ଓଡ଼ିଶା ଲିଡ୍ସ(ଯାଜପୁର):ସୁକିନ୍ଦା କ୍ରୋମାଇଟ ଉପତ୍ୟକାରେ ଥିବା ଖଣି ମାଲିକ ମାନେ ସ୍ଥାନୀୟ ଅଞ୍ଚଳର ଛଟେଇ ଓ ବେକାର ଯୁବକଙ୍କୁ ନିଯୁକ୍ତି ନ ଦେଇ ପ୍ରତାରଣା କରୁଥିବାର ଅଭିଯୋଗ ଆଣିଛନ୍ତି ପୂର୍ବତନ ଗ୍ରାମ୍ୟ ଉନ୍ନୟନ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ତଥା ସୁକିନ୍ଦା ରିଜିଅନ କ୍ରୋମାଇଟ ଖାଦାନ ମଜଦୂର ସଂଘର ସଭାପତି ଇଂ ପ୍ରୀତିରଞ୍ଜନ ଘଡାଇ। ସୁକିନ୍ଦା କ୍ରୋମ ଉପତ୍ୟକାରେ କାର୍ଯ୍ୟରତ ସମସ୍ତ ଖଣି ମାଲିକ ମାନଙ୍କୁ ଆଜି ଏକ ଚିଠି ଲେଖି ଖଣି ମାଲିକ ମାନଙ୍କ ଏତାଦୃଶ କାର୍ଯ୍ୟ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ଗତ ସାଧାରଣ ନିର୍ବାଚନ ପରଠାରୁ ଖଣି ମାଲିକ ଓ ଖଣି ଠିକାଦାର ମାନେ ନିଜ ଭିଟାମାଟି ହରେଇ ଖଣି କାର୍ଯ୍ୟ ପାଇଁ ସମର୍ଥନ ଜଣାଉଥିବା ଖଣି ଅଞ୍ଚଳର ଛଟେଇ ଓ ବେକାର ଯୁବକ ମାନଙ୍କୁ ଛଟେଇ କରି ଯାଜପୁର ଜିଲ୍ଲା ଓ ରାଜ୍ୟ ବାହାରର ଯୁବକ ମାନଙ୍କୁ ନିଜ ଖଣିରେ ନିଯୁକ୍ତି ଦେଉଛନ୍ତି ।
ଖଣି ଅଞ୍ଚଳର ରାସ୍ତା, ଘାଟ, ସ୍ବାସ୍ଥ୍ୟ, ପରିବେଶ ଇତ୍ୟାଦି ପ୍ରତି ମଧ୍ୟ ସାମାନ୍ୟ ଧ୍ୟାନ ଦେଉ ନାହାନ୍ତି ଖଣି ମାଲିକ ମାନେ । ଖଣି ମାଲିକ ଓ ଖଣି ଠିକାଦାର ମାନେ ତୁରନ୍ତ ବାହାର ଯୁବକ ମାନଙ୍କୁ ଅପସାରିତ କରି ସ୍ଥାନୀୟ ସୁକିନ୍ଦା ଅଞ୍ଚଳର ଯୁବକ ମାନଙ୍କୁ ନିଯୁକ୍ତି ଦେବାକୁ ଦାବି କରିଛନ୍ତି । ଯଦି ଏ ନେଇ ତୁରନ୍ତ ପଦକ୍ଷେପ ନିଆ ନଯାଏ ତେବେ ଆଗାମୀ ଦିନରେ ସ୍ଥାନୀୟ ଜନସାଧାରଣଙ୍କ ସହିତ ମିଶି ଶ୍ରମିକ ସଂଘ ବିରାଟ ଜନ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ଘଡାଇ ।




















