orissaleads

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

Blog Post

orissaleads > ରାଜ୍ୟ > ବିଜେଡିରେ କୁହୁଳୁଛି ଅସନ୍ତୋଷ, ବରିଷ୍ଠଙ୍କ ପରେ ଛାତ୍ର ନେତାଙ୍କ ମଧ୍ୟରେ ଅସନ୍ତୋଷ

ବିଜେଡିରେ କୁହୁଳୁଛି ଅସନ୍ତୋଷ, ବରିଷ୍ଠଙ୍କ ପରେ ଛାତ୍ର ନେତାଙ୍କ ମଧ୍ୟରେ ଅସନ୍ତୋଷ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ବିଭିନ୍ନ ଘଟଣା କ୍ରମକୁ ନେଇ ଅସମ୍ଭବ ଚାପରେ ଥିବା ରାଜ୍ୟର ମୁଖ୍ୟ ଵିରୋଧି ଦଳ ବିଜେଡିରେ ଅସନ୍ତୋଷ କୁହୁଳୁଛି । ବିଜେଡିର ବରିଷ୍ଠ ନେତାମାନେ ନିଜ ମନ ଭିତରେ ଚାପି ରଖିଥିବା ଅସନ୍ତୋଷକୁ ପ୍ରକାଶ କରିବା ଆରମ୍ଭ କରିଛନ୍ତି । ଏହି ତାଲିକାରେ ବରିଷ୍ଠ ନେତାଙ୍କ ନାମ ବଢି ବଢି ଚାଲିଛି । ଦଳ ମଧ୍ୟରେ ଏକ ପ୍ରକାର ଛକାପଞ୍ଝା ଲାଗି ରହିଥିଲା ବେଳେ ଆଜି ଛାତ୍ର ବିଜେଡିର କିଛି ନେତା ଭୁବନେଶ୍ୱର ଠାରେ ଏକ ରିସର୍ଟରେ ମେଳି କରିଥିବା ଖବର ପ୍ରକାଶ ପାଇଛି । ଘଟଣା ବିଷୟରେ କେହି ମୁହଁ ଖୋଲି ପ୍ରତିକ୍ରିୟା ଦେଇ ନଥିଲା ବେଳେ ବୈଠକରେ ନୂତନ ଭାବେ ଛାତ୍ର ବିଜେଡିର ସଭାନେତ୍ରୀ ଭାବେ ମନୋନୀତ ହୋଇଥିବା ଇପ୍ସିତା ସାହୁଙ୍କୁ ବିରୋଧ କରି ଆଲୋଚନା ହେଇଥିବା ଖବର ମିଳିଛି । ଯାହା ଦଳ ମଧ୍ୟରେ ସବୁ କିଛି ଠିକ ଠାକ ଚାଲି ନଥିବାକୁ ସ୍ପଷ୍ଟ କରିଛି । ଭି.କେ.ପାଣ୍ଡିଆନ ଓ ସୁଜାତା ପାଣ୍ଡିଆନଙ୍କୁ ନେଇ ବିଭିନ୍ନ ଆଲୋଚନା ସମାଲୋଚନା ଚାଲିଥିଲା ବେଳେ ଛାତ୍ର ନେତା ମାନେ ବୈଠକ କରିବା ଦ୍ୱାରା ଦିନକୁ ଦିନ ଦଳ ମଧ୍ୟରେ ଅସନ୍ତୋଷ ଅଧିକ ଘନୀଭୂତ ହେଉଥିବା ପ୍ରମାଣିତ ହୋଇଛି । ଦଳରୁ ବରିଷ୍ଠ ମାନେ ଦିନକୁ ଦିନ ଦୁରେଇ ଯାଉଥିଲା ବେଳେ ଗୋଟିଏ ଗୋଷ୍ଠି ନିଜକୁ ଅଧିକ ପ୍ରଭାବଶାଳୀ ପ୍ରମାଣିତ କରିବାକୁ ଉଦ୍ୟମ କରୁଛନ୍ତି । ଦଳରେ ଏକ ପ୍ରକାର ବରିଷ୍ଠ ମାନେ କୋଣଠେସା ହୋଇ ରହିଛନ୍ତି । ଦଳ ବରିଷ୍ଠଙ୍କ ମତାମତ ନେବାକୁ ମଧ୍ୟ ଉଚିତ ମଣୁନାହିଁ ବୋଲି ଚର୍ଚ୍ଚା ହେଉଛି । ଏହି ଭଳି ସମୟରେ ଛାତ୍ର ନେତା ମାନେ ଇପ୍ସିତଙ୍କୁ ନେଇ ବିରୋଧ ପ୍ରକଟ କରିବା ଦଳ ପାଇଁ ଚିନ୍ତାର ବିଷୟ ହୋଇଛି । ଦିନକୁ ଦିନ ସାରା ରାଜ୍ୟରେ ଦଳୀୟ ନେତା ଓ କର୍ମୀ ବିଜେପି ଆଡ଼କୁ ଢ଼ଳୁଥିଲା ବେଳେ ଦଳ ମଧ୍ୟରେ ଦେଖା ଦେଇଥିବା ଅସନ୍ତୋଷ ଏହାକୁ ଅଧିକ ବଳ ଦେଉଛି । ଦଳର ସବୁ ବର୍ଗର ନେତା ଓ ନେତ୍ରୀଙ୍କ ମତକୁ ଗୁରୁତ୍ୱ ଦେଇ ବିଭିନ୍ନ ପଦପଦବୀ ପ୍ରଦାନ କରାଯାଉ ନଥିଲା ବେଳେ ଏହାକୁ ନେଇ ଅସନ୍ତୋଷ ବଢି ଚାଲିଛି । ଆଗକୁ ଏହା ଭିନ୍ନ ମୋଡ଼ ନେବାକୁ ଯାଉଥିଲା ବେଳେ ଆଜି ନବୀନ ନିବାସରେ ବିଭିନ୍ନ ଛାତ୍ର ନେତାଙ୍କୁ ନେଇ ବୈଠକ ହୋଇଛି । ହେଲେ ଏହା ଆରମ୍ଭ ହୋଇଥିବା ବିଦ୍ରୋହକୁ କେତେ ପ୍ରଶମିତ କରିବ ତାହା ସମୟ କହିବ ।

Leave a comment

Your email address will not be published. Required fields are marked *