Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ରାଜ୍ୟ > ବିଜେଡି ମୋହ ତୁଟାଇ, ବିଦେଶ ଯିବେକି ପାଣ୍ଡିଆନ

ବିଜେଡି ମୋହ ତୁଟାଇ, ବିଦେଶ ଯିବେକି ପାଣ୍ଡିଆନ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ବେଶ କିଛି ବର୍ଷ ହେଲା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ଶୀର୍ଷରେ ରହିଛନ୍ତି ଭୈରବ କାର୍ତ୍ତିକେୟ ପାଣ୍ଡିଆନ । ଜଣେ ଆଇଏଏସ ଅଧିକାରୀ ହୋଇ ଦେଶର ଏକ ପ୍ରତିଷ୍ଠିତ ଆଞ୍ଚଳିକ ଦଳ ବିଜେଡିକୁ ନିଜ ଆଙ୍ଗୁଳି ଅଗରେ ନଚାଉଥିବା ନେଇ ବେଶ ଚର୍ଚ୍ଚା ହୁଏ ବିଜେଡି ଦଳୀୟ ମହଲ ସହିତ ଅନ୍ୟ ମହଲରେ । ହେଲେ ୨୦୨୪ ନିର୍ବାଚନରେ ବିଜେଡି ପରାଜିତ ହେଲା ପରେ ଚର୍ଚ୍ଚାର ଶିରୋନାମାରେ ଥିବା ପାଣ୍ଡିଆନ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ । ଫଳରେ ନିର୍ବାଚନ ପରେ ସେ ବାଧ୍ୟ ହୋଇ ରାଜନୀତିରୁ ସନ୍ୟାସ ନେଉଥିବା ଘୋଷଣା କରିଥିଲେ । ହେଲେ ଚର୍ଚ୍ଚା ଓ ବିବାଦରେ ରହୁଥିବା ପାଣ୍ଡିଆନ ଏବେ ଓଡ଼ିଶା ଛାଡ଼ିବେ ବୋଲି ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ହେଲେ ନିଜକୁ ପୁଣି ଚର୍ଚ୍ଚାର ପରିଧି ମଧ୍ୟକୁ ଆଣିବାକୁ ଏହା ପାଣ୍ଡିଆନଙ୍କ ନୂଆ ରଣନୀତି ନା ଏହା ପଛରେ ସତ୍ୟତା ଅଛି ତାହା କିନ୍ତୁ ସ୍ପଷ୍ଟ ହୋଇନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ୱ ନିର୍ବାହ କରୁକରୁ ବିଜେଡିର ଅଘୋଷିତ ନେତା ହୋଇ ଯାଇଥିଲେ ପାଣ୍ଡିଆନ । ଦଳରେ ତାଙ୍କ ନିର୍ଦ୍ଦେଶ ବିନା ପତ୍ର ହଲିବା ମଧ୍ୟ ସମ୍ଭବ ନଥିଲା । ରାଜନୀତିରୁ ସନ୍ୟାସ ନେବା ପରେ ମଧ୍ୟ ଦଳରେ ତାଙ୍କର ଅଖଣ୍ଡ କ୍ଷମତା ରହିଥିବା କାହାକୁ ଅଛପା ନୁହେଁ । ରାଜନୀତିରୁ ସନ୍ନ୍ୟାସ ନେଲା ପରେ ମଧ୍ୟ ପାଣ୍ଡିଆନ୍‌ ଏବେ ନବୀନ ନିବାସରେ ରହି ଦଳ ପରିଚାଳନା କରୁଥିବା ନେଇ ଚର୍ଚ୍ଚା ଜାରି ରହିଛି। ଏବେ ବି ପାଣ୍ଡିଆନ୍‌ ଦଳୀୟ ନେତାଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରୁଥିବା ଓ ନିଷ୍ପତି ନେଉଥିବା ଖବର ଅନେକ ସମୟରେ ପଦାକୁ ଆସିଛି। ଏବର ନୂଆ ଚର୍ଚ୍ଚା ଭିତରେ ସେ ଏବେ ବିଦେଶରେ ଯାଇ ଚାକିରି କରିବେ ବୋଲି ଏକ ଗଣ ମାଧ୍ୟମରେ ପ୍ରକାଶ ପାଇଛି ।

ଗତ ସାଧାରଣ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟର କାରଣ ପାଣ୍ଡିଆନ ବୋଲି ବିଜେଡିରେ ଚର୍ଚ୍ଚା ଏବେ ମଧ୍ୟ ଥମି ନାହିଁ । ସେ ଓଡ଼ିଶା ଛାଡ଼ି ଏକ ଅର୍ନ୍ତଜାତୀୟ ସଂସ୍ଥାରେ କାମ କରିପାରନ୍ତି ବୋଲି ଖବର ପ୍ରକାଶ ପାଇଛି, ଅବଶ୍ୟ ଏନେଇ ପାଣ୍ଡିଆନ ସ୍ପଷ୍ଟ କରି ନାହାନ୍ତି । ବିଦେଶ ଯାଇ ଚାକିରି କରିବେ ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହା ସତ ହେବ କି ମିଛ, ତାହା ଅବଶ୍ୟ ଆଗାମୀ ଦିନରେ ସ୍ପଷ୍ଟ ହେବ।

ନିର୍ବାଚନ ପରେ ପଦାକୁ ଆସିନଥିଲେ ମଧ୍ୟ ପାଣ୍ଡିଆନ ନବୀନ ନିବାସରେ ରହି ଦଳକୁ ପରିଚାଳନା କରୁଥିବା ଚର୍ଚ୍ଚା ହେଉଥିଲା । ଏବେ ମଧ୍ୟ ଏହାକୁ ନେଇ ବିଜେଡି ଭିତରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ପାଣ୍ଡିଆନଙ୍କୁ ନେଇ ବିଜେଡି ବସ୍ତୁତ ଦୁଇ ଭାଗରେ ବିଭକ୍ତ ହୋଇ ସାରିଛି । କିଛି ବରିଷ୍ଠ ନେତାଙ୍କ ସହିତ ଯୁବ ନେତା ପାଣ୍ଡିଆନଙ୍କୁ ଜୋରଦାର ବିରୋଧ କରୁଥିଲା ବେଳେ ଗୋଟିଏ ଗୋଷ୍ଠି ପାଣ୍ଡିଆନଙ୍କ ନିର୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି । ନବୀନଙ୍କ ନିକଟରେ ଏ ନେଇ ଖବର ଥିଲେ ମଧ୍ୟ ନବୀନ ନୀରବତା ଅବଲମ୍ବନ କରୁଛନ୍ତି । ଏହାକୁ ନେଇ ଦଳରେ ଯେ କୌଣସି ସମୟରେ
ବଡ଼ ଧରଣର ବିସ୍ଫୋରଣ ହେବା ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । ଦଳରେ ବିବାଦର ସୂତ୍ରପାତ ହୋଇଥିଲା ବେଳେ ଏହାକୁ ପ୍ରଶମିତ କରିବାକୁ ଏହା ପାଣ୍ଡିଆନଙ୍କ ନୂଆ ରଣ କୌଶଳ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

Leave a comment

Your email address will not be published. Required fields are marked *