ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ଟାଉନ ଲଳିତେଶ୍ୱର ନଗରର ମହିୟସୀ ମହିଳା ମିନତୀ ବେଉରିଆଙ୍କ ହୃଦଘାତରେ ପରଲୋକ ହୋଇ ଯାଇଛି । ଆଜି ସେ ହଠାତ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ତୁରନ୍ତ ଯାଜପୁର ଜିଲ୍ଲା ମୁଖ୍ୟାଳୟକୁ ଅଣାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଲିଲି ଭାଉଜ ଭାବେ ସେ ସମସ୍ତଙ୍କ ପ୍ରିୟ ଥିଲେ । ଜଣେ ଅତ୍ୟନ୍ତ ମେଳାପି, ସ୍ନେହୀ ଓ ଦରଦୀ ମହିଳା ଭାବେ ସେ ଲଳିତେଶ୍ୱର ନଗରରେ ସମସ୍ତଙ୍କର ପ୍ରିୟ ଥିଲେ । ତାଙ୍କ ମୃତ୍ୟୁରେ ଲଳିତେଶ୍ୱର ନଗରରେ ଗଭୀର ଶୋକର ଛାୟା ଖେଳି ଯାଇଛି । ଏହି ଖବର ପାଇ ଶହ ଶହ ସଂଖ୍ୟାରେ ଲଳିତେଶ୍ୱର ନଗର ବାସିନ୍ଦା ମେଡିକାଲରେ ପହଞ୍ଚିଥିଲେ ।




















