Skip to main content

orissaleads

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

Winnerzin peliaulan osiot kertovat eri pelitavoista

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

Blog Post

orissaleads > ଜିଲ୍ଲା > ଯାଜପୁର > ଭୁଷୁଡୁଛି ବରୀ ବିଜେଡି ଗଡ଼: ବିଜେପିରେ ସାମିଲ ହେଲେ ବରୀ ବ୍ଲକ ଅଧ୍ୟକ୍ଷଙ୍କ ସମେତ ୫ ସମିତି ସଭ୍ୟ ଓ ୩ ସରପଞ୍ଚ

ଭୁଷୁଡୁଛି ବରୀ ବିଜେଡି ଗଡ଼: ବିଜେପିରେ ସାମିଲ ହେଲେ ବରୀ ବ୍ଲକ ଅଧ୍ୟକ୍ଷଙ୍କ ସମେତ ୫ ସମିତି ସଭ୍ୟ ଓ ୩ ସରପଞ୍ଚ

ଓଡ଼ିଶା ଲିଡ୍ସ(ଯାଜପୁର): ବିଜେଡିର ଅନ୍ୟତମ ଗଡ଼ ଭାବେ ପରିଚିତ ବରୀ ନିର୍ଵାଚନ ମଣ୍ଡଳୀରେ ଆଜି ବଡ଼ ହଲଚଲ ଦେଖିବାକୁ ମିଳିଛି । ଗତ ସାଧାରଣ ନିର୍ବାଚନରେ ରାଜ୍ୟରେ ସର୍ବାଧିକ ଭୋଟ ବ୍ୟବଧାନରେ ଜିତିଥିବା ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକଙ୍କ ଗଡ଼ ଆଜି ଭାଙ୍ଗିଛି । ବିଶ୍ଵଙ୍କ ଦୃଢ଼ ସମର୍ଥକ ତଥା ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି ତାଙ୍କ ସମର୍ଥକ ୫ ସମିତି ସଭ୍ୟ ଓ ୩ ସରପଞ୍ଚଙ୍କୁ ନେଇ ବିଜେପିରେ ସାମିଲ ହୋଇଛନ୍ତି । ଦଳରେ ସାମିଲ ହୋଇଥିବା ନେତା ଓ କର୍ମୀଙ୍କୁ ବିଜେପି ନେତା ଉମେଶ ଜେନା ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ବ୍ଲକ ଅଧ୍ୟକ୍ଷ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକଙ୍କ ନିଜ ପଞ୍ଚାୟତର ସମିତି ସଭ୍ୟ । ଅଶୋକ ଥରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇ ବିଶ୍ଵଙ୍କ ନାଲିଆଖିକୁ ଡରି ବିଜେଡିକୁ ଫେରିଥିବା ଅଶୋକ ଆଜି ଦ୍ଵିତୀୟ ଥର ବିଜେପିରେ ସାମିଲ ହୋଇଛନ୍ତି । ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ ନୂଆପଡା ଉପ ନିର୍ବାଚନରେ ଦଳ ପାଇଁ ପ୍ରଚାର କରୁଥିଲା ବେଳେ ତାଙ୍କ ଗଡ଼ ଦୋହଲାଇ ଦେଇଛି ବିଜେପି । ଆଜିର ମିଶ୍ରଣ ପର୍ବ ବରୀ ବିଜେଡିରେ ନୀରବତା ଖେଳାଇ ଦେଇଛି । ଅତି ସତର୍କତା ସହିତ ବିଜେପି ମିଶ୍ରଣ ପର୍ବ କରି ବିଜେଡିକୁ ଝଟକା ଦେଇଛି । ଏହି ଝଟକା ବିଜେଡିକୁ ନିରବ ହେବାକୁ ଏକ ପ୍ରକାର ବାଧ୍ୟ କରିଛି । ଆଜି ବରୀ ମାଉଣ୍ଡ ନିକଟରେ ଅପରାହ୍ନରେ ଆୟୋଜିତ ମିଶ୍ରଣ ପର୍ବରେ ଅଧ୍ୟକ୍ଷ ଅଶୋକ ଗେଡ଼ିଙ୍କ ସହିତ ସମିତି ସଭ୍ୟ, ସରପଞ୍ଚଙ୍କ ଓ ଶତାଧିକ ବିଜେଡି ଆଗଧାଡ଼ିର କର୍ମୀ ଓ ପୂର୍ବତନ ସରପଞ୍ଚ ବିଜେଡି ଛାଡି ପଦ୍ମ ଧରିଛନ୍ତି । ବରୀ ପଞ୍ଚାୟତ ସରପଞ୍ଚ ସୋନାଲି ସିଂହ, ବୋଦୁଅ ସରପଞ୍ଚ ଦେବୀ ପ୍ରସାଦ ମିଶ୍ର, ବାଇଁଶିରିଆ ସରପଞ୍ଚ ସୁଶାନ୍ତ ଦାସ, ରତ୍ନଗିରି ସମିତି ସଭ୍ୟl ସସ୍ମିତା ମଲ୍ଲିକ, ସାହୁପଡ଼ା ପଞ୍ଚାୟତ ସମିତି ସଭ୍ୟା ଶାନ୍ତିଲତା ଦଳାଇ, ଅରଙ୍ଗାବଦ ପଞ୍ଚାୟତ ସମିତି ସଭ୍ୟା ଅନୁଷୟା ମଲ୍ଲିକ, ଗୋଳକୁଣ୍ଡ ସମିତି ସଭ୍ୟା ପ୍ରିୟଙ୍କା ମଲ୍ଲିକ, ଇଶାଣପୁର ସମିତି ସଭ୍ୟ ଚିନ୍ତାମଣି ଜେନା, ପ୍ରାକ୍ତନ ସରପଞ୍ଚ ସଚ୍ଚିଦାନନ୍ଦ ମହାକୁଳ, ଦଳିତ ନେତା କୁଳମଣି ମଲ୍ଲିକ, ପ୍ରଭାତ ବାରିକ, ଯୁବ ନେତା ଲକ୍ଷ୍ମଣ ମଲ୍ଲିକ, କିଶୋର ଚନ୍ଦ୍ର ଧଳ, ଧନେଶ୍ଵର ଧଳ ପ୍ରମୁଖ ବିଜେପିରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ବରୀ ନିର୍ବାଚନ ମଣ୍ଡଳୀର ବହୁ ବରିଷ୍ଠ ନେତା ଯୋଗଦାନ କରିଥିଲେ । ଦଳରେ ସାମିଲ ହେଲା ପରେ ଅଧ୍ୟକ୍ଷ ଅଶୋକ ଗେଡି ନିଜ ପ୍ରତିକ୍ରିୟାରେ କହିଛନ୍ତି ବରୀର ବିକାଶ ଯେଉଁ ଦଳ କରିବ ମୁଁ ସେଇ ଦଳରେ ସାମିଲ ହେବି ।


