ଓଡ଼ିଶା ଲିଡ୍ସ(ଯାଜପୁର): ବରୀ ବ୍ଲକରେ ବାଲି ଲୁଟ ଶିଖର ଛୁଇଁଛି । ବିନା ସରକାରୀ ଘାଟରୁ ବାଲି ମାଫିଆ ମାନେ ବାଲି ଲୁଟୁଥିଲା ବେଳେ ପ୍ରଶାସନ ମାଫିଆଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନେଉନାହିଁ । ବ୍ରାହ୍ମଣୀ ନଦୀରୁ ରାତିରେ ଶହ ଶହ ଟ୍ରିପ ବାଲି ଲୁଟ ହେଉଥିଲା ବେଳେ ଏବେ ଦିନରେ ଲୁଟ ହେଉଛି । ଏହା କିଭଳି ପ୍ରଶାସନ ନଜରକୁ ଆସୁନାହିଁ ତାହା ଚିନ୍ତାର ବିଷୟ ହୋଇଛି । ପ୍ରଶାସନ ଜାଣି ଶୁଣି ବାଲି ମାଫିଆଙ୍କ ବିରୁଦ୍ଧରେ ପଦକ୍ଷେପ ନେଉ ନଥିବା ଅଭିଯୋଗ ହେଉଛି ।




















