ଓଡ଼ିଶା ଲିଡ୍ସ(ବ୍ୟୁରୋ): ବିସିସିଆଇ ଚଳିତ ବର୍ଷ ଚାମ୍ପିୟନ୍ସ ଟ୍ରଫି ବିଜେତା ଟିମ ଇଣ୍ଡିଆ ପାଇଁ ବିପୁଳ ପୁରସ୍କାର ରାଶି ଘୋଷଣା କରିଛି । ବିସିସିଆଇ ୫୮ କୋଟି ଟଙ୍କାର ନଗଦ ପୁରସ୍କାର ରାଶି ଘୋଷଣା କରିଛି । ଏହି ପୁରସ୍କାର ଖେଳାଳି, କୋଚିଂ ଓ ସହଯୋଗୀ ଷ୍ଟାଫ ଓ ଚୟନ ସମିତି ସଦସ୍ୟଙ୍କୁ ମିଳିବ । ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ଫାଇନାଲରେ ପରାଜିତ କରି ଚାମ୍ପିୟନ୍ସ ଟ୍ରଫି ବିଜୟୀ ହୋଇଥିଲା ।
ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଚାମ୍ପିୟନ୍ସ ଟ୍ରଫିରେ ଅପରାଜୟ ରହିଥିଲା ।
ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି କହିଛନ୍ତି, ଲଗାତାର ଆଇସିସି ଟ୍ରଫି ଜିତିବା ବହୁତ ଖୁସିର କଥା । ଏହି ପୁରସ୍କାର ବିଶ୍ୱସ୍ତରୀୟ ମଞ୍ଚରେ ଟିମ ଇଣ୍ଡିଆର ସମର୍ପଣ ଓ ଉତ୍କୃଷ୍ଟ ପ୍ରଦର୍ଶନକୁ ଦର୍ଶାଉଛି ।
ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ଟିମ ଇଣ୍ଡିଆକୁ ପାଖାପାଖି ୧୯.୪୮ କୋଟି ମିଳିଥିଲା । ଫାଇନାଲ ହାରିଥିବା ନ୍ୟୁଜିଲାଣ୍ଡ ଟିମକୁ ୯.୭୪ କୋଟି ଟଙ୍କା ମିଳିଛି । ସେହିପରି ସେମିଫାଇନାଲରେ ହାରିଥିବା ଉଭୟ ଟିମକୁ ପାଖାପାଖି ୪.୭୮ କୋଟି ଟଙ୍କା ମିଳିଥିଲା ।