orissaleads

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

Blog Post

orissaleads > ଜିଲ୍ଲା > ଯାଜପୁର > ଭୁଷୁଡୁଛି ବରୀ ବିଜେଡି ଗଡ଼: ବିଜେପିରେ ସାମିଲ ହେଲେ ବରୀ ବ୍ଲକ ଅଧ୍ୟକ୍ଷଙ୍କ ସମେତ ୫ ସମିତି ସଭ୍ୟ ଓ ୩ ସରପଞ୍ଚ

ଭୁଷୁଡୁଛି ବରୀ ବିଜେଡି ଗଡ଼: ବିଜେପିରେ ସାମିଲ ହେଲେ ବରୀ ବ୍ଲକ ଅଧ୍ୟକ୍ଷଙ୍କ ସମେତ ୫ ସମିତି ସଭ୍ୟ ଓ ୩ ସରପଞ୍ଚ

ଓଡ଼ିଶା ଲିଡ୍ସ(ଯାଜପୁର): ବିଜେଡିର ଅନ୍ୟତମ ଗଡ଼ ଭାବେ ପରିଚିତ ବରୀ ନିର୍ଵାଚନ ମଣ୍ଡଳୀରେ ଆଜି ବଡ଼ ହଲଚଲ ଦେଖିବାକୁ ମିଳିଛି । ଗତ ସାଧାରଣ ନିର୍ବାଚନରେ ରାଜ୍ୟରେ ସର୍ବାଧିକ ଭୋଟ ବ୍ୟବଧାନରେ ଜିତିଥିବା ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକଙ୍କ ଗଡ଼ ଆଜି ଭାଙ୍ଗିଛି । ବିଶ୍ଵଙ୍କ ଦୃଢ଼ ସମର୍ଥକ ତଥା ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି ତାଙ୍କ ସମର୍ଥକ ୫ ସମିତି ସଭ୍ୟ ଓ ୩ ସରପଞ୍ଚଙ୍କୁ ନେଇ ବିଜେପିରେ ସାମିଲ ହୋଇଛନ୍ତି । ଦଳରେ ସାମିଲ ହୋଇଥିବା ନେତା ଓ କର୍ମୀଙ୍କୁ ବିଜେପି ନେତା ଉମେଶ ଜେନା ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ବ୍ଲକ ଅଧ୍ୟକ୍ଷ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକଙ୍କ ନିଜ ପଞ୍ଚାୟତର ସମିତି ସଭ୍ୟ । ଅଶୋକ ଥରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇ ବିଶ୍ଵଙ୍କ ନାଲିଆଖିକୁ ଡରି ବିଜେଡିକୁ ଫେରିଥିବା ଅଶୋକ ଆଜି ଦ୍ଵିତୀୟ ଥର ବିଜେପିରେ ସାମିଲ ହୋଇଛନ୍ତି । ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ ନୂଆପଡା ଉପ ନିର୍ବାଚନରେ ଦଳ ପାଇଁ ପ୍ରଚାର କରୁଥିଲା ବେଳେ ତାଙ୍କ ଗଡ଼ ଦୋହଲାଇ ଦେଇଛି ବିଜେପି । ଆଜିର ମିଶ୍ରଣ ପର୍ବ ବରୀ ବିଜେଡିରେ ନୀରବତା ଖେଳାଇ ଦେଇଛି । ଅତି ସତର୍କତା ସହିତ ବିଜେପି ମିଶ୍ରଣ ପର୍ବ କରି ବିଜେଡିକୁ ଝଟକା ଦେଇଛି । ଏହି ଝଟକା ବିଜେଡିକୁ ନିରବ ହେବାକୁ ଏକ ପ୍ରକାର ବାଧ୍ୟ କରିଛି । ଆଜି ବରୀ ମାଉଣ୍ଡ ନିକଟରେ ଅପରାହ୍ନରେ ଆୟୋଜିତ ମିଶ୍ରଣ ପର୍ବରେ ଅଧ୍ୟକ୍ଷ ଅଶୋକ ଗେଡ଼ିଙ୍କ ସହିତ ସମିତି ସଭ୍ୟ, ସରପଞ୍ଚଙ୍କ ଓ ଶତାଧିକ ବିଜେଡି ଆଗଧାଡ଼ିର କର୍ମୀ ଓ ପୂର୍ବତନ ସରପଞ୍ଚ ବିଜେଡି ଛାଡି ପଦ୍ମ ଧରିଛନ୍ତି । ବରୀ ପଞ୍ଚାୟତ ସରପଞ୍ଚ ସୋନାଲି ସିଂହ, ବୋଦୁଅ ସରପଞ୍ଚ ଦେବୀ ପ୍ରସାଦ ମିଶ୍ର, ବାଇଁଶିରିଆ ସରପଞ୍ଚ ସୁଶାନ୍ତ ଦାସ, ରତ୍ନଗିରି ସମିତି ସଭ୍ୟl ସସ୍ମିତା ମଲ୍ଲିକ, ସାହୁପଡ଼ା ପଞ୍ଚାୟତ ସମିତି ସଭ୍ୟା ଶାନ୍ତିଲତା ଦଳାଇ, ଅରଙ୍ଗାବଦ ପଞ୍ଚାୟତ ସମିତି ସଭ୍ୟା ଅନୁଷୟା ମଲ୍ଲିକ, ଗୋଳକୁଣ୍ଡ ସମିତି ସଭ୍ୟା ପ୍ରିୟଙ୍କା ମଲ୍ଲିକ, ଇଶାଣପୁର ସମିତି ସଭ୍ୟ ଚିନ୍ତାମଣି ଜେନା, ପ୍ରାକ୍ତନ ସରପଞ୍ଚ ସଚ୍ଚିଦାନନ୍ଦ ମହାକୁଳ, ଦଳିତ ନେତା କୁଳମଣି ମଲ୍ଲିକ, ପ୍ରଭାତ ବାରିକ, ଯୁବ ନେତା ଲକ୍ଷ୍ମଣ ମଲ୍ଲିକ, କିଶୋର ଚନ୍ଦ୍ର ଧଳ, ଧନେଶ୍ଵର ଧଳ ପ୍ରମୁଖ ବିଜେପିରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ବରୀ ନିର୍ବାଚନ ମଣ୍ଡଳୀର ବହୁ ବରିଷ୍ଠ ନେତା ଯୋଗଦାନ କରିଥିଲେ । ଦଳରେ ସାମିଲ ହେଲା ପରେ ଅଧ୍ୟକ୍ଷ ଅଶୋକ ଗେଡି ନିଜ ପ୍ରତିକ୍ରିୟାରେ କହିଛନ୍ତି ବରୀର ବିକାଶ ଯେଉଁ ଦଳ କରିବ ମୁଁ ସେଇ ଦଳରେ ସାମିଲ ହେବି ।

