ଓଡ଼ିଶା ଲିଡ୍ସ(ଯାଜପୁର): ଲକ୍ଷାଧିକ ଟଙ୍କାରେ ବରୀ ବ୍ଳକର ପ୍ରମୁଖ ବଜାର ବରୀ ମାଉଣ୍ଡକୁ ଆଲୋକିତ କରିବାକୁ ଲଗାଯାଇଥିଲା ହାଇମାଷ୍ଟ ଲାଇଟ । ଏହି ହାଇମାଷ୍ଟ ଲାଇଟ ତଳେ ଓଡ଼ିଶାର ଅନ୍ୟତମ ବରପୁତ୍ର ବିଧ୍ୱଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ ହୋଇଛି । ହେଲେ ବିଡ଼ମ୍ବନାର ବିଷୟ ହେଉଛି ଦୀର୍ଘ ଦିନ ହେଲା ଏହି ଲାଇଟ ଖରାପ ହୋଇ ପଡ଼ିଥିଲା ବେଳେ ଏହାକୁ ମରାମତି କରାଯାଉନାହିଁ । ଲାଗିଥିବା ହାଲୋଜେନ ଗୁଡିକ ମଧ୍ୟରୁ କେବଳ ଗୋଟିଏ ମିଞ୍ଜି ମିଞ୍ଜି ହୋଇ ଜଳୁଥିଲା ବେଳେ ଅନ୍ୟ ଗୁଡିକ ଆଉ ଜଳୁନାହିଁ । ସରକାରୀ ଅର୍ଥରେ ଲାଗିଥିବା ଏହି ଲାଇଟ ସଜାଡ଼ିବା ଦାୟିତ୍ୱ କାହାର ଓ ଏହାକୁ କାହିଁକି ସଜଡ଼ା ଯାଉନାହିଁ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ନେଇ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।




















