ଓଡ଼ିଶା ଲିଡ୍ସ(ଯାଜପୁର): ବିଭିନ୍ନ ଜାତୀୟ ରାଜପଥ ମଝିରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଲୁହା ବାଡ଼ା ନିର୍ମାଣ ହୋଇଛି । ବିଭିନ୍ନ ସମୟରେ ଦୁର୍ଘଟଣା ଘଟିବା ଦ୍ୱରା ଏହି ବାଡ଼ା ଭାଙ୍ଗି ରୁଜି ଯିବା ପରେ ମରାମତି ମଧ୍ୟ ହେଉଛି । ନିର୍ମାଣ ହେଉଥିବା କୁଆଖିଆ-ଯାଜପୁର ୨୦ ନମ୍ବର ଜାତୀୟ ରାଜପଥର ମୁଗୁପାଳ ଛକ ନିକଟରେ ଆଜକୁ ବେଶ କିଛି ମାସ ହେଲା ଦୁର୍ଘଟଣା କାରଣରୁ ଭାଙ୍ଗି ଯାଇଥିବା ଲୁହା ବାଡ଼ାକୁ ମରାମତି କରା ଯାଉ ନଥିବା ଦେଖିବାକୁ ମିଳିଛି । ତୁରନ୍ତ ଏହି ଭଙ୍ଗା ବାଡ଼ାକୁ ମରାମତି କରିବାକୁ ଜାତୀୟ ରାଜପଥ ବିଭାଗ ପଦକ୍ଷେପ ନେବାକୁ ଦାବି ହୋଇଛି ।




















