ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜଧାନୀ ଭୁବନେଶ୍ଵରରେ ସକାଳୁ ପାଗ ଶୁଖିଲା ଥିଲା । ମଧ୍ୟାହ୍ନ ପରେ ଆକାଶ ମେଘାଛନ୍ନ ହେବା ସହିତ ଘଡ଼ ଘଡି ସହିତ ପ୍ରାୟ ଏକ ଘଣ୍ଟା ପ୍ରବଳ ବର୍ଷା ହେବା ଫଳରେ ରାଜଧାନୀବାସୀ ବେହାଲ ହୋଇ ପଡିଛନ୍ତି । ଏକ ଘଣ୍ଟାର ମୁଷଳ ବର୍ଷା ଫଳରେ ଟ୍ରାଫିକ ଜାମ ହୋଇ ଯାଇଥିଲା । ବିଭିନ୍ନ ରାସ୍ତାରେ ପାଣି ଜମି ରହିବା ଫଳରେ ଗତାଗତରେ ବାଧା ସୃଷ୍ଟି ହୋଇଥିଲା । ବିଭିନ୍ନ ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିବା ଦ୍ୱାରା ବନ୍ୟାର ଭ୍ରମ ସୃଷ୍ଟି ହୋଇଛି । କେତେକ ଘରେ ବର୍ଷା ପାଣି ମଧ୍ୟ ପଶି ଯାଇଛି । ଅପରପକ୍ଷେ ଆଗାମି ତିନି ଘଣ୍ଟା ପାଇଁ ପାଣିପାଗ ବିଭାଗ ପକ୍ଷରୁ ଭୁବନେଶ୍ୱର ପାଇଁ ସତର୍କ ସୂଚନା ଜାରି କରାଯାଇଛି ।




















