ଓଡ଼ିଶା ଲିଡ୍ସ(ବ୍ୟୁରୋ): ହାଇଦ୍ରାବାଦ ଠାରେ ଅନୁଷ୍ଠିତ ୨୫ ତମ ଜାତୀୟ ପାରା ସନ୍ତରଣ ପ୍ରତିଯୋଗିତା-୨୦୨୫ ରେ ଅଦ୍ଭୁତପୂର୍ବ ସଫଳତା ଅର୍ଜନ କରିଥିବା ଓଡ଼ିଶାର ପାରା ସନ୍ତରଣକାରୀ ମାନଙ୍କୁ କ୍ରୀଡ଼ା ଓ ଯୁବସେବା ପକ୍ଷରୁ ସମ୍ବର୍ଦ୍ଧିତ କରିଛନ୍ତି କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କ ସହିତ ବାର୍ତ୍ତାଳାପ କରି ମୁଁ ଅତ୍ୟନ୍ତ ପ୍ରଭାବିତ ବୋଲି କହିଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।




















