Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ଜିଲ୍ଲା > ଯାଜପୁର > କାଳିଆ ପାଣି ପୋଲିସର ବର୍ବରତା,ବିଜେଡି ଯୁବ କର୍ମୀଙ୍କୁ ଘରୁ ଟେକି ନେଇ ମାଡ଼, ମେଡିକାଲରେ ପହଞ୍ଚିଲେ ଇଂ ପ୍ରୀତିରଞ୍ଜନ ଘଡାଇ

କାଳିଆ ପାଣି ପୋଲିସର ବର୍ବରତା,ବିଜେଡି ଯୁବ କର୍ମୀଙ୍କୁ ଘରୁ ଟେକି ନେଇ ମାଡ଼, ମେଡିକାଲରେ ପହଞ୍ଚିଲେ ଇଂ ପ୍ରୀତିରଞ୍ଜନ ଘଡାଇ

ଓଡ଼ିଶା ଲିଡ୍ସ(ବ୍ୟୁରୋ): କାଳିଆପାଣି ଥାନା ଅଧିକାରୀଙ୍କ ବର୍ବରତାର ଆଉ ଏକ ଝଲକ ଆଜି ସୁକିନ୍ଦାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଥାନା ଅଧିକାରୀ ଶିବ ଚରଣ ବେହେରା ବିଜୁ ଜନତା ଦଳର ଜଣେ ଯୁବ କର୍ମୀ ସିଦ୍ଧାର୍ଥ ବେହେରାଙ୍କୁ ଘରୁ ଟେକି ନେଇ ଥାନା ଗେଟରେ ତାଲା ପକାଇ ନିର୍ଧୁମ ମାଡ଼ ମାରିଥିବା ଦେଖିବାକୁ ମିଳିଛି । ଯୁବକଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆକ୍ରମଣର ଚିହ୍ନ ଥିବା ଦେଖିବାକୁ ମିଳିଛି । ଏହି ଖବର ପ୍ରକାଶ ପରେ ସୁକିନ୍ଦା ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଦେଖା ଯାଇଛି । ସିଦ୍ଧାର୍ଥଙ୍କ ନାମରେ ମିଛ ଏତଲା କରିଥିବା ଅଭିଯୋଗ ମଧ୍ୟ ହୋଇଛି । ପୋଲିସ ମାଡ଼ରେ ଗୁରୁତର ଆହତ ହେଲା ପରେ ସିଦ୍ଧାର୍ଥଙ୍କୁ ପୋଲିସ ଚିକିତ୍ସା ପାଇଁ ସୁକିନ୍ଦା ଗୋଷ୍ଠୀ ସୁସ୍ଥ୍ୟ କେନ୍ଦ୍ର ଆଣିଲା ବେଳେ ଏହି ଖବର ପାଇ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ସେଠାରେ ପହଞ୍ଚିଥିଲେ । ସିଦ୍ଧାର୍ଥଙ୍କ ସହିତ କଥା ହେଲା ବେଳେ ସିଦ୍ଧାର୍ଥ କାନ୍ଦି କାନ୍ଦି ପୋଲିସ କିଭଳି ତାଙ୍କୁ ନିର୍ମମ ଭାବେ ମାଡ଼ ମାରିଛି ତାକୁ ପ୍ରକାଶ କରି କ୍ଷତ ଚିହ୍ନ ଦେଖାଇଥିଲେ। ଏହା ଦେଖି ଇଂ ଘଡାଇ ମାଡ଼ ମାରିବାକୁ ପୋଲିସକୁ କିଏ ଅଧିକାର ଦେଲା ବୋଲି ଉପସ୍ଥିତ ପୋଲିସଙ୍କୁ ପ୍ରଶ୍ନ କରିଥିଲେ । ପୋଲିସ କୌଣସି ଉତ୍ତର ନ ଦେଇ ନୀରବରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ଏହି ଖବର ପାଇ ଶହ ଶହ ବିଜେଡି ନେତା ଓ କର୍ମୀ ମେଡିକାଲରେ ପହଞ୍ଚିଥିଲେ । ମେଡ଼ିକାଲ ପରିସରରେ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା । ଖବର ଅନୁଯାଇ ଆଜି ସିଦ୍ଧାର୍ଥ ଘରେ ଖାଇବାକୁ ବସିଥିବା ବେଳେ ହଠାତ ପୋଲିସ ସିଦ୍ଧାର୍ଥ ବେହେରାଙ୍କ ଘରେ ଦିନ ୧୧ଟା ସମୟରେ ପହଞ୍ଚି କବାଟ ବାଡେଇଥିଲା | ସିଦ୍ଧାର୍ଥଙ୍କ ମା କବାଟ ଖୋଲିବାରୁ କାଳିଆପାଣି ଥାନା ଅଧିକାରୀ ସିଦ୍ଧାର୍ଥଙ୍କ ମାଙ୍କୁ ଧକା ମାରି ଘର ଭିତରେ ପସି ଖାଇ ବସିଥିବା ସିଦ୍ଧାର୍ଥକୁ ମାଡ଼ି ବସିଥିଲେ | ପରିବାର ଲୋକ ଏ ନେଇ ପୋଲିସକୁ ପ୍ରଶ୍ନ କରିବା ସହ କେଉଁ କାରଣ ପାଇ ତାଙ୍କ ପୁଅକୁ ଗିରଫ କରୁଛ ପଚାରିବାରୁ ଥାନା ଅଧିକାରୀ ସମସ୍ତଙ୍କୁ ଧମକ ଦେଇ ଯୋର କରି ସିଦ୍ଧାର୍ଥକୁ କାଳିଆପାଣି ଥାନାକୁ ଆଣି ଥାନା ବାହାର ଗେଟକୁ ତାଲା ପକାଇ ଦେଇଥିଲେ । ଖବର ପାଇ ଜିଲ୍ଲା ପରିଷଦ ସଭ୍ୟା ଜେମା ଚାଖି ଥାନାକୁ ପଚାରିବାକୁ ଯାଇଥିଲା ବେଳେ ତାଙ୍କୁ ମଧ୍ୟ ପୋଲିସ ଭିତରକୁ ଛାଡି ନଥିଲା ବୋଲି ଅଭିଯୋଗ ହୋଇଛି। ଥାନା ଅଧିକାରୀଙ୍କ ବିରୁଦ୍ଧରେ ପୂର୍ବତନ ମନ୍ତ୍ରୀ ଇଂ ଘଡାଇ ଜିଲ୍ଲା ଏସ୍ପିଙ୍କ ସହିତ କଳିଙ୍ଗନଗର ଅତିରିକ୍ତ ଏସ୍ପିଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ସେମାନେ ଏ ନେଇ କୌଣସି ପଦକ୍ଷେପ ନେଉ ନାହାନ୍ତି । ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ବେଳେ ଆଗକୁ ଏହା ବିସ୍ପୋରକ ପରିସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

Leave a comment

Your email address will not be published. Required fields are marked *