orissaleads

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

Blog Post

orissaleads > ଜିଲ୍ଲା > ଯାଜପୁର > କେବଳ ଜିଲ୍ଲା ପୋଲିସ ନୁହେଁ, ମୁଖ୍ୟମନ୍ତ୍ରୀଙ୍କୁ ବି ନିନ୍ଦିତ କରୁଛି କାଳିଆପାଣି ଥାନା ଅଧିକାରୀଙ୍କ ବିବାଦୀୟ କାର୍ଯ୍ୟ ଧାରା, ଅକଳରେ ଯାଜପୁର ଏସ୍ପି

କେବଳ ଜିଲ୍ଲା ପୋଲିସ ନୁହେଁ, ମୁଖ୍ୟମନ୍ତ୍ରୀଙ୍କୁ ବି ନିନ୍ଦିତ କରୁଛି କାଳିଆପାଣି ଥାନା ଅଧିକାରୀଙ୍କ ବିବାଦୀୟ କାର୍ଯ୍ୟ ଧାରା, ଅକଳରେ ଯାଜପୁର ଏସ୍ପି

ଓଡ଼ିଶା ଲିଡ୍ସ(ଯାଜପୁର): ବିବାଦରେ ଛନ୍ଦି ହୋଇ ପଡିଛନ୍ତି କାଳିଆପାଣି ଥାନା ଅଧିକାରୀ । ତାଙ୍କ ଆଚରଣ ଓ ଉଚ୍ଚାରଣ କେବଳ ଜିଲ୍ଲା ପୋଲିସ ନୁହେଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବି ନିନ୍ଦିତ କରୁଛି । ସୁକିନ୍ଦା ନିର୍ବାଚନ ମଣ୍ଡଳୀ କାଳିଆପାଣି ଥାନା ଅଞ୍ଚଳରେ ବହୁ ସଂଖ୍ୟାରେ ଆଦିବାସୀ ପରିବାର ରହୁଛନ୍ତି । ଏହି ଥାନା ଅଧୀନରେ ଥିବା ବହୁ ଅଞ୍ଚଳର ଜନ ପ୍ରତିନିଧି ମଧ୍ୟ ଆଦିବାସୀ ଓ ମହାନ୍ତ ସମ୍ପ୍ରଦାୟର । ଥାନା ଅଧିକାରୀ ସେମାନଙ୍କ ପ୍ରତି ଅତି କଦର୍ଯ୍ୟ ଓ ଅଶାଳୀନ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଦୀର୍ଘ ଦିନ ହେଲା ହେଉଥିଲା ବେଳେ ଥାନା ଅଧିକାରୀ ଶାସକ ଦଳ ଇଙ୍ଗିତରେ କାର୍ଯ୍ୟ କରୁଥିବା ଓ ଵିରୋଧି ଦଳର ସମର୍ଥକଙ୍କୁ ନ୍ୟାୟ ପ୍ରଦାନରେ ପାତର ଅନ୍ତର କରୁଥିବା ଅଭିଯୋଗ ମଧ୍ୟ ହେଉଛି । ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପରେ ମଧ୍ୟ କଳିଙ୍ଗନଗର ଅତିରିକ୍ତ ଏସ୍ପି କିମ୍ବା ଜିଲ୍ଲା ଏସ୍ପି ଏ ନେଇ କୌଣସି ପଦକ୍ଷେପ ନେବା ବଦଳରେ ଚୁପ ବସିଛନ୍ତି । ଅନ୍ୟ ପକ୍ଷରେ ଥାନା ଅଧିକାରୀଙ୍କ ଏତାଦୃଶ କାର୍ଯ୍ୟ ଧାରା କେବଳ ଯାଜପୁର ଜିଲ୍ଲା ପୋଲିସ ନୁହେଁ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ନିନ୍ଦିତ କରୁଛି । ବିଗତ ଦିନରେ ଖଣି ଅଞ୍ଚଳରେ ବିଭିନ୍ନ ଗରୁତ୍ବପୂର୍ଣ୍ଣ ଓ ସ୍ପର୍ଶକାତର ଘଟଣା ଘଟିଥିଲା ବେଳେ ପୋଲିସ ନିକଟରେ ଏ ନେଇ ଅଭିଯୋଗ ହୋଇଛି । ହେଲେ ଅପରାଧୀଙ୍କୁ ଗିରଫ କରିବା ବଦଳରେ ଖୋଲା ଛାଡିଛନ୍ତି ଥାନା ଅଧିକାରୀ । ଯାହା ଅପରାଧୀଙ୍କୁ ଅପରାଧିକ କାର୍ଯ୍ୟ କରିବାକୁ ଅଧିକ ବଳ ଦେଉଛି । ଜଣେ ଜିଲ୍ଳା ପରିଷଦ ସଦସ୍ୟା ମହିଳା ମାନଙ୍କ ସହିତ ଥାନାକୁ ଦାବି ନେଇ ଗଲା ବେଳେ ଏହି ମହିଳା ଜନ ପ୍ରତିନିଧିଙ୍କୁ ବସିବା ପାଇଁ କହିବାର ସୌଜନ୍ୟ ଦେଖାଇ ନାହାନ୍ତି ଥାନା ଅଧିକାରୀ । ଜଣେ ଶ୍ରମିକ ସଙ୍ଗଠନ କର୍ମକାର୍ତ୍ତାଙ୍କୁ ମଧ୍ୟ ଅଶାଳୀନ ବ୍ୟବହାର ଦେଖାଇଛନ୍ତି ।

