orissaleads

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

Blog Post

orissaleads > ରାଜ୍ୟ > ବିଜେଡି ମୋହ ତୁଟାଇ, ବିଦେଶ ଯିବେକି ପାଣ୍ଡିଆନ

ବିଜେଡି ମୋହ ତୁଟାଇ, ବିଦେଶ ଯିବେକି ପାଣ୍ଡିଆନ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ବେଶ କିଛି ବର୍ଷ ହେଲା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ଶୀର୍ଷରେ ରହିଛନ୍ତି ଭୈରବ କାର୍ତ୍ତିକେୟ ପାଣ୍ଡିଆନ । ଜଣେ ଆଇଏଏସ ଅଧିକାରୀ ହୋଇ ଦେଶର ଏକ ପ୍ରତିଷ୍ଠିତ ଆଞ୍ଚଳିକ ଦଳ ବିଜେଡିକୁ ନିଜ ଆଙ୍ଗୁଳି ଅଗରେ ନଚାଉଥିବା ନେଇ ବେଶ ଚର୍ଚ୍ଚା ହୁଏ ବିଜେଡି ଦଳୀୟ ମହଲ ସହିତ ଅନ୍ୟ ମହଲରେ । ହେଲେ ୨୦୨୪ ନିର୍ବାଚନରେ ବିଜେଡି ପରାଜିତ ହେଲା ପରେ ଚର୍ଚ୍ଚାର ଶିରୋନାମାରେ ଥିବା ପାଣ୍ଡିଆନ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ । ଫଳରେ ନିର୍ବାଚନ ପରେ ସେ ବାଧ୍ୟ ହୋଇ ରାଜନୀତିରୁ ସନ୍ୟାସ ନେଉଥିବା ଘୋଷଣା କରିଥିଲେ । ହେଲେ ଚର୍ଚ୍ଚା ଓ ବିବାଦରେ ରହୁଥିବା ପାଣ୍ଡିଆନ ଏବେ ଓଡ଼ିଶା ଛାଡ଼ିବେ ବୋଲି ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ହେଲେ ନିଜକୁ ପୁଣି ଚର୍ଚ୍ଚାର ପରିଧି ମଧ୍ୟକୁ ଆଣିବାକୁ ଏହା ପାଣ୍ଡିଆନଙ୍କ ନୂଆ ରଣନୀତି ନା ଏହା ପଛରେ ସତ୍ୟତା ଅଛି ତାହା କିନ୍ତୁ ସ୍ପଷ୍ଟ ହୋଇନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ୱ ନିର୍ବାହ କରୁକରୁ ବିଜେଡିର ଅଘୋଷିତ ନେତା ହୋଇ ଯାଇଥିଲେ ପାଣ୍ଡିଆନ । ଦଳରେ ତାଙ୍କ ନିର୍ଦ୍ଦେଶ ବିନା ପତ୍ର ହଲିବା ମଧ୍ୟ ସମ୍ଭବ ନଥିଲା । ରାଜନୀତିରୁ ସନ୍ୟାସ ନେବା ପରେ ମଧ୍ୟ ଦଳରେ ତାଙ୍କର ଅଖଣ୍ଡ କ୍ଷମତା ରହିଥିବା କାହାକୁ ଅଛପା ନୁହେଁ । ରାଜନୀତିରୁ ସନ୍ନ୍ୟାସ ନେଲା ପରେ ମଧ୍ୟ ପାଣ୍ଡିଆନ୍‌ ଏବେ ନବୀନ ନିବାସରେ ରହି ଦଳ ପରିଚାଳନା କରୁଥିବା ନେଇ ଚର୍ଚ୍ଚା ଜାରି ରହିଛି। ଏବେ ବି ପାଣ୍ଡିଆନ୍‌ ଦଳୀୟ ନେତାଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରୁଥିବା ଓ ନିଷ୍ପତି ନେଉଥିବା ଖବର ଅନେକ ସମୟରେ ପଦାକୁ ଆସିଛି। ଏବର ନୂଆ ଚର୍ଚ୍ଚା ଭିତରେ ସେ ଏବେ ବିଦେଶରେ ଯାଇ ଚାକିରି କରିବେ ବୋଲି ଏକ ଗଣ ମାଧ୍ୟମରେ ପ୍ରକାଶ ପାଇଛି ।


ଗତ ସାଧାରଣ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟର କାରଣ ପାଣ୍ଡିଆନ ବୋଲି ବିଜେଡିରେ ଚର୍ଚ୍ଚା ଏବେ ମଧ୍ୟ ଥମି ନାହିଁ । ସେ ଓଡ଼ିଶା ଛାଡ଼ି ଏକ ଅର୍ନ୍ତଜାତୀୟ ସଂସ୍ଥାରେ କାମ କରିପାରନ୍ତି ବୋଲି ଖବର ପ୍ରକାଶ ପାଇଛି, ଅବଶ୍ୟ ଏନେଇ ପାଣ୍ଡିଆନ ସ୍ପଷ୍ଟ କରି ନାହାନ୍ତି । ବିଦେଶ ଯାଇ ଚାକିରି କରିବେ ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହା ସତ ହେବ କି ମିଛ, ତାହା ଅବଶ୍ୟ ଆଗାମୀ ଦିନରେ ସ୍ପଷ୍ଟ ହେବ।

ନିର୍ବାଚନ ପରେ ପଦାକୁ ଆସିନଥିଲେ ମଧ୍ୟ ପାଣ୍ଡିଆନ ନବୀନ ନିବାସରେ ରହି ଦଳକୁ ପରିଚାଳନା କରୁଥିବା ଚର୍ଚ୍ଚା ହେଉଥିଲା । ଏବେ ମଧ୍ୟ ଏହାକୁ ନେଇ ବିଜେଡି ଭିତରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ପାଣ୍ଡିଆନଙ୍କୁ ନେଇ ବିଜେଡି ବସ୍ତୁତ ଦୁଇ ଭାଗରେ ବିଭକ୍ତ ହୋଇ ସାରିଛି । କିଛି ବରିଷ୍ଠ ନେତାଙ୍କ ସହିତ ଯୁବ ନେତା ପାଣ୍ଡିଆନଙ୍କୁ ଜୋରଦାର ବିରୋଧ କରୁଥିଲା ବେଳେ ଗୋଟିଏ ଗୋଷ୍ଠି ପାଣ୍ଡିଆନଙ୍କ ନିର୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି । ନବୀନଙ୍କ ନିକଟରେ ଏ ନେଇ ଖବର ଥିଲେ ମଧ୍ୟ ନବୀନ ନୀରବତା ଅବଲମ୍ବନ କରୁଛନ୍ତି । ଏହାକୁ ନେଇ ଦଳରେ ଯେ କୌଣସି ସମୟରେ
ବଡ଼ ଧରଣର ବିସ୍ଫୋରଣ ହେବା ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । ଦଳରେ ବିବାଦର ସୂତ୍ରପାତ ହୋଇଥିଲା ବେଳେ ଏହାକୁ ପ୍ରଶମିତ କରିବାକୁ ଏହା ପାଣ୍ଡିଆନଙ୍କ ନୂଆ ରଣ କୌଶଳ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

Leave a comment

Your email address will not be published. Required fields are marked *