ଓଡ଼ିଶା ଲିଡ୍ସ(ଯାଜପୁର): ନବନିଯୁକ୍ତ ଦାନଗଦୀ ବ୍ଲକ ବିଜେଡ଼ି ସଭାପତି ଗୋପାଳ କୃଷ୍ଣ ବାରିକ ଆଜି ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇଙ୍କୁ ଭେଟି ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ଅବସରରେ ଶ୍ରୀ ବାରିକ କହିଛନ୍ତି ଦଳ ଓ ଦଳର ନେତା ଯେଉଁ ଆସ୍ଥା ଓ ବିଶ୍ୱାସ ସହିତ ମତେ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି ତାକୁ ସମ୍ମାନ ଜଣାଇ ଦାନଗଦି ବ୍ଲକରେ ଜନସେବାକୁ ସୁଦୃଢ଼ କରିବା ସହିତ, ଦଳର ସଂଗଠନକୁ ଆହୁରି ମଜବୁତ ଓ କ୍ରିୟାଶୀଳ କରିବାକୁ ନିଜର ଉଦ୍ୟମ ଜାରି ରଖିବି । ପୂର୍ବତନ ମନ୍ତ୍ରୀ ଇଂ ଘଡାଇ ତାଙ୍କୁ ଶୁଭେଚ୍ଚା ଜଣାଇବା ସହିତ ଦଳକୁ ସଙ୍ଗଠିତ କରି ଲୋକମାନଙ୍କ ସେବାକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଥିଲେ ।




















