ଓଡ଼ିଶା ଲିଡ୍ସ(ବ୍ୟୁରୋ):ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ୪ ୱିକେଟରେ ପରାସ୍ତ କରିଛି ଟିମ ଇଣ୍ଡିଆ । ଗତ ବିଶ୍ୱକପ ପରାଜୟର ମଧୁର ପ୍ରତିଶୋଧ ନେଇଛି ଭାରତ । ରନ ମେସିନ ବିରାଟ କୋହଲି ଚମତ୍କାର ପ୍ରଦର୍ଶନ କରି ୮୪ ରନର ମହତ୍ୱପୂର୍ଣ୍ଣ ଇନିଂସ ଖେଳି ଭାରତ ବିଜୟର ଶ୍ରେୟ ନେଇଛନ୍ତି । ଅଷ୍ଟ୍ରେଲିଆର ୨୬୫ ରନର ଟାର୍ଗେଟକୁ ପିଛା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ବିରାଟଙ୍କ ଏହି ଇନିଂସ ।
ଭାରତର ଏହି ବିଜୟ ଉଚ୍ଚ ଚାପପୂର୍ଣ୍ଣ ମ୍ୟାଚ୍ ଗୁଡ଼ିକରେ ଦଳର କ୍ରମାଗତ ଉତ୍କର୍ଷତାକୁ ଦର୍ଶାଉଛି। ଏହି ବିଜୟ ସହ ଭାରତ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ପ୍ରବେଶ କରିଛି ।
ଆଜିର ମ୍ୟାଚରେ ଶ୍ରେୟସ ଆୟାର, କେ.ଏଲ.ରାହୁଲଙ୍କ ଚମତ୍କାର ବ୍ୟାଟିଂ ମଧ୍ୟ ଦେଖିବାକୁ ମିଳିଥିଲା । ଭାରତ ଫାଇନାଲରେ ପହଞ୍ଚି ଥିବାରୁ ସାରା ଦେଶ ଉତ୍ସବ ମୁଖର ହୋଇଛି ।