କେତେଦିନ ବିଜେପିରେ ରହିବେ ଅଧ୍ୟକ୍ଷ ଅଶୋକ ଗେଡି

କିଛି ମାସ ମଧ୍ୟରେ ଦ୍ଵିତୀୟ ଥର ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି । ପ୍ରଥମ ଥର ନିଜ ସମର୍ଥକଙ୍କୁ ଧରି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସାମିଲ ହୋଇଥିଲେ ଅଶୋକ । ହେଲେ ବିଶ୍ଵଙ୍କ ନାଲି ଆଖି ଆଗରେ ମିଶିବାର ମାତ୍ର କିଛି ଦିନ ପରେ ବିଜେପି ଛାଡି ପୁଣି ବିଜେଡିରେ ସାମିଲ ହୋଇଥିଲେ । ଆଜି ବିଜେପିରେ ସାମିଲ ହୋଇଥିଲେ ବି ନିଜକୁ କେତେ ଦିନ ବିଜେପିରେ ସାମିଲ କରିବେ ତାକୁ ନେଇ ସାଧାରଣରେ ସଦେହ ସୃଷ୍ଟି ହେବା ସହିତ ବିଶ୍ୱ ଫେରିଲେ ପୁଣି ଅଶୋକ ବିଜେଡିରେ ସାମିଲ ହେବା ବିଚିତ୍ର ନୁହେଁ ବୋଲି ବରୀ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

Leave a comment

Your email address will not be published. Required fields are marked *