ଓଡ଼ିଶା ଲିଡ୍ସ(ଯାଜପୁର): ଗତକାଲି ରାତିରେ ଯାଜପୁର ବ୍ଲକ ତନ୍ତୀଘାଇ ନଦୀରୁ ଏକ ୫୫ କେଜିର ସାଲାଟ ମାଛ ଧରା ହୋଇଛି । ଦୁଇଜଣ ମତ୍ସ୍ୟଜୀବି ଉଦୟ ମଲ୍ଲିକ ଓ ଶ୍ରୀଧର ମଲ୍ଲିକ ନଦୀରେ ଜାଲ ପକାଉଥିଲା ବେଳେ ଏହି ବିଶାଳକାୟ ମାଛକୁ ଧରିବାରେ ସଫଳ ହୋଇଥିଲେ । ମାଛ ଧରିବା ପରେ ଏହି ମାଛକୁ ଜଣେ ବ୍ୟବସାୟୀଙ୍କୁ ବିକ୍ରି କରି ଦେଇଥିଲେ ।




