ତାଙ୍କ ବିରୁଦ୍ଧରେ ଅଭିଯୋଗର ତାଲିକା ଦିନକୁ ଦିନ ଲମ୍ବୁଥିଲା ବେଳେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଏ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଦୁଇଦିନ ତଳେ ଏ ନେଇ ଫୋନ ଯୋଗେ ଜିଲ୍ଲା ଏସ୍ପିଙ୍କ ସହିତ ଆଲୋଚନା କରି ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଇଂ ଘଡାଇ । ଆଜି କଳିଙ୍ଗନଗର ଅତିରିକ୍ତ ଏସ୍ପିଙ୍କ କାର୍ଯ୍ୟାଳୟକୁ ଯାଇ ଏ ବିଷୟରେ ଆଲୋଚନା କରିବା ବେଳେ ସାଧାରଣ ଲୋକଙ୍କୁ ଅପମାନିତ କରିବା, ଧମକ ଦେବା, ନାଲି ଆଖି ଦେଖାଇବା, ମହିଳା ମାନଙ୍କୁ ଅସମ୍ମାନୀତ କରିବାକୁ ତାଙ୍କୁ କିଏ ଅଧିକାର ଦେଲା ବୋଲି ପ୍ରଶ୍ନ କରିଥିଲେ । ଆଦିବାସୀଙ୍କ ଉପରେ ତାଙ୍କ ହାକିମାତିକୁ ବରଦାସ୍ତ କରାଯିବ ନାହିଁ ବୋଲି କହିବା ସହିତ ଅପମାନିତ କରିଥିବା ବ୍ୟକ୍ତିଙ୍କୁ ସର୍ବ ସାଧାରଣରେ କାଳିଆପାଣି ଥାନା ଅଧିକାରୀ କ୍ଷମା ମାଗନ୍ତୁ ବୋଲି ଚେତାବନୀ ଦେଇଥିଲେ । ଆଉ ଏହା ନ କଲେ ସମ୍ପୂର୍ଣ୍ଣ ଖଣି ଅଞ୍ଚଳକୁ ବନ୍ଦ କରାଯିବ ବୋଲି ମଧ୍ୟ ଚେତାବନୀ ଦେଇ ୨୪ ଘଣ୍ଟା ସମୟ ଦେଇଛନ୍ତି ।

ଏବେ ଜିଲ୍ଲା ପୋଲିସ ସାଧାରଣ ଲୋକଙ୍କ ଉପରେ ଦବଙ୍ଗଗିରୀ ଦେଖାଉଥିବା ଥାନା ଅଧିକାରୀଙ୍କୁ ନେଇ ଚିନ୍ତାରେ ପଡିଛି । କାରଣ ଯଦି କାର୍ଯ୍ୟାନୁଷ୍ଠାନ ନ ନେଇ ଜିଲ୍ଲା ଏସ୍ପି ଚୁପ ବସିବେ ପୂର୍ବତନ ମନ୍ତ୍ରୀ ଯେଉଁ ଚେତାବନୀ ଦେଇଛନ୍ତି ତାହା କରି ଦେଖାଇବାରେ ଅବହେଳା କରିବେ ନାହିଁ । ଥାନା ଅଧିକାରୀଙ୍କ ବିରୁଦ୍ଧରେ ଜନ ମତ ପ୍ରବଳ ଥିଲା ବେଳେ ଇଂ ପ୍ରୀତିରଞ୍ଜନଙ୍କ ଡ଼ାକରାରେ ଲୋକ ରାସ୍ତାକୁ ଓହ୍ଲାଇ ବିରୋଧ କରିବା ନିଶ୍ଚିତ । ଯାହା ବିଜେପି, ମୁଖ୍ୟମନ୍ତ୍ରୀ ଓ ପୋଲିସ ବିଭାଗ ବିରୁଦ୍ଧରେ ହିଁ ଯିବ । ଜଣେ ଥାନା ଅଧିକାରୀଙ୍କୁ ସୁରକ୍ଷା ଦେବା ଜିଲ୍ଲା ପୋଲିସକୁ ନିନ୍ଦିତ କରିବ ।

Leave a comment

Your email address will not be published. Required fields are marked *