ଓଡ଼ିଶା ଲିଡ୍ସ(ଯାଜପୁର): ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତ ରଗଦା ଗ୍ରାମର ସୁବାସ ଦେହୁରୀଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇ ଯାଇଛି । ଗତ ୨୨ ତାରିଖ କାଠପାଳ-ବନ୍ଦାଣିଆ ଠାରେ ବାଇକ ଦୁର୍ଘଟଣାରେ ସେ ପ୍ରାଣ ହରାଇ ଥିଲେ । ଏହି ଖବର ଶୁଣି ତାଙ୍କ ବାସଭବନରେ ପହଁଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଡଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ । ତାଙ୍କ ପରିବାର ସହିତ ଆଲୋଚନା କରି ସେମାନଙ୍କୁ ସାନ୍ତ୍ୱନା ପ୍ରଦାନ କରିବା ସହିତ
ଏହି ଦୁଃଖଦ ସମୟରେ ଭଗବାନ ଅସୀମ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି।




















