ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭାରତରେ ଗର୍ଜିଲାଣି ଲଢୁଆ ବିମାନ, ଯାହା ପାକିସ୍ତାନ ଚିନ୍ତା ବଢ଼ାଇ ଦେଇଛି । ଆକାଶରେ ଦମ ଦେଖାଉଛନ୍ତି ଭାରତୀୟ ଲଢୁଆ ବିମାନ । ଆଜି ଉତ୍ତରପ୍ରଦେଶ ଶାହଜାହାନପୁରରେ ଶକ୍ତିପ୍ରଦର୍ଶନ କରିଛନ୍ତି ଭାରତୀୟ ବିମାନ । ଗଙ୍ଗା ଏକ୍ସପ୍ରେସ ୱେରେ ରାଫେଲ, ମିରାଜ୍, ସୁଖୋଇ, ଜାଗୁଆର ଭଳି ଲଢୁଆ ବିମାନ ଗର୍ଜନ କରୁଛି । ଗଙ୍ଗା ଏକ୍ସପ୍ରେସ ୱେରେ ଯୁଦ୍ଧାଭ୍ୟାସ କରିଛି ବାୟୁସେନା । ପହଲଗାମ୍ ପ୍ରତିଶୋଧ ନେଇ ଭାରତ-ପାକିସ୍ତାନ ଭିତରେ ମୁହାଁ ମୁହିଁ ଅବସ୍ଥା ଲାଗି ରହିଥିଲା ବେଳେ ପରିସ୍ଥିତି କେତେବେଳେ କେଉଁ ରୂପ ନେବ ତାହା କହି ହେଉନାହିଁ ।
