ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆସନ୍ତା କାଲି ପୁରୀରେ ଦେବସ୍ନାନ ପୂର୍ଣ୍ଣିମା । ସ୍ନାନମଣ୍ଡପରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ । ମହାପ୍ରଭୁ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଓ ଦେବୀ ଶୁଭଦ୍ରା । ଏହା ପରେ ହାତୀବେଶରେ ଉପସ୍ଥିତ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ। ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଥିଲା ବେଳେ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସ୍ନାନବେଦୀକୁ ପହଣ୍ଡି ପୂର୍ବରୁ ଶ୍ରୀବିଗ୍ରହ ବାହୁକଣ୍ଟ ଓ ଚାରମାଳ ବନ୍ଧା ନୀତି ମଧ୍ୟ ସମ୍ପନ୍ନ ହୋଇଛି । ଆଜି ମହାପ୍ରଭୁଙ୍କ ସେନାପଟା ନୀତି । ଏଥିପାଇଁ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦେବସ୍ନାନ ପୂର୍ଣ୍ଣିମା ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇସାରିଛି । ନୀତି ଅନୁଯାୟୀ ମଙ୍ଗଳାର୍ପଣ ପ୍ରାତଃ- ୪ଟା ୩୦ରେ ମଙ୍ଗଳାର୍ପଣ ହେବ । ଏହା ପରେ ହଁ ଡୋରଲାଗି ଓ ପୁଷ୍ପାଞ୍ଜଳୀ ହୋଇ ୫ ଟା ରୁ ୭ଟା ମଧ୍ୟରେ ପହଣ୍ଡି ଆରମ୍ଭ ହେବ ।
ସକାଳ ୯ ଟାରେ ମଙ୍ଗଳ ଆଳତି, ୯ଟା ୧୫ରେ ମିଲମ, ୯ଟା ୨୫ରେ ତଡପ ଲାଗି, ୯ଟା ୪୫ରେ ଅଧର ପୋଛା, ୧୦ଟା ୨୦ରେ ଅବକାଶ, ୧୦ଟା ୨୦ରେ ରୋଷହୋମ, ୧୦ଟା ୩୦ରେ ସୂର୍ଯ୍ୟ ପୂଜା ପରେ ଦ୍ଵାରପାଳ ପୂଜା ୧୦ଟା ୫୫ରେ ଅନୁଷ୍ଠିତ ହେବ । ୧୧ଟା ୧୦ରେ ବେଶ ଶେଷ, ୧୨ଟା ୨୦ରୁ ୧ଟା ୪୫ ମଧ୍ୟରେ ଜଳ ବିଜେ, ପୂଜା, ସ୍ନାନ, ୨ଟା ୫୦ରେ ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ, ୩ଟା ୩୦ରେ ଛେରା ପହଁରା କାର୍ଯ୍ୟ ଅନୁଷ୍ଠିତ ହେବ । ଏହା ପରେ ୪ଟା ୩୦ରେ ହାତୀ ବେଶ ଓ ମହନ୍ତଶାଢ଼ୀବନ୍ଧା ପରେ ୫ଟା ୪୫ ରୁ ୭ଟା ୨୦ ଘଣ୍ଟ ଛତା ସକାଳ ଧୂପ, ସଂଧ୍ୟା ୬ଟା ୩୦ରେ ଦକ୍ଷିଣିଘର ଭୋଗ, ୭ଟା ୩୦ ରୁ ୧୦ ଟା ୩୦ ସହାଣ ମେଲା, ରାତ୍ର ୧୧ଟା ହାତୀବେଶ ମଇଲମ, ୧୧ଟା ୧୦ ରେ ପୁଷ୍ପାଞ୍ଜଳୀ ଓ ଡୋରଲାଗି, ୧୧ଟା ୩୦ ରୁ ୨ ଟା ମଧ୍ୟରେ ବାହୁଡା ପହଣ୍ଡି ହେବ । ସୁନା ଚିତା ଓ ରାହୁ ରେଖା ମଇଲମ ୨ଟା ୩୦ ରେ ଅନୁଷ୍ଠିତ ହେବ ।