Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ରାଜ୍ୟ > ଡ୍ୟାନିଙ୍କ ଲୋକପ୍ରିୟତାରେ ଵିରୋଧି ଚିନ୍ତିତ: ସାଉଁଟି ଚାଲିଛନ୍ତି ସ୍ନେହ, ଶ୍ରଦ୍ଧା ଓ ସମର୍ଥନ

ଡ୍ୟାନିଙ୍କ ଲୋକପ୍ରିୟତାରେ ଵିରୋଧି ଚିନ୍ତିତ: ସାଉଁଟି ଚାଲିଛନ୍ତି ସ୍ନେହ, ଶ୍ରଦ୍ଧା ଓ ସମର୍ଥନ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଯୁବନେତା ତଥା ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ତାଙ୍କୁ ତାଙ୍କ ପୁରା ନାମରେ ଯେତିକି ଲୋକ ନ ଜାଣନ୍ତି ଡ୍ୟାନି ନାମରେ ଅଧିକ ଜାଣନ୍ତି । ଲଗାତାର ତିନିଥର ବିଧାୟକ ହେଲା ପରେ ଗତ ନିର୍ବାଚନରେ ସେ ପରାଜିତ ହୋଇଥିଲେ । ହେଲେ ପରାଜୟକୁ ବେଶ ଖେଳୁଆଡ଼ ମନୋଭାବରେ ନେଇଥିଲେ । ରାଜନୀତିରେ ଜୟ ପରାଜୟ ଅଛି କହି ପରାଜୟର ଦୋଷ କର୍ମୀ କିମ୍ବା ସହଯୋଗୀଙ୍କ ଉପରେ ନ ଲଦି ନିଜ ମୁଣ୍ଡକୁ ନେଇଥିଲେ । ପରାଜୟ ପରେ ତାଙ୍କ ଆଭିମୁଖ୍ୟ କଣ ହେବ ସେ ନେଇ ଵିରୋଧି ଖୁବ ପ୍ରଚାର କରିଥିଲେ । ହେଲେ ସବୁ ଆଲୋଚନା ସମାଲୋଚନାକୁ ପଛରେ ଛାଡି ନିଜ ନିର୍ବାଚନ ମଣ୍ଡଳୀ ସହିତ ଯୋଡି ହୋଇ ରହିଛନ୍ତି । ନିଜ ଆଭିମୁଖ୍ୟରେ କିନ୍ତୁ ପରିବର୍ତ୍ତନ କରିଛନ୍ତି । ନିଜ ଅଞ୍ଚଳ ପ୍ରତି ଓ ନିଜ ଅଞ୍ଚଳର ଲୋକଙ୍କ ପ୍ରତି ଅଧିକ ଦାୟିତ୍ୱବାନ ହୋଇଛନ୍ତି । ସରକାର ବଦଳିବା ପରେ ଓ ସୁକିନ୍ଦାର ନେତୃତ୍ୱ ବଦଳିବା ପରେ ଶାନ୍ତ ସୁକିନ୍ଦା ଯେତେବେଳେ ଅଶାନ୍ତ ହୋଇଛି ସେତେବେଳେ ସେ ସ୍ୱର ଉଠାଇଛନ୍ତି । ପ୍ରଶାସନ ନିଜ ଦାୟିତ୍ୱ ସଠିକ ଭାବେ ନିର୍ବାହ ଯେତେବେଳେ ନକରିଛି ସେତେବେଳେ ସେ ପ୍ରଶାସନକୁ ତାଗିଦ କରିଛନ୍ତି । ନିଜ ଅଞ୍ଚଳର ଲୋକଟିଏ ମରିଗଲେ ନିଜ ପରିବାର ଲୋକଭଳି ସ୍ମଶାନ ଘାଟକୁ ଯାଇଛନ୍ତି । ରାତି ଅଧରେ ମେଡ଼ିକାଲ ଯାଇ ରୋଗୀଙ୍କୁ ଉଚିତ ଚିକିତ୍ସା ସେବା ମିଳୁଛିନା ନାହିଁ ତାକୁ ତଦାରଖ କରିଛନ୍ତି । ଭୁବନେଶ୍ୱରରେ ସମୟ ନ ବିତାଇ ନିଜ ଅଞ୍ଚଳରେ ଅଧିକ ସମୟ ବିତାଇ ଵିରୋଧିଙ୍କ ଅପ ପ୍ରଚାର ଯେ ନିରାଧାର ତାକୁ ପ୍ରମାଣିତ କରିଛନ୍ତି ।

ତାଙ୍କ ବଦଳା ଆଭିମୁଖ୍ୟ, ତାଙ୍କୁ ବଦଳାଇ ଅନ୍ୟକୁ ନେତୃତ୍ୱ ଦେଇଥିବା ସୁକିନ୍ଦାବାସୀଙ୍କ ଚିନ୍ତା ଓ ଚେତନାକୁ ବେଶ ପ୍ରଭାବିତ କରିଛି । ବିଭିନ୍ନ କାର୍ଯ୍ୟରେ ତାଙ୍କୁ ଯୋଗଦେବାକୁ ଅନୁରୋଧ କରୁଥିବା ଲୋକମାନଙ୍କୁ ନିରାଶ ନକରି ସବୁ ଠାରେ ପହଞ୍ଚି କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ଲୋକଙ୍କ ସୁଖ ଦୁଃଖ ଶୁଣୁଛନ୍ତି ଡେରି ରାତି ପର୍ଯ୍ୟନ୍ତ । ପୁଣି ସକାଳୁ ଲୋକଙ୍କ ସହିତ ସାମିଲ ହେଉଛନ୍ତି । ସରକାର ନଥିଲା ବେଳେ ନିଜେ ବିଧାୟକ ଓ ମନ୍ତ୍ରୀ ନଥିଲା ବେଳେ ତାଙ୍କ ଲୋକପ୍ରିୟତା ବଢିବା ତାଙ୍କ ବିରୋଧୀଙ୍କୁ ଚିନ୍ତାରେ ପକାଇ ଦେଇଛି । ତାଙ୍କ ଲୋକପ୍ରିୟତାକୁ ପ୍ରତିହତ କରିବାକୁ ଵିରୋଧି ସାମାଜିକ ଗଣ ମାଧ୍ୟମରେ ବିଭିନ୍ନ କୁତ୍ସାରଟନା କରି ଚାଲିଥିଲା ବେଳେ ତାର ପ୍ରଭାବ କିନ୍ତୁ ସୁକିନ୍ଦାବାସୀଙ୍କ ଉପରେ ପଡୁନାହିଁ । ନିଜେ କାହା ବିରୁଦ୍ଧରେ ପଦୁଟିଏ ନ କହି ନିଜ ଦାୟିତ୍ୱ ଓ କର୍ତ୍ତବ୍ୟକୁ ଗୁରୁତ୍ୱ ଦେଉଛନ୍ତି । ଵିରୋଧି ଯେତେ କୁତ୍ସାରଟନା କରୁଛନ୍ତି ତାକୁ ସେତେ ନାପସନ୍ଦ କରୁଛନ୍ତି ସାଧାରଣ ଲୋକେ । ହେଲେ ଏହାକୁ ଆଦୌ ଗୁରୁତ୍ୱ ନ ଦେଇ ଡ୍ୟାନି କିନ୍ତୁ ଆଗକୁ ଆଗକୁ ମାଡି ଚାଲିଛନ୍ତି ଓ ସାଉଁଟି ଚାଲିଛନ୍ତି ସୁକିନ୍ଦାବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ସମର୍ଥନ ।

Leave a comment

Your email address will not be published. Required fields are marked *