orissaleads

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

Blog Post

orissaleads > ରାଜ୍ୟ > ବିଜେଡିରେ କୁହୁଳୁଛି ଅସନ୍ତୋଷ, ବରିଷ୍ଠଙ୍କ ପରେ ଛାତ୍ର ନେତାଙ୍କ ମଧ୍ୟରେ ଅସନ୍ତୋଷ

ବିଜେଡିରେ କୁହୁଳୁଛି ଅସନ୍ତୋଷ, ବରିଷ୍ଠଙ୍କ ପରେ ଛାତ୍ର ନେତାଙ୍କ ମଧ୍ୟରେ ଅସନ୍ତୋଷ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ବିଭିନ୍ନ ଘଟଣା କ୍ରମକୁ ନେଇ ଅସମ୍ଭବ ଚାପରେ ଥିବା ରାଜ୍ୟର ମୁଖ୍ୟ ଵିରୋଧି ଦଳ ବିଜେଡିରେ ଅସନ୍ତୋଷ କୁହୁଳୁଛି । ବିଜେଡିର ବରିଷ୍ଠ ନେତାମାନେ ନିଜ ମନ ଭିତରେ ଚାପି ରଖିଥିବା ଅସନ୍ତୋଷକୁ ପ୍ରକାଶ କରିବା ଆରମ୍ଭ କରିଛନ୍ତି । ଏହି ତାଲିକାରେ ବରିଷ୍ଠ ନେତାଙ୍କ ନାମ ବଢି ବଢି ଚାଲିଛି । ଦଳ ମଧ୍ୟରେ ଏକ ପ୍ରକାର ଛକାପଞ୍ଝା ଲାଗି ରହିଥିଲା ବେଳେ ଆଜି ଛାତ୍ର ବିଜେଡିର କିଛି ନେତା ଭୁବନେଶ୍ୱର ଠାରେ ଏକ ରିସର୍ଟରେ ମେଳି କରିଥିବା ଖବର ପ୍ରକାଶ ପାଇଛି । ଘଟଣା ବିଷୟରେ କେହି ମୁହଁ ଖୋଲି ପ୍ରତିକ୍ରିୟା ଦେଇ ନଥିଲା ବେଳେ ବୈଠକରେ ନୂତନ ଭାବେ ଛାତ୍ର ବିଜେଡିର ସଭାନେତ୍ରୀ ଭାବେ ମନୋନୀତ ହୋଇଥିବା ଇପ୍ସିତା ସାହୁଙ୍କୁ ବିରୋଧ କରି ଆଲୋଚନା ହେଇଥିବା ଖବର ମିଳିଛି । ଯାହା ଦଳ ମଧ୍ୟରେ ସବୁ କିଛି ଠିକ ଠାକ ଚାଲି ନଥିବାକୁ ସ୍ପଷ୍ଟ କରିଛି । ଭି.କେ.ପାଣ୍ଡିଆନ ଓ ସୁଜାତା ପାଣ୍ଡିଆନଙ୍କୁ ନେଇ ବିଭିନ୍ନ ଆଲୋଚନା ସମାଲୋଚନା ଚାଲିଥିଲା ବେଳେ ଛାତ୍ର ନେତା ମାନେ ବୈଠକ କରିବା ଦ୍ୱାରା ଦିନକୁ ଦିନ ଦଳ ମଧ୍ୟରେ ଅସନ୍ତୋଷ ଅଧିକ ଘନୀଭୂତ ହେଉଥିବା ପ୍ରମାଣିତ ହୋଇଛି । ଦଳରୁ ବରିଷ୍ଠ ମାନେ ଦିନକୁ ଦିନ ଦୁରେଇ ଯାଉଥିଲା ବେଳେ ଗୋଟିଏ ଗୋଷ୍ଠି ନିଜକୁ ଅଧିକ ପ୍ରଭାବଶାଳୀ ପ୍ରମାଣିତ କରିବାକୁ ଉଦ୍ୟମ କରୁଛନ୍ତି । ଦଳରେ ଏକ ପ୍ରକାର ବରିଷ୍ଠ ମାନେ କୋଣଠେସା ହୋଇ ରହିଛନ୍ତି । ଦଳ ବରିଷ୍ଠଙ୍କ ମତାମତ ନେବାକୁ ମଧ୍ୟ ଉଚିତ ମଣୁନାହିଁ ବୋଲି ଚର୍ଚ୍ଚା ହେଉଛି । ଏହି ଭଳି ସମୟରେ ଛାତ୍ର ନେତା ମାନେ ଇପ୍ସିତଙ୍କୁ ନେଇ ବିରୋଧ ପ୍ରକଟ କରିବା ଦଳ ପାଇଁ ଚିନ୍ତାର ବିଷୟ ହୋଇଛି । ଦିନକୁ ଦିନ ସାରା ରାଜ୍ୟରେ ଦଳୀୟ ନେତା ଓ କର୍ମୀ ବିଜେପି ଆଡ଼କୁ ଢ଼ଳୁଥିଲା ବେଳେ ଦଳ ମଧ୍ୟରେ ଦେଖା ଦେଇଥିବା ଅସନ୍ତୋଷ ଏହାକୁ ଅଧିକ ବଳ ଦେଉଛି । ଦଳର ସବୁ ବର୍ଗର ନେତା ଓ ନେତ୍ରୀଙ୍କ ମତକୁ ଗୁରୁତ୍ୱ ଦେଇ ବିଭିନ୍ନ ପଦପଦବୀ ପ୍ରଦାନ କରାଯାଉ ନଥିଲା ବେଳେ ଏହାକୁ ନେଇ ଅସନ୍ତୋଷ ବଢି ଚାଲିଛି । ଆଗକୁ ଏହା ଭିନ୍ନ ମୋଡ଼ ନେବାକୁ ଯାଉଥିଲା ବେଳେ ଆଜି ନବୀନ ନିବାସରେ ବିଭିନ୍ନ ଛାତ୍ର ନେତାଙ୍କୁ ନେଇ ବୈଠକ ହୋଇଛି । ହେଲେ ଏହା ଆରମ୍ଭ ହୋଇଥିବା ବିଦ୍ରୋହକୁ କେତେ ପ୍ରଶମିତ କରିବ ତାହା ସମୟ କହିବ ।

Leave a comment

Your email address will not be published. Required fields are marked *