Skip to main content

orissaleads

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

Winnerzin peliaulan osiot kertovat eri pelitavoista

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

Blog Post

orissaleads > ରାଜ୍ୟ > ଯାଜପୁର ଡିଏମଏଫ ଅର୍ଥରୁ ଜିଲ୍ଲା ବାହାରେ ୭୦ ଭାଗ, ଜିଲ୍ଲାରେ ଖର୍ଚ୍ଚ ହେଉଛି ୩୦ ଭାଗ: କେବେ କ୍ଷମା ଦେବେ ନାହିଁ ସୁକିନ୍ଦାବାସୀ-ଇଂ ପ୍ରୀତିରଞ୍ଜନ

ଯାଜପୁର ଡିଏମଏଫ ଅର୍ଥରୁ ଜିଲ୍ଲା ବାହାରେ ୭୦ ଭାଗ, ଜିଲ୍ଲାରେ ଖର୍ଚ୍ଚ ହେଉଛି ୩୦ ଭାଗ: କେବେ କ୍ଷମା ଦେବେ ନାହିଁ ସୁକିନ୍ଦାବାସୀ-ଇଂ ପ୍ରୀତିରଞ୍ଜନ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଖଣି ପ୍ରଭାବିତ ଅଞ୍ଚଳର ବିକାଶ ସହିତ ପ୍ରଭାବିତ ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଗମନା ଗମନ, ପାରିପାର୍ଶ୍ବିକ ବିକାଶ ପାଇଁ ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠି(ଡିଏମଏଫ)ଗଠନ କରାଯାଇଛି । ଖଣି ଖାଦାନ ପୂର୍ଣ୍ଣ ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଦୁଇଟି ବ୍ଲକ ସୁକିନ୍ଦା ଓ ଦାନଗଦି ସମ୍ପୂର୍ଣ୍ଣ ଖଣି ପ୍ରଭାବିତ ଅଞ୍ଚଳ । ଏହି ଦୁଇଟି ବ୍ଳକର ୪୮ ଗୋଟି ପଞ୍ଚାୟତ ଖଣି ପ୍ରଭାବିତ । ହେଲେ ଅତି ଆଶ୍ଚର୍ଯ୍ୟ ଜନକ ଭାବେ ଏହି ୪୮ ପଞ୍ଚାୟତ ମଧ୍ୟରୁ ୫ ପଞ୍ଚାୟତ ଡିଏମଏଫ ରୁ ବାଦ ପଡିଛି । କେବଳ ଏତିକି ନୁହେଁ ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠିର ୭୦ ଭାଗ ଅର୍ଥ ଜିଲ୍ଲା ବାହାର ପଡୋଶୀ ଜିଲ୍ଲାରେ ଖର୍ଚ୍ଚ ହେଉଥିବା ଅଭିଯୋଗ ହେଉଛି । ଗୋଟିଏ ପଟେ ଖଣି ପ୍ରଭାବିତ ଅଞ୍ଚଳର ଯୁବକ ମାନେ ଖଣିରେ କାମ ପାଉ ନଥିଲା ବେଳେ ଖଣି ଅଞ୍ଚଳ ବିକାଶର ଅର୍ଥ ଜିଲ୍ଲା ବାହାରେ ଖର୍ଚ୍ଚ ହେଉଛି । ଅତି ଚଞ୍ଚକତା ପୂର୍ଣ୍ଣ ଭାବେ ଜିଲ୍ଲା ପ୍ରଶାସନ ଖଣି ପ୍ରଭାବିତ ଅଞ୍ଚଳର ଲୋକ ପ୍ରତିନିଧି ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କୁ ଟ୍ରଷ୍ଟ ବୋର୍ଡରେ ସାମିଲ ନକରି ସେମାନଙ୍କୁ ଦୂରେଇ ରଖିଛନ୍ତି । ଟ୍ରଷ୍ଟ ବୋର୍ଡ଼ରେ ସେମାନଙ୍କ ନାମ ସାମିଲ ନଥିବାରୁ ସେମାନଙ୍କୁ ବୈଠକକୁ ମଧ୍ୟ ଡ଼କା ଯାଉନାହିଁ । ଫଳରେ ସେମାନେ ଟ୍ରଷ୍ଟ ବୋର୍ଡର ମନମାନିକୁ ମଧ୍ୟ ବୈଠକରେ ବିରୋଧ କରି ପାରୁ ନାହାନ୍ତି । ଏହା ସହିତ ନିଜ ଅଞ୍ଚଳର ସମସ୍ୟା ଓ ତାର ସମାଧାନ ପାଇଁ ମଧ୍ୟ ସେମାନେ ଦାବି ଉପସ୍ଥାପନ କରି ପାରୁ ନାହାନ୍ତି । ନିକଟରେ ଟ୍ରଷ୍ଟ ବୋର୍ଡର ଏକ ବୈଠକ ଆୟୋଜିତ ହୋଇଥିଲା ବେଳେ ଖଣି ପ୍ରବାଭିତ ଅଞ୍ଚଳର ଲୋକ ପ୍ରତିନିଧି ମାନଙ୍କୁ ସାମିଲ କରାଯାଇନାହିଁ । ଯାହାକୁ ନେଇ ଖଣି ପ୍ରଭାବିତ ଅଞ୍ଚଳର ଲୋକ ପ୍ରତିନିଧି ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏହି ପ୍ରତିକ୍ରିୟା ମଧ୍ୟ ସାଧାରଣ ସ୍ତରକୁ ବ୍ୟାପିଛି ।

