Skip to main content

orissaleads

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

Blog Post

orissaleads > ରାଜ୍ୟ > ବିଜେଡି ଠିକାଦାରଙ୍କୁ ନେଇ ଚିନ୍ତାରେ ବିଜେପି କର୍ମୀ, ବଢୁଛି ଅସନ୍ତୋଷ

ବିଜେଡି ଠିକାଦାରଙ୍କୁ ନେଇ ଚିନ୍ତାରେ ବିଜେପି କର୍ମୀ, ବଢୁଛି ଅସନ୍ତୋଷ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ସରକାର ପରିବର୍ତ୍ତନ ହୋଇଛି । ବିଜେପିର ଡବଲ ଇଞ୍ଜିନ ସରକାର ଏବେ କେନ୍ଦ୍ର ସହିତ ରାଜ୍ୟରେ ଶାସନ ଭାର ଗ୍ରହଣ କରିଛି । ସରକାର ପରିବର୍ତ୍ତନ ବେଳେ ବିଜେପି କର୍ମୀଙ୍କ ମଧ୍ୟରେ ଯେଉଁ ଉତ୍ସାହ ଓ ଖୁସି ଥିଲା ତାହା ମଉଳି ମଉଳି ଯାଉଛି । ଆଉ ଏହା ପଛରେ ରହିଛି ଠିକାଦାରୀ । ଦୀର୍ଘ ୨୪ ବର୍ଷ ଧରି ବିଜେଡି ଶାସନ କ୍ଷମତାରେ ରହିବା ଦ୍ୱାରା ବିଜେଡିର କର୍ମୀ ଓ ନେତା ଠିକାଦାରୀ କରି ବେଶ ଲାଭ କମାଇଥିଲେ । କିଛି ଠିକାଦାର ଅଚଳାଚଳ ସମ୍ପତ୍ତିର ମାଲିକ ହୋଇ ବେଶ ପ୍ରଭାବଶାଳୀ ହୋଇ ଯାଇଥିଲେ । କିଛି ଠିକାଦାରଙ୍କ ଉପରେ ବିଭିନ୍ନ ନେତା ଓ ଅଧିକାରୀଙ୍କ ଆଶିର୍ବାଦ ରହିବା ସେମାନଙ୍କୁ ମାଟିରୁ ଆଣି ଆକାଶରେ ପହଞ୍ଚାଇ ଦେଇଥିଲା । ସରକାର ବଦଳିବା ପରେ ବିଜେପିକୁ ସମର୍ଥନ କରୁଥିବା କର୍ମୀ ଓ ଠିକାଦାର ବିଭିନ୍ନ ବିଭାଗରେ ଠିକା କାମ କରି ବିପୁଳ ଅର୍ଥ ରୋଜଗାର କରିବାର ସ୍ୱପ୍ନ ଦେଖୁଥିଲେ । ହେଲେ ସରକାର ବଦଳିବାର ୧୦ ମାସ ପରେ ଠିକାଦାରୀକୁ ନେଇ ବିଜେପି ଦଳରେ ଅସନ୍ତୋଷ ତୀବ୍ର ହେଲାଣି । ଆଶା ବାନ୍ଧିଥିବା କର୍ମୀଙ୍କ ସ୍ୱପ୍ନ ମଉଳିବା ଆରମ୍ଭ କଲାଣି । ସରକାର ପରିବର୍ତ୍ତନ ପରେ ବିଜେଡି ଦଳର ଆଗଧାଡ଼ିର ଠିକାଦାର ଏବେ ବିଜେପି ଶିବିରରେ ସାମିଲ ହୋଇ ସାରିଲେଣି ।
ଅନ୍ୟପକ୍ଷରେ ବିଜେପିର ନେତା ମାନେ ବି ଏହି ବାହୁବଳୀ ଠିକାଦାର ମାନଙ୍କୁ କୋଳେଇ ନେବାରେ ଅବହେଳା କରୁ ନାହାନ୍ତି । ବିଜେପି କର୍ମୀ ଏହାକୁ ବିରୋଧ କଲେ ମଧ୍ୟ ନେତାଙ୍କ ଉପରେ ଏହାର ସମାନ୍ୟତମ ପ୍ରଭାବ ପଡୁନାହିଁ । ବିଜେପି ନେତା ଭାବୁଛନ୍ତି ଏହି ଠିକାଦାର ମାନେ ଆମ ସହିତ ସାମିଲ ହେଲେ ବିଜେଡି କ୍ଷତିଗ୍ରସ୍ତ ହେବ । ଏହା ଛଡା ଏହି ଠିକାଦାର ମାନେ ବିଭିନ୍ନ ନେତାଙ୍କୁ ବିପୁଳ ଅର୍ଥ ଦେଇ ବଶ କରିବାରେ ମଧ୍ୟ ସକ୍ଷମ ହେଉଛନ୍ତି । ହେଲେ ବିଜେଡିର ଯେଉଁ ଠିକାଦାର ବିଜେପିରେ ସାମିଲ ହେଉଛନ୍ତି ସେମାନଙ୍କ ପ୍ରକୃତ ଉଦ୍ଦେଶ୍ୟ କିନ୍ତୁ ଭିନ୍ନ । ନେତାଙ୍କୁ ଅର୍ଥ ଦେଇ, ବିଭିନ୍ନ ଉପାୟରେ ବଶ କରି ଠିକା କାର୍ଯ୍ୟ କରିବା ଏମାନଙ୍କ ଉଦ୍ଦେଶ୍ୟ । ନିଜର ଏହି ଉଦ୍ଦେଶ୍ୟରେ ସଫଳ ମଧ୍ୟ ହେଉଛନ୍ତି ଠିକାଦାର । ଫଳରେ ବିଜେପିରେ ରହି ଦୀର୍ଘ ବର୍ଷ ହେଲା ଦଳ କାର୍ଯ୍ୟ କରିଥିବା କର୍ମୀ କିନ୍ତୁ କାମ ପାଉ ନାହାଁନ୍ତି । ଫଳରେ କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ବିଜେଡିର ଏହି ଠିକାଦାର ମାନେ ବିଜେଡି ଛାଡିବା ଫଳରେ ବିଗତ ଦିନରେ ଏମାନଙ୍କୁ ବିରୋଧ କରୁଥିବା ଭୋଟର ଓ କର୍ମୀ ବିଜେଡି ଆଡ଼କୁ ଢ଼ଳୁଥିଲା ବେଳେ ବିଜେଡି ଠିକାଦାରଙ୍କ ପାଇଁ ବିଜେପିରେ ବିଶୃଙ୍ଖଳା ଦେଖା ଦେଲାଣି । ଯାହା ଦଳୀୟ ସଂଗଠନ ପ୍ରତି ବିପଦ ହେବାକୁ ଯାଉଛି । ଏ ନେଇ ଦଳ ଓ ଦଳୀୟ ନେତା ସତର୍କ ନ ହେଲେ ଆଗକୁ ବିଜେପିରେ ଦେଖା ଦେଇଥିବା ଅସନ୍ତୋଷ ଆହୁରି ଉଗ୍ର ହେବ ଏଥିରେ ସନ୍ଦେହ ନାହିଁ ।

Leave a comment

Your email address will not be published. Required fields are marked *