ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ସହରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି । ମଲ୍ଲିକାପୁର-ମାନସାପୋଲ ରାସ୍ତାର ଶୋଚନୀୟ ଅଵସ୍ଥାକୁ ନେଇ “ଓଡ଼ିଶା ଲିଡ୍ସ” ବାରମ୍ବାର ଖବର ପ୍ରକାଶ କଲା ପରେ ରାସ୍ତାର କିଛି ଅଂଶ ମରାମତି ହୋଇଥିଲା । ଏହି ମରାମତି କାର୍ଯ୍ୟ ମଧ୍ୟ ଖୁବ ନିମ୍ନମାନର ବୋଲି ଅଭିଯୋଗ ହେଉଛି । ନିକଟରେ ବିଦ୍ୟୁତ ଗ୍ରୀଡ଼ ପାଖରୁ ମାନସାପୋଲ ପର୍ଯ୍ୟନ୍ତ ରାସ୍ତା ଅତି ଶୋଚନୀୟ ହୋଇଥିବା ନେଇ ମଧ୍ୟ ଖବର ପ୍ରକାଶ ପାଇଥିଲା । ଖବର ପ୍ରକାଶ ପରେ ଗତ ୧୪ ତାରିଖ ରାତିରେ ଏହି ରାସ୍ତାର ଅଧା ପିଚୁ ହୋଇଥିଲା ବେଳେ ଆଉ ଅଧା କାମ ବାକି ଥିବା ଦେଖିବାକୁ ମିଳିଛି । ତୁରନ୍ତ ବାକିଥିବା କାମକୁ ସମ୍ପୂର୍ଣ୍ଣ କରିବାକୁ ଦାବି ହୋଇଛି ।




















