ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସ ଶେଷ ହୋଇଛି । ଭାରତୀୟ ଦଳ ୪୭୧ ରନ କରିଛି । ଭାରତୀୟ ଇନିଂସରେ ତିନିଟି ଶତକ ଦେଖିବାକୁ ମିଳିଛି । ଗତକାଲି ଓପ୍ନର ଯୟସ୍ୱାଲ ଓ ଅଧିନାୟକ ଗିଲ ଶତକ ହାସଲ କରିଥିଲା ବେଳେ ଆଜି ଉପ ଅଧିନାୟକ ଋଷଭ ପନ୍ତ ଶତକ ହାସଲ କରିଛନ୍ତି । ପନ୍ତ ୧୭୮ ବଲରେ ୧୩୪ ରନ ସଂଗ୍ରହ କରିଛନ୍ତି । ଏହା ମଧ୍ୟରେ ରହିଛି ୧୨ ଟି ଚୌକା ଓ ୬ ଟି ଛକ୍କା ।