କେତେଦିନ ବିଜେପିରେ ରହିବେ ଅଧ୍ୟକ୍ଷ ଅଶୋକ ଗେଡି

କିଛି ମାସ ମଧ୍ୟରେ ଦ୍ଵିତୀୟ ଥର ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି । ପ୍ରଥମ ଥର ନିଜ ସମର୍ଥକଙ୍କୁ ଧରି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସାମିଲ ହୋଇଥିଲେ ଅଶୋକ । ହେଲେ ବିଶ୍ଵଙ୍କ ନାଲି ଆଖି ଆଗରେ ମିଶିବାର ମାତ୍ର କିଛି ଦିନ ପରେ ବିଜେପି ଛାଡି ପୁଣି ବିଜେଡିରେ ସାମିଲ ହୋଇଥିଲେ । ଆଜି ବିଜେପିରେ ସାମିଲ ହୋଇଥିଲେ ବି ନିଜକୁ କେତେ ଦିନ ବିଜେପିରେ ସାମିଲ କରିବେ ତାକୁ ନେଇ ସାଧାରଣରେ ସଦେହ ସୃଷ୍ଟି ହେବା ସହିତ ବିଶ୍ୱ ଫେରିଲେ ପୁଣି ଅଶୋକ ବିଜେଡିରେ ସାମିଲ ହେବା ବିଚିତ୍ର ନୁହେଁ ବୋଲି ବରୀ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

Leave a comment

Your email address will not be published. Required fields are marked *