ଓଡ଼ିଶା ଲିଡ୍ସ(ଯାଜପୁର): ବରୀ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟର କର୍ମଚାରୀ ତନ୍ମୟ କୁମାର ବେଉରିଆ ଅବସର ଗ୍ରହଣ କରିଛନ୍ତି । ଗତ ୩୧ ତାରିଖରେ ସେ ନିଜ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ଜଣେ ନିଷ୍ଠାପର, ଦକ୍ଷ ଓ ଛାତ୍ର ବତ୍ସଳ କର୍ମଚାରୀ ଭାବେ ତାଙ୍କର ଭିନ୍ନ ପରିଚୟ ଥିଲା । ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ତାଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ସଭାରେ ସମସ୍ତେ ତାଙ୍କ ଗୁଣ ବିଷୟରେ ବର୍ଣ୍ଣନା କରିବା ସହିତ ତାଙ୍କ ଭଳି ନିଷ୍ଠାପର କର୍ମଚାରୀ ବିରଳ ବୋଲି ମତ ଦେବା ସହିତ ତାଙ୍କ ଅବସରକାଳୀନ ଜୀବନ ନିରାମୟ ଓ ଶୁଖଦ ହେବାର କାମନା କରିଥିଲେ । ଏହା ପରେ ତାଙ୍କୁ ଏକ ଖୋଲା ଜିପରେ ବସାଇ ବାଜା ବାଣ ସହିତ ରାମଚନ୍ଦ୍ରପୁର ବଜାର ପରିକ୍ରମା କରାଇ ତାଙ୍କ ବାସ ଭବନରେ ଛଡା ଯାଇଥିଲା । ଜଣେ ପରୋପକାରୀ ଓ ମିଷ୍ଠଭାଷୀ ବ୍ୟକ୍ତି ଭାବେ ବରୀ ଅଞ୍ଚଳରେ ତାଙ୍କର ବେଶ ପରିଚୟ ରହିଛି ।
