ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କାଳବୈଶାଖୀ ଆଜି ତାଣ୍ଡବ ରଚିଛି । ପ୍ରବଳ ଝଡ଼ ବର୍ଷାରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗିବା ସହିତ ହୋର୍ଡିଂ ଭୁଶୁଡ଼ି ପଡିଛି । ଯାହାକୁ ନେଇ ସହରର ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ।

ଝଡ଼ ବର୍ଷା ଫଳରେ ସହରର ବିଭିନ୍ନ ଅଂଶରେ ବିଦ୍ୟୁତ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଥିବା ଜଣା ଯାଇଛି ।




