ଏହାକୁ ନେଇ ପୂର୍ବତନ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠିର ୭୦ ଭାଗ ଅର୍ଥ କିଭଳି ଜିଲ୍ଲା ବାହାରେ ଖର୍ଚ୍ଚ ହେଉଛି ତାକୁ ନେଇ ପ୍ରଶ୍ନ କରିବା ସହିତ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ୫ ପଞ୍ଚାୟତ ଏଥିରୁ ବାଦ ପଡିଛି ତାକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ସରକାର ଆସିବ ଯିବ, ହେଲେ ସରକାରଙ୍କ ବିଧି ବ୍ୟବସ୍ଥା କିଭଳି ପରିବର୍ତ୍ତନ ହେଉଛି । ଲୋକ ପ୍ରତିନିଧି ମାନଙ୍କୁ ବୈଠକରୁ ଚଞ୍ଚକତା କରି ଦୂରେଇ ରଖା ଯାଉଛି । ନିଜ ଅଞ୍ଚଳର ସମସ୍ୟା ପ୍ରକାଶ କରି ସମାଧାନ କରିବାକୁ ସେମାନଙ୍କୁ ସୁଯୋଗ ନଦେବା ଅତ୍ୟନ୍ତ ଗମ୍ଭୀର ବିଷୟ ହୋଇଛି । ଏହା ଦ୍ୱାରା ସାଧାରଣ ଲୋକଙ୍କ ଅଧିକାର କ୍ଷୁର୍ଣ୍ଣ ହେଉଛି । ସରକାର ଓ ଜିଲ୍ଲା ପ୍ରଶାସନର ଏହି ମନମାନିକୁ ଖଣି ଅଞ୍ଚଳବାସୀ କେବେ କ୍ଷମା କରିବେ ନାହିଁ । ନୂତନଭାବେ ନିର୍ବାଚିତ ସୁକିନ୍ଦା ଲୋକ ପ୍ରତିନିଧି ଏ ବିଷୟରେ ଜାଣିଛନ୍ତି କି ନାହିଁ ସେ ନେଇ ସେ ସନ୍ଦେହ ବ୍ୟକ୍ତ କରିଛନ୍ତି । ଯଦି ନବ ନିର୍ବାଚିତ ଲୋକ ପ୍ରତିନିଧି ୭୦ ଭାଗ ଅର୍ଥ ବାହାର ଜିଲ୍ଲାରେ ଖର୍ଚ୍ଚ ହେଉଥିବା ଜାଣିଛନ୍ତି ତେବେ ଏହାର ବିରୋଧ କରିଛନ୍ତି କି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ।

ଦିନକୁ ଦିନ ଏହି ବିବାଦ ଅଧିକ ଘନୀଭୂତ ହେଉଛି ଖଣି ପ୍ରଭାବିତ ଅଞ୍ଚଳରେ । କେବଳ ଲୋକ ପ୍ରତିନିଧି ନୁହଁନ୍ତି ସାଧାରଣ ଲୋକେ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ଶୀଳ ହୋଇ ପଡିଛନ୍ତି । ଆଗକୁ ଖଣି ଅଞ୍ଚଳରେ ଏହାକୁ ନେଇ ବଡ଼ ଆନ୍ଦୋଳନକୁ ଏଡାଇ ଦେଇ ହେବ ନାହିଁ । ଜିଲ୍ଲା ପ୍ରଶାସନ ଏ ନେଇ ତୁରନ୍ତ ପଦକ୍ଷେପ ନେବା ଜରୁରୀ ହୋଇଛି । ଖଣି ଅଞ୍ଚଳରେ ବାହାର ରାଜ୍ୟର ଲୋକଙ୍କ ନିଯୁକ୍ତି ବଢି ଚାଲିଥିଲା ବେଳେ ଖଣି ଅଞ୍ଚଳର ବିକାଶ ବାଟବଣା ହୋଇ ପଡିଛି । ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠିର ବିପୁଳ ଅର୍ଥ ଜିଲ୍ଲା ବାହାରେ ଖର୍ଚ୍ଚ ହେବାକୁ ଜିଲ୍ଲାବାସୀ ସହଜରେ ଗ୍ରହଣ କରୁ ନାହାନ୍ତି ।

Leave a comment

Your email address will not be published. Required fields are marked *