ଓଡ଼ିଶା ଲିଡ୍ସ(ଯାଜପୁର): କୁଆଖିଆରେ ପ୍ରସିଦ୍ଧ ଲକ୍ଷ୍ମୀ ନାରାୟଣ ପୂଜା ଉପଲକ୍ଷେ ମଣ୍ଡପରେ ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ପୂଜା ପାଉଛନ୍ତି । ଶୀତ ଲହରୀ ମଧ୍ୟରେ ସଞ୍ଜ ନଇଁଲେ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ବଢୁଛି । ଶ୍ରଦ୍ଧାଳୁ ମଣ୍ଡପକୁ ଆସି ଦର୍ଶନ କରିବା ସହିତ ଆଶିଷ କାମନା କରୁଛନ୍ତି । ଏହି ପୂଜା ଅବସରରେ କୁଆଖିଆ ମହୋତ୍ସବ ମଧ୍ୟ ଆୟୋଜିତ ହେଉଛି । ଏହା ସହିତ ସ୍ଥାନୀୟ ଅଞ୍ଚଳର ଯୁବକ ସଂଘ ଦ୍ୱାରା ନାଟକ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେଉଛି । ଦର୍ଶକ ମାନେ ମହୋତ୍ସବ ବୁଲିବା ସହିତ ଡେରି ରାତି ପର୍ଯ୍ୟନ୍ତ ନାଟକର ମଜା ନେଉଛନ୍ତି । ଲକ୍ଷ୍ମୀ ନାରାୟଣ ପୂଜା ସହିତ ମହୋତ୍ସବ ପାଇଁ କୁଆଖିଆରେ ବ୍ୟାପକ ସାଜସଜ୍ଜା ମଧ୍ୟ କରାଯାଇଛି । ସଞ୍ଜ ନଇଁଲେ କୁଆଖିଆ ବଜାର ଝିଲି ମିଲି ରଙ୍ଗୀନ ଆଲୁଅରେ ଝଲସି ଉଠୁଛି ।




















