ଓଡ଼ିଶା ଲିଡ୍ସ(ଯାଜପୁର): ରାଜ୍ୟର ଅନ୍ୟତମ ବିଶିଷ୍ଠ ଶିକ୍ଷାବିତ, ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଡ଼ଃ ଗୋକୁଳାନନ୍ଦ ଦାସଙ୍କର ଆଜି ଦେହାନ୍ତ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ଆଜି ସେ ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହୃଦଘାତ କାରଣରୁ ତାଙ୍କ ଦେହାନ୍ତ ହୋଇଥିବା ପରିବାର ସୂତ୍ରରୁ ପ୍ରକାଶ । ଯାଜପୁର ଜିଲ୍ଲା ବରୀ ବ୍ଲକ ନେଉଳା ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ । ପିଲାବେଳୁ ଜଣେ ମେଧାବୀ ଛାତ୍ର ଭାବେ ତାଙ୍କ ପରିଚୟ ସୃଷ୍ଟି କରିଥିଲେ । ଜଣେ ବିଶିଷ୍ଠ ଗଣିତଜ୍ଞ ଭାବେ ସାରା ଦେଶରେ ତାଙ୍କ ଭିନ୍ନ ପରିଚୟ ଥିଲା । ତାଙ୍କ ଦେହାନ୍ତରେ ସାରା ରାଜ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି । ବିଶେଷ କରି ତାଙ୍କ ଜନ୍ମସ୍ଥାନ ବରୀ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ଦେହାନ୍ତରେ ପୂର୍ବତନ ଅର୍ଥମନ୍ତ୍ରୀ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ, ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ, ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ, ବରୀ ବିଜେପି ନେତା ଉମେଶ ଜେନା, ଅବସରପ୍ରାପ୍ତ ନୌସେନା ଅଧିକାରୀ ଡ଼ଃ ବିନୟ ଭାନୁ ଦାସ, ଲାଲ ବିହାରୀ ମହାନ୍ତି, ଡାକ୍ତର ରାଜକିଶୋର ପଣ୍ଡା, ଡାକ୍ତର କିଶୋର ଚନ୍ଦ୍ର ବେହେରା, ବିନୋଜ ଜେନା, ବିଜେପି ଜିଲ୍ଲା ସମ୍ପାଦକ ସୁରଜ ଲାଲ ସାମଲ, ବିଶିଷ୍ଠ ଶିଳ୍ପୀ ଅକ୍ଷୟ କୁମାର ବେଉରିଆ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁଲଭ ବେଉରିଆ, ସାମ୍ବାଦିକ ଆଦିତ୍ୟ ମେକାପ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।




















