବାଟ ଖୋଲିବାରୁ କାଳିଆପାଣି ଥାନା ଅଧିକାରୀ ସିଦ୍ଧାର୍ଥଙ୍କ ମାଙ୍କୁ ଧକା ମାରି ଘର ଭିତରେ ପସି ଖାଇ ବସିଥିବା ସିଦ୍ଧାର୍ଥକୁ ମାଡ଼ି ବସିଥିଲେ | ପରିବାର ଲୋକ ଏ ନେଇ ପୋଲିସକୁ ପ୍ରଶ୍ନ କରିବା ସହ କେଉଁ କାରଣ ପାଇ ତାଙ୍କ ପୁଅକୁ ଗିରଫ କରୁଛ ପଚାରିବାରୁ ଥାନା ଅଧିକାରୀ ସମସ୍ତଙ୍କୁ ଧମକ ଦେଇ ଯୋର କରି ସିଦ୍ଧାର୍ଥକୁ କାଳିଆପାଣି ଥାନାକୁ ଆଣି ଥାନା ବାହାର ଗେଟକୁ ତାଲା ପକାଇ ଦେଇଥିଲେ । ଖବର ପାଇ ଜିଲ୍ଲା ପରିଷଦ ସଭ୍ୟା ଜେମା ଚାଖି ଥାନାକୁ ପଚାରିବାକୁ ଯାଇଥିଲା ବେଳେ ତାଙ୍କୁ ମଧ୍ୟ ପୋଲିସ ଭିତରକୁ ଛାଡି ନଥିଲା ବୋଲି ଅଭିଯୋଗ ହୋଇଛି। ଥାନା ଅଧିକାରୀଙ୍କ ବିରୁଦ୍ଧରେ ପୂର୍ବତନ ମନ୍ତ୍ରୀ ଇଂ ଘଡାଇ ଜିଲ୍ଲା ଏସ୍ପିଙ୍କ ସହିତ କଳିଙ୍ଗନଗର ଅତିରିକ୍ତ ଏସ୍ପିଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ସେମାନେ ଏ ନେଇ କୌଣସି ପଦକ୍ଷେପ ନେଉ ନାହାନ୍ତି । ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ବେଳେ ଆଗକୁ ଏହା ବିସ୍ପୋରକ ପରିସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

Leave a comment

Your email address will not be published. Required fields are marked *